ଓଡ଼ିଶାଲାଇଭ୍‌ ବ୍ୟୁରୋ

ଉତ୍ତର ପ୍ରଦେଶରେ ହୋଇଥିବା ଉପ-ନିର୍ବାଚନରେ ବିଜେପିକୁ ଲାଗିଛି ଜୋରଦାର ଝଟକା। ଏହି ଝଟକା ପରେ ମୁଖ୍ୟମନ୍ତ୍ରୀ ଆଦିତ୍ୟନାଥ ଯୋଗୀ ଅଫିସରଙ୍କ ଟାର୍ଗେଟ୍ କରିଛନ୍ତି। ଶୁକ୍ରବାର ରାତିରେ ଯୋଗୀ ଆଇଏଏସ୍ ସ୍ତରରେ ବଡ଼ ଧରଣର ଅଦଳବଦଳ କରିବା ପରେ ଶନିବାର ଆଇପିଏଏସ୍ ସ୍ତରରେ ଅଦଳବଦଳ କରିଛନ୍ତି।

ଶୁକ୍ରବାର ଯୋଗୀ ସରକାର ୩୭ ଆଇଏଏସ୍ ଅଫିସରଙ୍କୁ ଅଦଳବଦଳ କରିଥିଲେ। ଏହି ଅଦଳ ବଦଳ ପ୍ରକ୍ରିୟାରେ ଗୋରଖପୁର ଜିଲ୍ଲାପାଳ ରାଜିବ ରୌତେଲାଙ୍କ ପାଳି ପଡ଼ିଥିଲା। ରାଜିବଙ୍କୁ ଗୋରଖପୁରରୁ ହଟାଯାଇ ତାଙ୍କ ଜାଗାରେ ବିଜୟନ ପାଣ୍ଡିଆନଙ୍କୁ ନୂଆ ଜିଲ୍ଲାପାଳ କରାଯାଇଛି। ସେହିପରି ଶନିବାର ୪୩ ଜଣ ଆଇପିଏସ୍ ଅଫିସରଙ୍କୁ ଅଦଳ ବଦଳ କରାଯାଇଛି।

ଫେବ୍ରୁଆରି ୨ରେ ଲକ୍ଷ୍ନୌରେ ଆଇନ୍ ଶୃଙ୍ଖଳା ପରିସ୍ଥିତି ବିପର୍ଯ୍ୟସ୍ତ ହୋଇଯାଇଥିବାରୁ ୨୫ ଜଣ ଆଇପିଏସ୍ ଅଫିସରଙ୍କୁ ଅଦଳ ବଦଳ କରିଥିଲେ ଯୋଗୀ। ଏବେ ଉପ-ନିର୍ବାଚନରେ ପରାଜୟ ପରେ ପୁଣି ୪୩ ଜଣ ପୋଲିସ ଅଧିକାରୀଙ୍କୁ ଅଦଳ ବଦଳ କରିଛନ୍ତି।

Comment