ଓଡ଼ିଶାଲାଇଭ୍‌ ବ୍ୟୁରୋ

୧. ଶ୍ରୀଜଗନ୍ନାଥ ମନ୍ଦିର ରତ୍ନଭଣ୍ଡାର ଯାଞ୍ଚ୍ ଉପରେ ଏବେ ସମସ୍ତଙ୍କ ନଜର।

୨. ଯାଞ୍ଚ୍ କରୁଛନ୍ତି ପତ୍ନତ୍ତତ୍ୱ ସର୍ବେକ୍ଷଣ ବିଭାଗର ବିଶେଷଜ୍ଞ।

୩. ସାଥିରେ ରହିବେ ପ୍ରଶାସକ, ସେବକ, ଗଜପତିଙ୍କ ପ୍ରତିନିଧି ଓ ହାଇକୋର୍ଟଙ୍କ ପ୍ରତିନିଧି।

୪. ଶ୍ରୀମନ୍ଦିର ବାହାରେ ଓ ବେଢ଼ା ଭିତରେ ପୋଲିସ୍ ଛାଉଣୀ। ବାହାରେ ୨ ଭିତରେ ୨ ପ୍ଲାଟୁନ୍ ଫୋର୍ସ ମୁତୟନ।

୫. ରତ୍ନଭଣ୍ଡାର ଅଳଙ୍କାର ଯାଞ୍ଚ୍ ହେବନାହିଁ। କେବଳ ରତ୍ନଭଣ୍ଡାର କାନ୍ଥ ଓ ଛାତର ସ୍ଥିତି ଅନୁଧ୍ୟାନ କରାଯିବ।

୬.ସବୁ ସ୍ତରରେ ସୁରକ୍ଷା ବ୍ୟବସ୍ଥା। ମନ୍ଦିର ବାହାରେ ଅଗ୍ନିଶମ ସେବା, ଓଏସଡିଏମଏ ଓ ଆମ୍ବୁଲାନ୍ସ ପ୍ରସ୍ତୁତ।

୭. ରତ୍ନଭଣ୍ଡାର ବାହାରେ ପ୍ରସ୍ତୁତ ରହିବେ ସ୍ନେକ୍ସ ହେଲ୍ପ ଲାଇନର ସ୍ୱେଚ୍ଛାସେବୀ।

୮. ଶ୍ରୀମନ୍ଦିର ପ୍ରଶାସକ, ଜିଲ୍ଲାପାଳ, ଏସପି, ଏଏସ୍ଆଇ ବିଶେଷଜ୍ଞ ଓ ସେବକ ସମସ୍ତେ ପିନ୍ଧିବେ ଗାମୁଛା।

୯. ରତ୍ନଭଣ୍ଡାର ପ୍ରବେଶ ପୂର୍ବରୁ ୨ଟି ସ୍ଥାନରେ ହେବ ସୁରକ୍ଷା ଯାଞ୍ଚ୍। ରତ୍ନଭଣ୍ଡାରକୁ ବାହାରିବାବେଳେ ବି ସୁରକ୍ଷା ଯାଞ୍ଚ୍ ହେବ।

୧୦.ହାତରେ ଓ ବେକରେ ମୁଦି, ଚେନ୍ ବା କୌଣସି ଧାତୁ ପିନ୍ଧିଥିଲେ ବାହାର କରିବାକୁ ହେବ।

୧୧. ସୁରକ୍ଷା ଯାଞ୍ଚ୍ ସମୟରେ ହେବ ଭିଡିଓ ରେକଡିଂ। ଭିଡିଓ ରେକଡିଂ ଚିପକୁ ପରେ ସିଲ୍ କରିଦିଆଯିବ।

୧୨. ରତ୍ନଭଣ୍ଡାରରେ ଯାହା ଦେଖିଲେ ତାହା କାହା ଆଗରେ ପ୍ରକାଶ ନକରିବାକୁ ସମସ୍ତଙ୍କୁ ରହିଛି ନିର୍ଦ୍ଦେଶ।

୧୩. ଦୀର୍ଘଦିନ ପରେ ଖୋଲାଯାଉଛି ରତ୍ନଭଣ୍ଡାର। ସାପ ଥିବାର ରହିଛି ଆଶଙ୍କା।

୧୪.ଏପ୍ରିଲ୍ ୪,୨୦୧୮ ଅପରାହ୍ଣ ୨ଟାଠାରୁ ରତ୍ନଭଣ୍ଡାର ଯାଞ୍ଚ ପାଇଁ ସ୍ଥିର ହୋଇଛି ସମୟ। ମନ୍ଦିର ପ୍ରଶାସନ ଜାରି କରିଛି ନିୟମାବଳୀ।

୧୫. ଶ୍ରୀମନ୍ଦିରରେ ପ୍ରାୟ ୨ଘଣ୍ଟା ଧରି ବନ୍ଦ ରହିବ ସାଧାରଣ ଦର୍ଶନ। ମଧ୍ୟାହ୍ନ ଧୂପ ପରେ ବନ୍ଦ ରହିବ ସମସ୍ତ ନୀତି।

୧୬. ହାଇକୋର୍ଟଙ୍କ ନିର୍ଦ୍ଦେଶକ୍ରମେ ରତ୍ନଭଣ୍ଡାର ସ୍ଥିତି ଯାଞ୍ଚ୍ କରୁଛି ଏଏସ୍ଆଇ। ରାଜ୍ୟ ସରକାର ଦେଇଛନ୍ତି ଅନୁମତି।

୧୬. ହାଇକୋର୍ଟଙ୍କ ନିର୍ଦ୍ଦେଶକ୍ରମେ ରତ୍ନଭଣ୍ଡାର ସ୍ଥିତି ଯାଞ୍ଚ୍ କରୁଛି ଏଏସ୍ଆଇ । ରାଜ୍ୟ ସରକାର ଦେଇଛନ୍ତି ଅନୁମତି।

୧୭. ଛତିଶା ନିଯୋଗ ବୈଠକରେ ହୋଇଥିଲା ନିଷ୍ପତ୍ତି। ନିଯୋଗ ସଭାପତି ଓ ସଂପାଦକ ମଧ୍ୟ ରତ୍ନଭଣ୍ଡାର ଯାଞ୍ଚ୍‌ ବେଳେ ବାହାରେ ଉପସ୍ଥିତ ରହିବେ।

୧୮. ଶ୍ରୀମନ୍ଦିର ଗର୍ଭଗୃହର ଭିତରକାଠ ଡାହାଣ ପଟକୁ ରହିଛି ଏହି ରହସ୍ୟମୟ ରତ୍ନଭଣ୍ଡାର। ଭଳିକିଭଳି ଅଳଙ୍କାର ଓ ରତ୍ନରେ ସମୃଦ୍ଧ ରତ୍ନଭଣ୍ଡାର।

୧୯.ଭିତର ରତ୍ନଭଣ୍ଡାରରେ କିଟିକିଟି ଅନ୍ଧାର। ପୂର୍ବରୁ ପ୍ରଶାସକ ଓ ସେବକ ଦୀପ ବା ମଶାଲ୍ ଧରି ପ୍ରବେଶ କରୁଥିଲେ। ଏଥର ବ୍ୟବହାର ହେବ ସର୍ଚ୍ଚ ଲାଇଟ୍ ଓ ଅକ୍ସିଜେନ ସିଲିଣ୍ଡର୍।

୨୦.୧୯୭୮ମସିହାରେ ହୋଇଥିଲା ବାହାର ଓ ଭିତର ରତ୍ନଭଣ୍ଡାରର ଅଳଙ୍କାର ଗଣନା। ବିଭିନ୍ନ ଅଳଙ୍କାର ନାଁ, ପ୍ରକାର, ଓଜନ ଓ ନିର୍ଦ୍ଧିଷ୍ଟ ଧାତୁ ବାବଦରେ ମନ୍ଦିର ପ୍ରଶାସନ ପ୍ରକାଶ କରିଥିଲା ଏକ ପୁସ୍ତିକା।

 

Comment