ଓଡ଼ିଶାଲାଇଭ୍‌ ବ୍ୟୁରୋ

  • ଭାରତ ବଜାରରେ ବିଏମଡବ୍ଲୁ-୬ ସିରିଜ୍‌ ଜିଟିର ଧୂଆଁଧାର ଏଣ୍ଟ୍ରି
  • ଘଣ୍ଟାପ୍ରତି ୦ରୁ୧୦୦କିଲୋମିଟର ବେଗରେ ଗଡ଼ିବ
  • ଗାଡ଼ିରେ ରହିଛି ଯଥେଷ୍ଟ ଇଣ୍ଟେରିୟର୍ ସ୍ପେସ୍
  • ଗାଡ଼ିର ମୂଲ୍ୟ ୫୮ଲକ୍ଷ ୯୦ହଜାର ଟଙ୍କା

ଭାରତ ବଜାରରେ ପ୍ରବେଶ କରିଛି ବିଏମଡବ୍ଲୁ-୬ ସିରିଜର ବ୍ରାଣ୍ଡ୍ ନ୍ୟୁ ଗାଡ଼ି। ଏହାର ମଡେଲ୍ ନାଁ ରହିଛି ବିଏମଡବ୍ଲୁ-୬ ସିରିଜ୍ ଜିଟି। ଏହାର ଆକର୍ଷଣୀୟ ଲୁକ୍ ଏବଂ ଦମଦାର ଶକ୍ତି ପାଇଁ ବିଳାସପୂର୍ଣ୍ଣ କାର୍ ବଜାରରେ ଜିଟି ଏକ ଧୂଆଁଧାର ନାଁ ହେବାକୁ ଯାଉଛି।

ଜିଟିର ଲଙ୍ଗ୍ ବନେଟ୍ ଫ୍ରେମ୍‌ଲେସ୍ ୱିଣ୍ଡୋଜ୍, କପଲ୍-ଷ୍ଟାଇଲ୍, ଲୋ-ରୁଫଲାଇନ୍ ଏବଂ ଏହାର ରିୟର୍ ସ୍ପୋର୍ଟି ଲୁକ୍ ଏହାକୁ କରିଛି ଅଧିକ ୟୁନିକ୍ ଓ ଷ୍ଟାଇଲିସ୍। ଗାଡ଼ିଟି ଦେଖିବାକୁ ଯେମିତି ସ୍ଲିକ୍ ଏବଂ ସେମିତି ମସକୁଲାର୍ ବା ଶକ୍ତିଶାଳୀ। ତେଣୁ ବିଏମଡବ୍ଲୁ-୬ ସିରିଜ୍ ଜିଟି ପରଫରମାନ୍ସ ଓ ଲକ୍ସରି ଉଭୟ ବର୍ଗରେ କାର ଲଭରଙ୍କ ମନ ଟାଣିବ। ଜିଟି ଭିତରର ଲୁକ୍ ମଧ୍ୟ ବେଶ୍ ଆକର୍ଷଣୀୟ।

ଲୁକ୍ ସହିତ ଏଥିରେ କମଫର୍ଟ ପାଇଁ ବେଶ୍ ଧ୍ୟାନ ଦିଆଯାଇଛି। ଆଗ ଓ ପଛ ଉଭୟ ସିଟ୍ ପାଇଁ ଗାଡ଼ିରେ ରହିଛି ଯଥେଷ୍ଟ ଇଣ୍ଟେରିୟର୍ ସ୍ପେସ୍। ଏହା ଭିତରର ଲୁକ୍ ଠିକ୍ ଏକ ଲାଉନ୍ସ ପରି। ତା’ସାଙ୍ଗକୁ ପାନୋରାମିକ୍ ସନ୍‌ରୁପ୍ ସ୍ଵତନ୍ତ୍ର ଇଣ୍ଟେରିୟର୍ ଲାଇଟ୍ ଡିଜାଇନ୍ ଏବଂ ବିଳାସପୂର୍ଣ୍ଣ ଲଗେଜ୍ କମ୍ପାକ୍ଟମେଣ୍ଟ୍ ଏହି ସିରିଜର ଆକର୍ଷଣୀୟ ଫିଚର ମଧ୍ୟରେ ଅନ୍ୟତମ। ଏଥିରେ ଥିବା ଲଗେଜ୍ କମ୍ପାକ୍ଟମେଣ୍ଟର ଆକାର ହେଉଛି ୧୮୦୦ଲିଟର।

କାର୍ ଦୁନିଆରେ ଟେକ୍ନୋଲୋଜି ପାଇଁ ପ୍ରସିଦ୍ଧ ବିଏମଡବ୍ଲୁ। ଏହି ସିରିଜରେ ରହିଛି ବିଏମଡବ୍ଲୁ ଗେଶ୍ଚର୍ କଣ୍ଟ୍ରୋଲ୍ କନେକଟେଡ୍ ଡ୍ରାଇଭ୍, ଆଇ ଡ୍ରାଇଭ୍, ମଲ୍ଟି-ଫଙ୍କସନାଲ୍ ଇନ୍‌ଷ୍ଟ୍ରୁମେଣ୍ଟ ପ୍ଲେ, ଆପଲ୍, କାର୍ ପ୍ଲେ ଏବଂ ପାର୍କ ଡିଷ୍ଟାନ୍ସ କଣ୍ଟ୍ରୋଲ୍ ତା’ ସାଙ୍ଗକୁ ହାଇ ଏଣ୍ଟରଟେନମେଣ୍ଟ୍ ସିଷ୍ଟମ୍ ଆପଣଙ୍କ ଜର୍ଣ୍ଣିକୁ କରିବ ଆହୁରି ମଜାଦାର।

ଏହି କାରର ପଛରେ ବସୁଥିବା ଯାତ୍ରୀଙ୍କ ପାଇଁ ରହିଛି ୨ଟି ୧୦.୨ଇଞ୍ଚ ବିଶିଷ୍ଟ କଲର୍ ସ୍କିନ୍। ଯାହାକି ସାମ୍ନା ସିଟ୍‌ର ପଛପଟେ ଫିଟ୍ କରାଯାଇଛି। ତା’ସାଙ୍ଗକୁ ରହିଛି ଏକ ବ୍ଲୁ-ରେ ପ୍ଲେୟାର୍। ଖାଲି ସେତିକି ନୁହେଁ, ଯାତ୍ରୀଙ୍କ ମୋବାଇଲରୁ ମନଲାଖି ଭିଡିଓ ପ୍ଲେ କରିବା ପାଇଁ ରହିଛି ଏଚଟିଏମଆଇ କନେକସନ୍।

ବିଏମଡବ୍ଲୁ-୬ ସିରିଜ୍ ଜିଟିରେ ରହିଛି ଟୁଇନ୍ ପାୱାର, ଟର୍ବୋ ୨.୦ ଲିଟର, ୪ସିଲିଣ୍ଡର ବିଶିଷ୍ଟ୍ ଇଞ୍ଜିନ୍। ଯାହାକି ୨୫୮ଏଚପି କ୍ଷମତା ବହନ କରେ। ତା’ସାଙ୍ଗକୁ ୮-ସ୍ପିଡ୍ ଷ୍ଟେପଟ୍ରୋନିକ୍ ସ୍ପୋର୍ଟ ଅଟୋମେଟିକ୍ ଟ୍ରାନ୍ସମିସନ୍ ଏହାକୁ ଏପରି ସ୍ମାର୍ଟ କରିଛି ଯେ ମାତ୍ର ୬.୩ ସେକେଣ୍ଡରେ ଏହା ଘଣ୍ଟାପ୍ରତି ୦ରୁ୧୦୦କିଲୋମିଟର ବେଗ ଧରିପାରେ।

ଆପଣ ନିଜ ଆବଶ୍ୟକତା ଅନୁଯାୟୀ ଏଥିରେ ଥିବା ବିଭିନ୍ନ ଡ୍ରାଇଭିଂ ମୋଡ୍‌ର ବ୍ୟବହାର କରି ଆପଣଙ୍କ ଅନୁଭୂତିକୁ ସ୍ଵତନ୍ତ୍ର କରିପାରିବେ।

ବିଶ୍ଵର ଏହି ଅତ୍ୟାଧୁନିକ କାର୍ କମଫୋର୍ଟ ଏବଂ ଲକ୍ସରୀ ସହିତ ଯାତ୍ରୀଙ୍କ ସୁରକ୍ଷା ବିଷୟରେ ବିଶେଷ ଧ୍ୟାନ ଦେଉଛି। ୬ଟି ଏୟାର୍ ବ୍ୟାଗ, ଏବିଏସ୍, ଡାଇନାମିକ୍ ଷ୍ଟାବିଲିଟି କଣ୍ଟ୍ରୋଲ୍, ଡାଇନାମିକ୍ ଟ୍ରାକ୍ସନ୍ କଣ୍ଟ୍ରୋଲ୍, କର୍ଣ୍ଣରିଙ୍ଗ୍ ବ୍ରେକ୍ କଣ୍ଟ୍ରୋଲ୍, ହିଲ୍ ଡିସେଣ୍ଡ୍ କଣ୍ଟ୍ରୋଲ୍, ସାଇଟ୍ ଇମ୍ପାକ୍ଟ ପ୍ରୋଟେକସନ୍‌, ରନ୍-ଫ୍ଲାଟ୍ ଟାୟାର୍ର୍ସ ଏବଂ କ୍ରାସ୍ ସେନ୍‌ସର୍ ଆଦି ଏହି ମର୍ଡନ୍ ମେସିନ୍‌କୁ କରିଛି ସୁରକ୍ଷିତ।

ଏହି ନୂଆ ଓ ବିଳାସପୂର୍ଣ୍ଣ ଗାଡ଼ିରେ ରହିଛି ବିଏମଡବ୍ଲୁ ସିରିଜର ଅନେକ ଲୋକପ୍ରିୟ ଫିଚର। ଆଉ ଏଭଳି ଏକ ଗାଡ଼ିକୁ ଆପଣାର କରିବାକୁ ହେଲେ ଆପଣଙ୍କୁ ଦେବାକୁ ହେବ ମାତ୍ର ୫୮ଲକ୍ଷ ୯୦ହଜାର ଟଙ୍କା।

Comment