ଓଡ଼ିଶାଲାଇଭ୍‌ ବ୍ୟୁରୋ

ଅଷ୍ଟ୍ରେଲିଆର ଗୋଲ୍ଡ କୋଷ୍ଟଠାରେ ଚାଲିଥିବା ୨୨ତମ ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ ଭାରୋତ୍ତଳନକାରୀଙ୍କ ପରେ ଭାରତୀୟ ସୁଟର ମଧ୍ୟ ଜଲଓ୍ଵା ଦେଖାଇଛନ୍ତି।

ଗୋଲ୍‌ଡ୍‌ କୋଷ୍ଟ୍‍ ଠାରେ ଚାଲିଥିବା ରାଜ୍ୟଗୋଷ୍ଠୀ କ୍ରୀଡ଼ାର ପଞ୍ଚମ ଦିନ ବେଲ୍‌ମୋଣ୍ଟ୍‌ ସୁଟିଙ୍ଗ୍‌ ସେଣ୍ଟରଠାରେ ଏକ ରେକର୍ଡ ସୃଷ୍ଟି କରି ଭାରତୀୟ ସୁଟର୍‌ ଜିତୁ ରାୟ ପୁରୁଷ ୧୦ ମିଟର୍‌ ଏୟାର୍‌ ପିସ୍ତଲ ଚାଳନାରେ ସ୍ୱର୍ଣ୍ଣ ପଦକ ଜିଣିଛନ୍ତି। ଅନ୍ୟତମ ପ୍ରତିଦ୍ୱନ୍ଦ୍ୱୀ ଓ ମିତରଓ୍ଵାଲ୍‌ ବ୍ରୋଞ୍ଚ ପଦକ ହାସଲ କରିଛନ୍ତି।

ଚାରି ବର୍ଷ ତଳେ ଗ୍ଲାସ୍‌ଗୋ ଠାରେ ଅନୁଷ୍ଠିତ ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ ୫୦ ମିଟର୍‌ ଏୟାର୍‌ ପିସ୍ତଲ୍‌ ଇଭେଣ୍ଟ୍‌ରେ ସ୍ୱର୍ଣ୍ଣପଦକ ଜିଣିଥିବା ରାୟ ସମୁଦାୟ ୨୩୫. ୧ ପଏଣ୍ଟ୍‌ ସୁଟ୍‌ କରି ୫ମ ସ୍ଥାନ ପାଇଁ ଯୋଗ୍ୟତା ଅର୍ଜନ କରିଥିଲେ।

ମିତରଓ୍ଵାଲ୍‌ ସମୁଦାୟ ୨୧୪. ୩ ପଏଣ୍ଟ୍‌ ସଟ୍‌ କରି କରିଛନ୍ତି। ଅଷ୍ଟ୍ରେଲିଆର କେରି ବେଲ୍‌ ୨୩୩. ୫ ପଏଣ୍ଟ୍‌ ସଟ୍‌ କରି ରୌପ୍ୟ ପଦକ ପାଇଛନ୍ତି। ଏହି ଦୁଇଟି ପଦକ ପାଇବା ପରେ ଭାରତର ସମୁଦାୟ ପଦକ ସଂଖ୍ୟା ୧୫ରେ ପହଞ୍ଚିଛି। ଏଥିରେ ସୁଟର୍‌ମାନେ ୫ଟି ପଦକ ହାସଲ କରିଥିବାବେଳେ ଭାରୋତ୍ତଳନକାରୀମାନେ ନଅଟି ପଦକ ପାଇଛନ୍ତି।

ଭାରତର ନମ୍ବର ଓ୍ଵାନ୍ ସୁଟର୍ ଜିତୁ ରାୟ ଜୀବନରେ ଅନେକ ଉତ୍‌ଥାନ ଓ ପତନ ଦେଇ ଗତି କରିଛନ୍ତି। ଜିତୁଙ୍କ ଘର ପ୍ରକୃତରେ ନେପାଳ।

୨୦୦୬ରେ ନିଜ ପିତାଙ୍କୁ ହରାଇଥିଲେ। ଏହାପରେ ତାଙ୍କ ପରିବାର ଭାରତ ପଳାଇ ଆସିଥିଲେ। ଏଠାରେ କିଛିଦିନ ରହିବା ପରେ ମାତ୍ର ୧୯ବର୍ଷ ସୁଟିଂରେ ନିଜ କ୍ୟାରିୟର୍ ଆରମ୍ଭ କରିଥିଲେ ଜିତୁ। କିନ୍ତୁ ଖରାପ ପ୍ରଦର୍ଶନ କାରଣରୁ ତାଙ୍କୁ ୨ବର୍ଷ ସୁଟିଂ ଛାଡ଼ିବାକୁ ପଡ଼ିଥିଲା। କିନ୍ତୁ ନିଜ ଲକ୍ଷ୍ୟ କେବେ ବି ବିଚ୍ୟୁତ ହୋଇନଥିଲେ ଜିତୁ। ସଂଘର୍ଷ ଜାରି ରଖି ପୁଣି ଥରେ ଜାତୀୟ ଓ ଅନ୍ତର୍ଜାତୀୟ ପ୍ରତିଯୋଗିତାରେ ନିଜ ଜଲଓ୍ଵା ଦେଖାଇଲେ।

Comment