ଓଡ଼ିଶାଲାଇଭ୍ ବ୍ୟୁରୋ
ଶ୍ରୀଜିଉଙ୍କ ରତ୍ନଭଣ୍ଡାର ସବୁବେଳେ ରହସ୍ୟମୟ ହୋଇ ରହି ଆସିଛି। ଏହି ଭଣ୍ଡାରରେ କ’ଣ ଏବଂ କେତେ ପରିମାଣର ଅଳଙ୍କାର ରହିଛି ତାହା ସମସ୍ତଙ୍କ ପାଇଁ ଅଜଣା ହୋଇ ରହିଛି। ଏବେ ଏହି ରହସ୍ୟମୟ ଭଣ୍ଡାରକୁ ଖୋଲିବା ପାଇଁ ନିଷ୍ପତ୍ତି ହୋଇଛି।
୩୪ ବର୍ଷ ପରେ ଶ୍ରୀମନ୍ଦିରରେ ଖୋଲିବ ରହସ୍ୟପୂର୍ଣ୍ଣ ରତ୍ନ ଭଣ୍ଡାର। ନାଟମଣ୍ଡପ ମରାମତି ପୂର୍ବରୁ ରତ୍ନଭଣ୍ଡାର ସ୍ଥିତି ଜାଣିବା ଜରୁରୀ ବୋଲି ପ୍ରତ୍ନତତ୍ତ୍ବ ବିଭାଗ ମତ ଦେବା ପରେ ଶ୍ରୀମନ୍ଦିର ପରିଚାଳନା କମିଟି ଏନେଇ ନିଷ୍ପତ୍ତି ହୋଇଛି। ତେବେ ରତ୍ନଭଣ୍ଡାରର ଅଧିକ କୋଠରୀ ଖୋଲିବା ପୂର୍ବରୁ ବରିଷ୍ଠ ସେବାୟତ ଏବଂ ଛତିଶା ନିଯୋଗ ସହିତ ଆଲୋଚନା କରିବାକୁ ପରାମର୍ଶ ଦିଆଯାଇଛି।
ରତ୍ନ ଭଣ୍ଡାର ଖୋଲିବା ନିଷ୍ପତ୍ତି ପରେ ଭକ୍ତଙ୍କ ମଧ୍ୟରେ ଉତ୍କଣ୍ଠା ଦେଖିବାକୁ ମିଳିଛି।
ଶ୍ରୀଜିଉଙ୍କ ରତ୍ନଭଣ୍ଡାର ସବୁବେଳେ ରହସ୍ୟମୟ ହୋଇ ରହି ଆସିଛି। ଏହି ଭଣ୍ଡାରରେ କ’ଣ ଏବଂ କେତେ ପରିମାଣର ଅଳଙ୍କାର ରହିଛି ତାହା ସମସ୍ତଙ୍କ ପାଇଁ ଅଜଣା ହୋଇ ରହିଛି। ଏବେ ଏହି ରହସ୍ୟମୟ ଭଣ୍ଡାରକୁ ଖୋଲିବା ପାଇଁ ନିଷ୍ପତ୍ତି ହୋଇଛି। ନାଟମଣ୍ଡପ ମରାମତି ପୂର୍ବରୁ ଏହି ଭଣ୍ଡାର ଖୋଲାଯିବ। ଯଦି ରତ୍ନଭଣ୍ଡାର ଅବସ୍ଥା ଭଲ ନଥିବ ତାହାଲେ ପ୍ରଥମେ ଏହାର ମରାମତି କରାଯିବ। ପରେ ଯାଇ ନାଟମଣ୍ଡପ ମରାମତି ହେବ ବୋଲି ଶ୍ରୀମନ୍ଦିର ପରିଚାଳନା କମିଟିରେ ନିଷ୍ପତ୍ତି ହୋଇଛି।
ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ପ୍ରଦୀପ ଜେନା କହିଛନ୍ତି, “ଯଦି ରତ୍ନଭଣ୍ଡାର ଅବସ୍ଥା ଭଲ ନଥିବ ତାହାଲେ ଆମେ ପ୍ରଥମେ ଏହାର ମରାମତି କରିବୁ। ରତ୍ନଭଣ୍ଡାର ପାଇଁ ସବ୍ କମିଟି ରହିଛି। ସବ୍କମିଟି ସଦସ୍ୟଙ୍କ ଉପସ୍ଥିତିରେ ହିଁ ଭଣ୍ଡାର ଘରର ଦ୍ୱାର ଖୋଲାଯିବ।
ବରିଷ୍ଠ ସେବାୟତମାନଙ୍କ କହିବା କଥା ହେଉଛି ରତ୍ନଭଣ୍ଡାରରେ କ’ଣ ରହିଛି ତାହା କେହି ଜାଣି ନାହାନ୍ତି। ଯଦି ପ୍ରଶାସନ ଭଣ୍ଡାର ଖୋଲି ମରାମତି କରିବାକୁ ଚାହୁଁଛି ତାହାଲେ କରୁ। କିନ୍ତୁ ଭଣ୍ଡାରରେ ରହିଥିବା ଶ୍ରୀଜିଉଙ୍କ ଜିନିଷ ବାହାରକୁ ନଆସୁ। ପୁରୁଣା ସେବାୟତମାନଙ୍କ ସହ ଆଲୋଚନା କରାଯାଇ ଏ ସମ୍ପର୍କରେ ନିଷ୍ପତ୍ତି ନିଆଯାଉ।
କୁହାଯାଉଛି ଶ୍ରୀମନ୍ଦିରର ରତ୍ନଭଣ୍ଡାରରେ ରହିଛି ମହଣ ମହଣ ସୁନା, ରୂପା, ମୋତି ଓ ମାଣିକ୍ୟ। ସେଥିମଧ୍ୟରୁ ଅଳ୍ପ କିଛି ଶ୍ରୀଜିଉଙ୍କ ସୁନାବେଶ ବେଳେ ଦେଖିବାକୁ ମିଳିଥାଏ। ମଦଳା ପାଞ୍ଜିର ତଥ୍ୟ ଅନୁଯାୟୀ, ୧୪୬୪ ଖ୍ରୀଷ୍ଟାବ୍ଦରେ ଗଜପତି ପୁରୁଷୋତ୍ତମ ଦେବ କାଞ୍ଚି ଅଭିଯାନରେ ଯାଇଥିଲେ। ଯୁଦ୍ଧରେ କାଞ୍ଚି ରାଜାଙ୍କୁ ପରାସ୍ତ କରି ୧୬ଟି ହାତୀରେ ବିଭିନ୍ନ ଅଳଙ୍କାର ଶ୍ରୀକ୍ଷେତ୍ରକୁ ଆଣିଥିଲେ। ଏହି ଅଳଙ୍କାର ସବୁ ସେତେବେଳେ ସେ ଭଣ୍ଡାର ଘରେ ରଖିଥିଲେ।
ରତ୍ନଭଣ୍ଡାରରେ ବହୁ କୋଠରୀ ରହିଛି। ବର୍ତ୍ତମାନସୁଦ୍ଧା ମାତ୍ର ୩ଟି କୋଠରୀ ଖୋଲାଯାଇଛି। ପ୍ରଥମ କୋଠରୀରେ ଠାକୁରଙ୍କ ଦୈନନ୍ଦିନ ବ୍ୟବହାର କରାଯାଉଥିବା ଅଳଙ୍କାର ରହିଛି। ଦ୍ୱିତୀୟ କୋଠରୀରେ କିଛି ଅବ୍ୟବହୃତ ଅଳଙ୍କାର ରହିଥିବା ବେଳେ ତୃତୀୟ କୋଠରୀରେ ରହିଛି ଶ୍ରୀଜିଉଙ୍କ ରଘୁନାଥ ବେଶ ପାଇଁ ବ୍ୟବହୃତ ହେଉଥିବା ଅଳଙ୍କାର। ୧୯୭୮ରେ ଭଣ୍ଡାରର ୩ଟି କୋଠରୀ ଖୋଲାଯାଇ ଏହି ତାଲିକା ପ୍ରସ୍ତୁତ କରାଯାଇଥିଲା। କିନ୍ତୁ ଭୟଙ୍କର ଗର୍ଜନ ହେବାରୁ ଆଉ ଅଧିକ କୋଠରୀ ଖୋଲାଯାଇ ପାରି ନଥିଲା। ଏବେ ପୁଣିଥରେ ରତ୍ନଭଣ୍ଡାର ଖୋଲିବା ପାଇଁ ଉଦ୍ୟମ କରୁଛି ମନ୍ଦିର ପ୍ରଶାସନ।
୨୦୧୪ରେ ଶ୍ରୀମନ୍ଦିର ରତ୍ନଭଣ୍ଡାରର ସ୍ୱର୍ଣ୍ଣ ଅଳଙ୍କାରର ଗଣତି ଏବଂ ଚିହ୍ନଟ ପାଇଁ ପ୍ରସ୍ତାବ ଆସିଥିଲା। ହେଲେ ସେବାୟତ ସେତେବେଳେ ବିରୋଧ କରିଥିଲେ। ଏବେ ରତ୍ନଭଣ୍ଡାର ଖୋଲିବା ପାଇଁ ଉଦ୍ରମ ହୋଇଥିବାରୁ ଆଗକୁ କ’ଣ ହେଉଛି ତା ଉପରେ ରହିଛି ସମସ୍ତଙ୍କ ନଜର।








ଶ୍ରୀଜିଉଙ୍କ ରତ୍ନଭଣ୍ଡାର ସବୁବେଳେ ରହସ୍ୟମୟ ହୋଇ ରହି ଆସିଛି। ଏହି ଭଣ୍ଡାରରେ କ’ଣ ଏବଂ କେତେ ପରିମାଣର ଅଳଙ୍କାର ରହିଛି ତାହା ସମସ୍ତଙ୍କ ପାଇଁ ଅଜଣା ହୋଇ ରହିଛି। ଏବେ ଏହି ରହସ୍ୟମୟ ଭଣ୍ଡାରକୁ ଖୋଲିବା ପାଇଁ ନିଷ୍ପତ୍ତି ହୋଇଛି।









