ଓଡ଼ିଶାଲାଇଭ୍‌ ବ୍ୟୁରୋ

ବିଦ୍ୟୁତ ଉପଭୋକ୍ତାଙ୍କ ପାଇଁ ଖୁସି ଖବର। ଚଳିତ ବର୍ଷ ରାଜ୍ୟରେ ବଢ଼ିବ ନାହିଁ ବିଜୁଳି ଦର। ଏ ସମ୍ପର୍କରେ ଓଡ଼ିଶା ବିଦ୍ୟୁତ ନିୟାମକ ଆୟୋଗ ନିର୍ଦ୍ଦେଶକ ପ୍ରିୟବ୍ରତ ପଟ୍ଟନାୟକ ସାମ୍ବାଦିକ ସମ୍ମିଳନୀରେ ଘୋଷଣା କରିଛନ୍ତି।

ବିଦ୍ୟୁତ ଦର ବଢ଼ାଇବା ପାଇଁ ରାଜ୍ୟର ବିଦ୍ୟୁତ ଉତ୍ପାଦନ କମ୍ପାନି ଏବଂ ବିତରଣ କମ୍ପାନିମାନେ ଓଇଆରସି ନିକଟରେ ଦାବି କରି ଆସୁଥିଲେ। ଗ୍ରୀଡକୋ, ନେସ୍‌କୋ, ୱେସକୋ, ସାଉଥକୋ ଏବଂ ସେସୁ ବିଦ୍ୟୁତ ଦର ବୃଦ୍ଧି କରିବା ପାଇଁ ଦେଇଥିଲେ ପ୍ରସ୍ତାବ। ଏହାସହ ଓଡ଼ିଶା ଜଳ ବିଦ୍ୟୁତ ନିଗମ ଏବଂ ଓଡ଼ିଶା ପାଓ୍ବାର ଜେନେରେସନ୍ କର୍ପୋରେସନ୍ ପକ୍ଷରୁ ଦାବି କରାଯାଇଥିଲା। ମାତ୍ର ଓଡ଼ିଶା ବିଦ୍ୟୁତ ୁପଭୋକ୍ତା ସଂଘ ପକ୍ଷରୁ ଏହାକୁ ବିରୋଧ କରାଯାଇଥିଲା।

ଚଳିତ ବର୍ଷ ଓଇଆର୍‌ସି ପକ୍ଷରୁ ବଡ଼ ନିଷ୍ପତ୍ତି ନିଆଯାଇଛି। ଡିଜିଟାଲ ପେମେଣ୍ଟ କରୁଥିବା ଗ୍ରାହକମାନଙ୍କୁ ୧ ପ୍ରତିଶତ ରିହାତି ଦେବା ପାଇଁ ଘୋଷଣା କରାଯାଇଛି। ଧାର୍ଯ୍ୟ ସମୟ ମଧ୍ୟରେ ପେମେଣ୍ଟ ଦେଲେ ଡବଲ ରିହାତି ମିଳିବ ବୋଲି ଓଇଆର୍‌ସି ପକ୍ଷରୁ କୁହାଯାଇଛି। ଗତବର୍ଷ ଓଇଆର୍‌ସି ପକ୍ଷରୁ ବିଜୁଳି ଦର ବୃଦ୍ଧି କରାଯାଇଥିଲା। ୟୁନିଟ୍ ପିଛା ୧୦ ପଇସା ବୃଦ୍ଧି କରାଯାଇଥିଲା।

LEAVE A REPLY

Please enter your comment!
Please enter your name here