ଓଡ଼ିଶାଲାଇଭ୍ ବ୍ୟୁରୋ
ଫେସବୁକ ତଥ୍ୟ ଚୋରିକୁ ନେଇ ଉଠିଥିବା ବିବାଦ ଥମିବାର ନାଁ ନେଉନାହିଁ। କମ୍ପାନି ପ୍ରତିଷ୍ଠାତା ମାର୍କ ଜୁକରବର୍ଗ ଭୁଲ ପାଇଁ କ୍ଷମାପ୍ରାର୍ଥନା କରିବା ପରେ ଏହି ବିବାଦକୁ ନେଇ ସାରା ବିଶ୍ଵରେ ଚର୍ଚ୍ଚା ଜୋର ଧରିଛି। ଏହାଦ୍ଵାରା କମ୍ପାନି ବ୍ୟବସାୟରେ ମଧ୍ୟ ଏହାର ପ୍ରଭାବ ପଡ଼ିଛି।
ତଥ୍ୟ ଚୋରି ଅଭିଯୋଗ ଆସିବା ପରେ ଫେସବୁକ ସିଇଓ ମାର୍କ ଜୁକରବର୍ଗ ଙ୍କୁ ବହୁ କ୍ଷତିର ସାମ୍ନା କରିବାକୁ ପଡ଼ିଛି। ମାର୍କଙ୍କ ସମ୍ପତ୍ତିରେ ପାଖାପାଖି ୫୩ହଜାର କୋଟି ହ୍ରାସ ଘଟିଛି। ବ୍ଲୁମବର୍ଗ ବିଲେନିୟର ଇଣ୍ଡେକ୍ସ ମୁତାବକ ଗତ ୧୮ତାରିଖରେ ଫେସବୁକ୍ ନେଟୱାର୍କ ୭୪ହଜାର ଡଲାର ଥିଲା। ଡାଟା ଲିକ୍ ମାମଲା ସାମ୍ନାକୁ ଆସିବା ପରେ ବ୍ୟବସାୟ ହ୍ରାସ ପାଇ ୬୭.୩ ଆରବ ଡଲାରରେ ପହଞ୍ଚିଛି।
ମାତ୍ର ୫ଦିନ ଭିତରେ ୮ଅରବ ଡଲାର(ପାଖାପାଖି ୫୩ ହଜାର କୋଟି) କ୍ଷତି ସହିବାକୁ ପଡ଼ିଛି। ଜୁକରବର୍ଗ ୨୦୦୪ରେ ଫେସବୁକ୍ ଆରମ୍ଭ ହୋଇଥିଲା। ନିଜ ସୋସିଆଲ ମିଡ଼ିଆ କମ୍ପାନୀ ଆରମ୍ଭ କରିବା ପରେ ୨୦୧୨ରେ ଫେସବୁକ୍ ନେଟୱାର୍କ ପାଖାପାଖି ୫୩ହଜାର କୋଟି ପହଞ୍ଚିଥିଲା। କିନ୍ତୁ ତଥ୍ୟ ଚୋରି ଅଭିଯୋଗ ଆସିବା ପରେ ଯେତିକି ଅର୍ଥ ୮ବର୍ଷରେ କମାଇ ଥିଲେ ମାତ୍ର ୫ଦିନରେ ବରବାଦ ହୋଇଗଲା।
ଏହି ବିବାଦ ସାମ୍ନାକୁ ଆସିବା ପରେ କେବଳ ଜୁକରବର୍ଗଙ୍କୁ ନୁହେଁ, ଫେସବୁକକୁ ମଧ୍ୟ ସହିବାକୁ ପଡ଼ିଛି। ଏହି ବିବାଦ କାରଣରୁ କମ୍ପାନି ୩.୮ଲକ୍ଷ କୋଟି ଟଙ୍କା କ୍ଷତି ସହିଥିବାବେଳେ ଜୁକରବର୍ଗ ୫୩ହଜାର କୋଟି କ୍ଷତି ସହିଛନ୍ତି। ଗତ ସୋମବାରଦିନ କମ୍ପାନିର ମାର୍କେଟ ଭାଲ୍ୟୁ ୩୪,୯୩,୨୯୫ କୋଟି ଟଙ୍କା ଥିଲା। ଶୁକ୍ରବାର ଦିନ ଏହା ଖସି ୩୧,୧୩,୫୬୫ କୋଟି ଟଙ୍କାରେ ପହଞ୍ଚିଛି।