ଓଡ଼ିଶାଲାଇଭ୍‌ ବ୍ୟୁରୋ

  • ଭୁବନେଶ୍ୱରରେ ହେବ ମହାସମ୍ମିଳନୀ
  • ମହାସମ୍ମିଳନୀରେ ଯୋଗ ଦେବେ ୧୫ ଜିଲ୍ଲାର ପ୍ରତିନିଧି
  • ମହାସମ୍ମିଳନୀରେ ପ୍ରସ୍ତୁତ ହେବ ରଣନୀତି

ମହାନଦୀକୁ ନେଇ ପୁଣି ମହାସଂଗ୍ରାମ ଡାକରା ଦେଇଛି ବିଜେଡି। ୧୫ଟି ଜିଲ୍ଲାର ଲୋକ ପ୍ରତିନିଧିଙ୍କୁ ନେଇ ବିଜେଡି ଏପ୍ରିଲ ୧୫ରେ ଭୁବନେଶ୍ୱରରେ ମହାସମ୍ମିଳନୀ କରିବା ପାଇଁ ନିଷ୍ପତ୍ତି ନେଇଛି। ବିଜେଡି ପାର୍ଟି ଅଫିସରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ବିଜେଡି ସାଧାରଣ ସମ୍ପାଦକ ସଞ୍ଜୟ ଦାସବର୍ମା ଏହି ସୂଚନା ଦେଇଛନ୍ତି।

ଇବ୍‌ ଏବଂ ମହାନଦୀ ପ୍ରତି କେନ୍ଦ୍ର ସରକାର ଅବହେଳା କରି ଆସୁଛନ୍ତି। ଇବ୍‌କୁ ଶୁଖାଇବା ପାଇଁ କେନ୍ଦ୍ର ସରକାର ଷଡ଼ଯନ୍ତ୍ର କରୁଛନ୍ତି। ମହାନଦୀ ଟ୍ରିବ୍ୟୁନାଲ ଗଠନ କରିବା ପାଇଁ ସୁପ୍ରିମକୋର୍ଟ ନିର୍ଦ୍ଦେଶ ଦେଇଥିଲେ ମଧ୍ୟ କେନ୍ଦ୍ର ସରକାର ଏଦିଗରେ ପଦକ୍ଷେପ ଗ୍ରହଣ କରି ନାହାନ୍ତି। ଏସବୁ ପ୍ରତିବାଦରେ ବିଜେଡି ଏପ୍ରିଲ ୧୫ରେ ମହାସମ୍ମିଳନୀ ଡାକରା ଦେଇଛି।

ଏହି ମହାସମ୍ମିଳନୀରେ ୧୫ଟି ଜିଲ୍ଲାର ଲୋକ ପ୍ରତିନିଧି ଯୋଗଦେବେ। ବିଧାୟକ, ସାଂସଦ, ପୌର ଏବଂ ପଞ୍ଚାୟତ ପ୍ରତିନିଧି ଯୋଗଦେବେ। ଏହି ସମ୍ମିଳନୀରେ ହିଁ ଆଗାମୀ ରଣନୀତି ପ୍ରସ୍ତୁତ କରାଯିବ।

ସାମ୍ମାଦି ସମ୍ମିଳନୀରେ ବିଜେଡିର ବରିଷ୍ଠ ନେତା ପ୍ରସନ୍ନ ଆଚାର୍ଯ୍ୟ, ଦେବୀ ପ୍ରସାଦ ମିଶ୍ର, ସଞ୍ଜୟ ଦାସବର୍ମା ଏବଂ ଅତନୁସବ୍ୟସାଚୀ ନାୟକ ଉପସ୍ଥିତ ଥିଲେ।

Comment