ଓଡ଼ିଶାଲାଇଭ୍ ବ୍ୟୁରୋ
ନିଦାହାସ୍ ଟି-୨୦ ସିରିଜ୍ରେ ଭାରତୀୟ କ୍ରିକେଟ ଟିମ୍ ଜବରଦସ୍ତ ବିଜୟ ହାସଲ କରିଛି। ବାଂଲାଦେଶକୁ ୬ ୱିକେଟରେ ପରାଜିତ କରିଛନ୍ତି ଟିମ୍ ଇଣ୍ଡିଆର ଖେଳାଳି। ପ୍ରଥମେ ବ୍ୟାଟିଂ କରି ବାଂଲାଦେଶ ଟିମ୍ ୮ ଓ୍ବିକେଟ ହରାଇ ୧୩୯ ରନ୍ କରିଥିଲା। ୧୪୦ ରନର ବିଜୟ ଲକ୍ଷ୍ୟ ନେଇ ପଡ଼ିଆକୁ ଓହ୍ଲାଇଥିବା ଭାରତ ୧୮.୪ ଓଭରରେ ୪ ୱିକେଟ ହରାଇ ବିଜୟୀ ହୋଇଛି।
ଭାରତ ପକ୍ଷରୁ ରୋହିତ ଶର୍ମା ୧୭ ଏବଂ ଶିଖର ଧାବନ ୫୫ ରନ୍ କରିଥିଲେ। ୨ଟି ଛକା ଏବଂ ୫ଟି ଚୌକା ମାରି ଧାବନ ବିଜୟୀ ହୋଇଥିଲେ। ରିଶଭ ପନ୍ତ ୭, ସୁରେଶ ରାଇନା ୨୮ କରି ରନ୍ ଆଉଟ ହୋଇଥିଲେ। ମନିସ ପାଣ୍ଡେ ୨୭ ଏବଂ ଦିନେଶ କାର୍ତ୍ତିକ ୨ ରନ୍ କରି ଅପରାଜିତ ରହିଥିଲେ।
ବାଂଲାଦେଶ ପକ୍ଷରୁ ଆର୍ ହୁଦେନ୍ ୨ଟି ଓ୍ବିକେଟ ନେଇଛନ୍ତି। ଏମ୍ ରହେମାନ୍ ଏବଂ ଟି ଅହମ୍ମଦ ଗୋଟିଏ ଲେଖାଏଁ ୱିକେଟ ନେଇଥିଲେ
ଭାରତ ପକ୍ଷରୁ ଜେ ଉଦାନକଟ୍ ୩ଟି ୱିକେଟ ନେଇଥିବା ବେଳେ ବିଜୟ ଶଙ୍କର ୨ଟି, ସରଦୁଲ ଠାକୁର ଏବଂ ୱାଇ ଚହଲ ଗୋଟିଏ ଲେଖାଏଁ ୱିକେଟ ନେଇଥିଲେ।


















