ଓଡ଼ିଶାଲାଇଭ୍‌ ବ୍ୟୁରୋ

ସମ୍ପୂର୍ଣ୍ଣ ସ୍ଵଦେଶୀ ଜ୍ଞାନ କୌଶଳରେ ନିର୍ମିତ ଜିସାଟ୍-୬ଏ ସାଟେଲାଇଟ୍ ଆନ୍ଧ୍ର ପ୍ରଦେଶର ଶ୍ରୀହରିକୋଟାରୁ ଉତକ୍ଷେପଣ କରାଯାଇଛି।

ଭାରତୀୟ ମହାକାଶ ଗବେଷଣା କ୍ଷେତ୍ରରେ ଆଉ ଏକ ମାଇଲଖୁଣ୍ଟ ରଚିଛି ଇସ୍ରୋ। ଗୁରୁବାରଦିନ ଇସ୍ରୋ ସଂଚାର ଉପଗ୍ରହ ଜିସାଟ-୬ ଏ ଆନ୍ଧ୍ର ପ୍ରଦେଶର ଶ୍ରୀହରିକୋଟାରୁ ଉତକ୍ଷେପଣ କରିଛି।

ଚେନ୍ନାଇର ଶହେ ଦଶ କିଲୋମିଟର ଦୂର ଶ୍ରୀହରିକୋଟା ମହାକାଶ କେନ୍ଦ୍ରରୁ ଗୁରୁବାରଦିନ ୪ଟା ୫୬ ମିନିଟରେ ଏହି ଉପଗ୍ରହକୁ ଉତକ୍ଷେପଣ କରାଯାଇଛି। ୧୭ମିନିଟ୍ ଭିତରେ ଏହା ନିଜ କକ୍ଷ ସ୍ଥଳରେ ପହଞ୍ଚିବ।

ଜିଏସଏଲଭି-ଏମକେ ୨ ରକେଟ ଦ୍ୱାରା ଏହି ଉପଗ୍ରହ ଉତକ୍ଷେପଣ କରାଯାଇଛି। ଏହି ଉପଗ୍ରହ ମୋବାଇଲ୍ ସେବା ଓ ସୂଚନା ସେବା କ୍ଷେତ୍ରରେ ଅନେକ ସୁବିଧା ପ୍ରଦାନ କରିବ।

ଜିସାଟ୍-୬ର ଓଜନ ୨୧୪୦ କିଲୋ। ଏହା ଉଚ୍ଚ ଶକ୍ତିସମ୍ପନ୍ନ ଏ-ବ୍ୟାଣ୍ଡ ଯୋଗାଯୋଗ ଉପଗ୍ରହ। ଏହି ଉପଗ୍ରହ ମହାକାଶରେ ୧୦ବର୍ଷ ପାଇଁ କାର୍ଯ୍ୟ କରିବ। ଉପଗ୍ରହ ନିର୍ମାଣ ପାଇଁ ୨୭୦କୋଟି ଟଙ୍କା ଖର୍ଚ୍ଚ କରାଯାଇଛି।

Comment