ଓଡ଼ିଶାଲାଇଭ୍‌ ବ୍ୟୁରୋ

ସାଧାରଣତଃ ଆମ ସମାଜରେ ବିବାହ କାର୍ଯ୍ୟ ପାଇଁ ପଣ୍ଡିତ ଡ଼କାଯାଏ। ପୁରୁଷ ପୁରୋହିତ ବିବାହ କାର୍ଯ୍ୟ ସମ୍ପାଦନ କରନ୍ତି। କିନ୍ତୁ ଆଶ୍ଚର୍ଯ୍ୟର କଥା କି ଜଣେ ମହିଳା ପୁଜାରୀ ବି ବିବାହ ଭଳି ପବିତ୍ର କାର୍ଯ୍ୟ ସମ୍ପାଦନ କରୁଛନ୍ତି।

ନନ୍ଦିନି ଭୌମିକ୍। ଘର ପଶ୍ଚିମବଙ୍ଗର କୋଲକତା ସହରରେ। ପେସାରେ ଜଣେ ସଂସ୍କୃତ ଅଧ୍ୟାପକ। ଜଣେ ନାଟ୍ୟ କଳାକାର ଭାବେ ମଧ୍ୟ ତାଙ୍କର ଖ୍ୟାତି ରହିଛି। ଏହାସହ ଆଉ ଏକ ମହତ୍ କାର୍ଯ୍ୟ ମଧ୍ୟ କରୁଛନ୍ତି ନନ୍ଦିନି।

ହିନ୍ଦୁ ପରମ୍ପରା ଅନୁଯାୟୀ ପୂଜା,ବିବାହ ଏବଂ ମନ୍ଦିର ଆଦି ସମସ୍ତ ସ୍ଥାନରେ ବ୍ରାହ୍ମଣ ପୁରୁଷମାନେ ହିଁ ପୂଜକ ଭାବେ କାର୍ଯ୍ୟ ସମ୍ପାଦନ କରିଥାଆନ୍ତି ।

ବର୍ତ୍ତମାନ ଏହି ଧାରାକୁ ବଦଳାଇଛନ୍ତି ନନ୍ଦିନୀ। ସେ ଆଜି ପର୍ଯ୍ୟନ୍ତ ଯେତିକି ବିବାହ କରାଇଛନ୍ତି ସେଥିରେ କନ୍ୟାଦାନ ରୀତି ସମ୍ପାଦନ କରାଯାଇନାହିଁ।

ହିନ୍ଦୁ ସମାଜର ବିବାହରେ ମୁଖ୍ୟ ପରମ୍ପରା ହେଉଛି କନ୍ୟାଦାନ। କୁହାଯାଇଥାଏ କନ୍ୟାଦାନ ଦୁନିଆରେ ସବୁଠାରୁ ମହତ ଦାନ। କିନ୍ତୁ ଏହି ପ୍ରଥାକୁ ପରିବର୍ତ୍ତନ କରିଛନ୍ତି ନନ୍ଦିନୀ। ସେ ବର୍ତ୍ତମାନ ପର୍ଯ୍ୟନ୍ତ ବିନା କନ୍ୟାଦାନ ରୀତିରେ ୪୦ଟି ବିବାହ ସମ୍ପନ୍ନ କରିସାରିଲେଣି।

“ମୁଁ ପୁରୁଷକୈନ୍ଦ୍ରିକ ମାନସିକତାରୁ ଦୂରରେ ରହିବା ପାଇଁ ଚାହେଁ। ଯେଉଁଠାରେ ମାତାପିତା ନିଜ ଝିଅକୁ କୌଣସି ବସ୍ତୁ ଭଳି ଅନ୍ୟକୁ ଦାନ କରିଦିଅନ୍ତି। ସେମାନଙ୍କୁ ମୁଁ କହିବାକୁ ଚାହୁଁଛି ଯେ ଝିଅ କୌଣସି ବସ୍ତୁ ନୁହେଁ ଯାହାକୁ ଦାନ କରାଯିବ”, କହିଛନ୍ତି ନନ୍ଦିନୀ।

ଦେଶରେ ମହିଳା ସଶକ୍ତିକରଣର ପ୍ରତ୍ୟକ୍ଷ ଉଦାହରଣ ପ୍ରସ୍ତୁତ କରିଛନ୍ତି ନନ୍ଦିନୀ। ସେ ଯାଦବବପୁର ବିଶ୍ୱବିଦ୍ୟାଳୟରୁ ସଂସ୍କୃତ ଶିକ୍ଷା କରିଛନ୍ତି ଏବଂ ୧୦ ବର୍ଷ ମଧ୍ୟରେ ୪୦ ଟି ବିବାହ ବିନା କନ୍ୟାଦାନରେ କରିସାରିଲେଣି।

 

Comment