ଓଡ଼ିଶାଲାଇଭ୍‌ ବ୍ୟୁରୋ

ପୁଣି ସୋସିଆଲ୍ ନେଟୱାର୍କିଂ ସାଇଟ୍‌ ଜଗତରେ ଏଣ୍ଟ୍ରି ମାରିବାକୁ ଯାଉଛି ଅରକୁଟ। ନୂଆ ନାଁ ଓ ନୂଆ ରୂପରେ ଫେସବୁକ ସହ ଟକ୍କର ଦେବ ଅରକୁଟ।

ସୋସିଆଲ ନେଟୱାର୍କିଂ ସାଇଟର ଚାହିଦା ଦିନକୁଦିନ ବୃଦ୍ଧି ପାଇବାରେ ଲାଗିଛି। ସ୍ନାପଚାଟ୍‌, ଫେସବୁକ୍, ଟୁଇଟର ଆସିବା ପୂର୍ବରୁ ଆଉ ଏକ ସୋସିଆଲ ସାଇଟ୍‌ ସାରା ବିଶ୍ୱରେ ବେଶ୍‌ ଲୋକପ୍ରିୟତା ହାସଲ କରିଥିଲା। ତାହା ଥିଲା ଅରକୁଟ।

ଫେସବୁକ ଆସିବା ପରେ ଲୋକେ ଅରକୁଟ କଥା ଭୁଲି ଗଲେ। ବାଧ୍ୟ ହୋଇ ଗୁଗୁଲ୍‌ ୨୦୧୪ରେ ଅରକୁଟକୁ ବନ୍ଦ କରିଥିଲା।

ଡାଟାଚୋରୀ ବିବାଦରେ ଏବେ ଫସି ରହିଥିବାରୁ ଲୋକେ ଫେସବୁକ ପାଖରୁ ମୁହଁ ଫେରାଇବାକୁ ଲାଗିଲେଣି।

ଏହାର ସୁଯୋଗ ନେଇ ପୁଣି ସୋସିଆଲ୍ ସାଇଟ୍‌ ଜଗତରେ ଏଣ୍ଟ୍ରି ମାରିବାକୁ ଯାଉଛି ଅରକୁଟ। ନୂଆ ନାଁ ଓ ନୂଆ ରୂପରେ ଫେସବୁକ ସହ ଟକ୍କର ଦେବାକୁ ଯାଉଛି ଅରକୁଟ।

ଏହି ନୂଆ ଆପ୍‌ର ନାଁ ରହିଛି ‘ହ୍ୟାଲୋ’। ଏହାକୁ ପ୍ରସ୍ତୁତ କରିଛନ୍ତି ଅରକୁଟର ପ୍ରତିଷ୍ଠାତା ଅରକୁଟ ବିୟୁକୋକଟେନ। ଏହି ଆପ୍‌ ପୂର୍ବରୁ ବ୍ରାଜିଲରେ ଆରମ୍ଭ ହୋଇ ଲୋକପ୍ରିୟତା ହାସଲ କରି ସାରିଥିବାବେଳେ ଏବେ ଭାରତରେ ସେବା ପ୍ରଦାନ କରିବାକୁ ଯାଉଛି।

“ଦିନକୁଦିନ ‘ହ୍ୟାଲୋ’ ଲୋକପ୍ରିୟତା ହାସଲ କରିବାରେ ଲାଗିଛି। ଆମର ଲକ୍ଷ ଥିଲା ଏକ ଏମିତି ପ୍ଲାଟଫର୍ମ ତିଆରି କରିବା ଯେଉଁଠି ଲୋକମାନେ ନିଜ ପସନ୍ଦର ଲୋକଙ୍କ ସହ ମିଶିବା ସହ ଏକ ସକରାତ୍ମକ ଭାବର ଆଦାନପ୍ରଦାନ କରିପାରିବେ। ଏଥିରେ ‘ହ୍ୟାଲୋ’ ନେଟୱାର୍କ ଆପଣଙ୍କୁ ସହାୟତା କରିପାରିବ”, ଏହା କହିଛନ୍ତି ଅରକୁଟ ପ୍ରତିଷ୍ଠାତା।

ଅରକୁଟକୁ ଭରସା ଅଛି ଯେ, ଯେଉଁଭଳି ଭାବରେ ଅରକୁଟ ଡଟ୍ କମ ବ୍ୟବହାରକାରୀଙ୍କ ସଂଖ୍ୟା ଭାରତରେ ୩୦କୋଟିରୁ ଅଧିକ ଥିଲେ ସେହିଭଳି ଭାବେ ‘ହ୍ୟାଲୋ’ ନେଟୱାର୍କ ବି ସଫଳ ରହିବ। ଏହି ଆପଟି ଗୁଗୁଲ ପ୍ଲେ ଷ୍ଟୋରରେ ଉପଲବ୍ଧ ରହିଛି। ଗୁଗୁଲ ପ୍ଲେ ଷ୍ଟୋରରେ ଏହି ଆପକୁ ୪.୩ ଷ୍ଟାର୍ ରେଟିଂ ମିଳିଛି।

Comment