ଓଡ଼ିଶାଲାଇଭ୍‌ ବ୍ୟୁରୋ

୪୦ ସେକେଣ୍ଡରେ ୧୫ଥର ଫାୟାରିଂ କଲେ ଧୋନି

ମହେନ୍ଦ୍ର ସିଂହ ଧୋନିଙ୍କ ଜଲୱା କ୍ରିକେଟ ପଡ଼ିଆରେ ଯେମିତି ଦର୍ଶକଙ୍କୁ ଆକୃଷ୍ଟ କରେ। ପଡ଼ିଆ ବାହାରେ ମଧ୍ୟ ଅଜବ ଅନ୍ଦାଜ ଯୋଗୁଁ ମାହି ସବୁବେଳେ ଚର୍ଚ୍ଚାରେ ଥାନ୍ତି। କ୍ରିକେଟ୍‌ ଛଡ଼ା ମାହି ଫୁଟବଲ୍‌ରେ ବି ମାହିର୍‌। ବିଭିନ୍ନ କମ୍ପାନିର ବାଇକ୍‌ ଘରେ ଆଣି ରଖିବା ମାହିଙ୍କର ଆଉ ଏକ ନିଶା। ନିକଟରେ ଧୋନିଙ୍କ ଆଉ ଏକ ନିଶା ସାମ୍ନାକୁ ଆସିଛି। ମାହି ହାତରେ ବନ୍ଧୁକ ଧରି ସୁଟିଂ କରିବାର ଏକ ଭିଡ଼ିଓ ନିଜ ଟୁଇଟରରେ ଅପଲୋଡ କରିଛନ୍ତି।

ଭାରତ ପାଇଁ ଆଜି ଥିଲା ‘ଗୋଲଡେନ୍ ଡେ’: ଆଠଥର ବାଜିଲା ଜାତୀୟ ସଙ୍ଗୀତ

ଶନିବାର ଦିନ ସକାଳୁ ଭାରତୀୟ ଷ୍ଟାର୍ ବକ୍ସର ମେରିକମଙ୍କଠାରୁ ସ୍ୱର୍ଣ୍ଣ ପଦକ ଜିତିବା ଆରମ୍ଭ ହୋଇ ମୁଷ୍ଟିଯୋଦ୍ଧା ବିକାଶ କୃଷ୍ଣଙ୍କ ପାଖରେ ଆସି ଶେଷ ହୋଇଥିଲା। ଏହି ସମୟ ଭିତରେ ଗୌରବ ସୋଲାଙ୍କି, ସଞ୍ଜୀବ ରାଜପୁତ, ବିନେଶ୍ ଫୋଗେଟ୍, ମୋନିକା ବାତ୍ରା, ସୁମିତ ମଲିକଙ୍କ ସହ ନୀରଜ ଚୋପ୍ରା ଭାରତକୁ ଆଉ ୬ଟି ସ୍ୱର୍ଣ୍ଣ ପଦକ ଦେଇଛନ୍ତି। ଫଳରେ ଅଷ୍ଟେଲିଆର ଗୋଲକୋଷ୍ଟରେ ୮ଥର ଭାରତୀୟ ତ୍ରିରଙ୍ଗା ସର୍ବୋଚ୍ଚକୁ ଉଠିବା ସହ ୮ଥର ଭାରତୀୟ ଜାତୀୟ ସଙ୍ଗୀତ ବାଜିଛି।

ଫିଲ୍ମର ନା ‘ହାଲୋ ଆର୍ସି’, ଜାଣନ୍ତୁ ନାଁ ପଛର କାହାଣୀ?

ହାଲୋ ଆର୍ସି। ଏହା ହେଉଛି ଏକ ଓଡ଼ିଆ ଫିଲ୍ମର ଟାଇଟଲ୍। ଏହି ଫିଲ୍ମଟି ଜାତୀୟ ଚଳଚ୍ଚିତ୍ର ପୁରସ୍କାର ପାଇବା ପାଇଁ ମନୋନିତ ହୋଇଛି। ତେବେ ଇଂରାଜୀ ଟାଇଟଲ୍‌ରେ ତିଆରି ହୋଇଥିବା ଓଡ଼ିଆ ଫିଲ୍ମର ନାଁ କାହିଁକି ଏପରି ରଖାଗଲା ଜାଣନ୍ତୁ ଏହି ରିପୋର୍ଟରୁ।

ଉନ୍ନାଓ ଦୁଷ୍କର୍ମ ମାମଲା: ୭ ଦିନଆ ରିମାଣ୍ଡରେ ଗଲେ ଅଭିଯୁକ୍ତ ବିଜେପି ବିଧାୟକ

ଉତ୍ତରପ୍ରଦେଶ ଉନ୍ନାଓ ଦୁଷ୍କର୍ମ ମାମଲାରେ ଗିରଫ ବିଧାୟକ କୁଲଦୀପ ସିଂ ସେଙ୍ଗର୍‌ଙ୍କୁ ୭ ଦିନିଆ ରିମାଣ୍ଡରେ ନେଇଛି ସିବିଆଇ। ଅଭିଯୁକ୍ତ ବିଧାୟକଙ୍କୁ ଶନିବାର କୋର୍ଟରେ ହାଜର କରିଥିଲା ସିବିଆଇ। ବିଧାୟକଙ୍କୁ ୭ ଦିନିଆ ରିମାଣ୍ଡରେ ନେବା ପାଇଁ ସିବିଆଇ କୋର୍ଟରେ ଆବେଦନ କରିଥିଲା। ସିବିଆର ଆବେଦନକୁ କୋର୍ଟ ଗ୍ରହଣ କରି ନେଇଛନ୍ତି।

ନଭେମ୍ବରରେ ସାଧାରଣ ନିର୍ବାଚନ?

ଘଡ଼ିକେ ଘୋଡ଼ା ଛୁଟିବା ଭଳି ଏବେ ରାଜନୀତିର ଅବସ୍ଥା। ସାଧାରଣ ନିର୍ବାଚନ ଆହୁରି ବର୍ଷେ ସମୟ ଥିବା ବେଳେ ଏହାକୁ ପୂର୍ବରୁ କରିବା ପାଇଁ ଏକ ଉଦ୍ୟମ ଆରମ୍ଭ ହୋଇଛି। ଖବର ଆସୁଛି ଯେ ନଭେମ୍ବର-ଡିସେମ୍ବର ମାସରେ ହୁଏତ ନିର୍ବାଚନ ହୋଇଯାଇପାରେ।

ଯୌତୁକ ନେଲା ଜୀବନ: ବୋହୁକୁ ମାରିଦେଲେ ଶାଶୂଘର ଲୋକେ

ପୁଣି ଜଳିଲା ଆଉ ଜଣେ ନବବଧୂଙ୍କ ଜୁଇ। ପେଟରେ ବଢୁଥିବା ୫ ମାସର ଶିଶୁ ମଧ୍ୟ ଦୁନିଆ ଦେଖିବା ଆଗରୁ ଆଖିବୁଜିଛି। ଏଭଳି ଚାଞ୍ଚଲ୍ୟକର ଘଟଣା ଘଟିଛି ବାଙ୍କୀ ବ୍ଲକର ବୈଦ୍ୟେଶ୍ୱର ଥାନା ଅନ୍ତର୍ଗତ କାଳିପୋଇ ଗ୍ରାମରେ।

କାର୍ଣ୍ଣାଟକରେ ଝୁଲା ବିଧାନସଭା?

କର୍ଣ୍ଣାଟକ ବିଧାନସଭା ନିର୍ବାଚନ ପାଇଁ ବିଜେପି-କଂଗ୍ରେସ ମଧ୍ୟରେ ଚାଲିଛି ଜୋରଦାର ଟକ୍କର। ହେଲେ ଆଗୁଆ ସର୍ଭରେୁ ଜଣାପଡ଼ିଛି ସରକାର ଗଠନ ପାଇଁ ଏହି ଦୁଇ ଦଳକୁ ମିଳିବନି ପୂର୍ଣ୍ଣ ବହୁମତ।

କଠୁଆ ଗଣଦୁଷ୍କର୍ମ: ମୁହଁ ବନ୍ଦ ପାଇଁ ପୀଡ଼ିତାଙ୍କୁ ଦିଆଯାଇଥିଲା ନିଶା ବଟିକା

କାଶ୍ମୀରର କଠୁଆ ଗଣଦୁଷ୍କର୍ମ ଘଟଣାକୁ ନେଇ ବିବାଦ ଥମି ନଥିବା ବେଳେ ଆଉ ଏକ ସାଂଘାତିକ ତଥ୍ୟ ସାମ୍ନାକୁ ଆସିଛି। ୮ ବର୍ଷର ନାବାଳିକାଙ୍କୁ ଅଭିଯୁକ୍ତମାନେ ନିଶା ବଟିକା ଦେଇ ବଳାତ୍କାର କରିଥିବା ପୋଲିସ କହିଛି।

ରାଜ୍ୟଗୋଷ୍ଠୀ କ୍ରୀଡ଼ାର ସ୍ୱଣ୍ଣିମ ଦିନ: ଭାରତ ଖାତାରେ ୬ଟି ସ୍ୱର୍ଣ୍ଣ

ଅଷ୍ଟ୍ରେଲିଆର ଗୋଲ୍ଡକୋଷ୍ଟଠାରେ ଚାଲିଥିବା ରାଜ୍ୟଗୋଷ୍ଠୀ କ୍ରୀଡ଼ାର ୧୦ମ ଦିନରେ ୬ଟି ସ୍ୱର୍ଣ୍ଣ ପଦକ ପାଇଛି। ଭାରତୀୟ ମୁଷ୍ଟିଯୋଦ୍ଧା ମେରି କମ୍‌, ଗୌରବ ସୋଲାଙ୍କି, ସଞ୍ଜୀବ ରାଜପୁତ, ବିନେଶ୍ ଫୋଗେଟ୍, ସୁମିତ ମଲିକଙ୍କ ସହ ନୀରଜ ଚୋପ୍ରା ଭାରତକୁ ଏହି ୬ଟି ସ୍ୱର୍ଣ୍ଣ ପଦକ ଦେଇଛନ୍ତି।

Comment