ଓଡ଼ିଶାଲାଇଭ୍‌ ବ୍ୟୁରୋ

ଦ୍ଵିତୀୟ ବିବାହ କରିବା ଅନେକ ଦେଶରେ ଆଇନତଃ ଅପରାଧ ହୋଇଥିବାବେଳେ ୟୁଏଇରେ ଦ୍ଵିତୀୟ ବିବାହ କଲେ ମିଳିବ ପୁରସ୍କାର।

ସଂଯୁକ୍ତ ଅରବ ଏମିନେଟ୍ସ (ୟୁଏଇ) ଏମିତି ଏକ ଦେଶ ଯେଉଁଠି ଦ୍ଵିତୀୟ ବିବାହ କଲେ ଉପହାରରେ ମିଳିବ ଘର ତା’ସାଙ୍ଗକୁ ଭତ୍ତା।

ଦେଶରେ ଅବିବାହିତ ଯୁବତୀଙ୍କ ସଂଖ୍ୟା ବୃଦ୍ଧିକୁ ଲକ୍ଷ୍ୟ କରି ସେଠାକାର ସରକାର ଏହି ନିଷ୍ପତି ନେଇଛନ୍ତି।

ଦ୍ଵିତୀୟ ବିବାହକୁ ଅଧିକ ପ୍ରୋତ୍ସାହିତ କରିବା ପାଇଁ ଆରମ୍ଭ କରିଛନ୍ତି ଶେଖ୍ ଜାୟଦ୍ ହାଉସିଂ ସ୍କିମ୍ । ଏହି ସ୍କିମ୍ ଜରିଆରେ ଦ୍ଵିତୀୟ ପତ୍ନୀଙ୍କୁ ମିଳିବ ଘର ଓ ଭତ୍ତା।

“ୟୁଏଇରେ ଅବିବାହିତ ଯୁବତୀଙ୍କ ସଂଖ୍ୟା ବୃଦ୍ଧି ପାଉଥିବାରୁ ଦ୍ଵିତୀୟ ବିବାହ କରିଥିବା ବ୍ୟକ୍ତିଙ୍କୁ ପୁଣିଥରେ ବିବାହ କରିବା ପାଇଁ ଆକର୍ଷଣୀୟ ଉପହାର ଦିଆଯିବାର ବ୍ୟବସ୍ଥା କରାଯାଇଛି। ସେମାନଙ୍କୁ ଘର ଓ ଭତ୍ତା ଦିଆଯିବ। ଏହାଦ୍ଵାରା ଅଧିକ ପୁରୁଷ ଦ୍ଵିତୀୟ ବିବାହ କରିବାକୁ ପ୍ରୋତ୍ସାହିତ ହେବେ। ୟୁଏଇରେ ଅବିବାହିତ ମହିଳାଙ୍କ ସଂଖ୍ୟା ମଧ୍ୟ କମିବ। ପ୍ରଥମ ସ୍ତ୍ରୀ ଭଳି ଦ୍ଵିତୀୟ ସ୍ତ୍ରୀକୁ ସମାନ ନଜର ଦେଖିବାକୁ ଏହି ସ୍କିମରେ ନିୟମ ରହିଛି”, କହିଛନ୍ତି ୟୁଏଇର ସହରୀ ବିକାଶ ମନ୍ତ୍ରୀ ଡାକ୍ତର ଅବଦୁଲା ବେଲ୍।

ୟୁଏଇରେ ଅବିବାହିତ ଯୁବତୀଙ୍କ ସଂଖ୍ୟା ବୃଦ୍ଧିରେ ଚିନ୍ତାପ୍ରକଟ କରିଛନ୍ତି ଫେଡେରେଶନ୍ ନାସନାଲ୍ କାଉଂସିଲ୍। ଦ୍ଵିତୀୟ ବିବାହ ନକରିବା ଦ୍ଵାରା ଦେଶରେ ଆର୍ଥିକ ବୋଝ ବୃଦ୍ଧି ପାଇବାରେ ଲାଗିଛି। ଏହାଛଡା ଏହାର ସାମାଜିକ ପ୍ରଭାବ ମଧ୍ୟ ରହିଛି।

LEAVE A REPLY

Please enter your comment!
Please enter your name here