ଓଡ଼ିଶାଲାଇଭ୍‌ ବ୍ୟୁରୋ

ଖରାଦିନେ ଟାଣ ଖରା ଯୋଗୁଁ ଶରୀରରୁ ପ୍ରଚୁର ଝାଳ ବୋହେ। ଏହିଦିନେ ସୌନ୍ଦର୍ଯ୍ୟ ସାଙ୍ଗକୁ କେଶ ମଧ୍ୟ ଖରାପ ହେବାର ଆଶଙ୍କା ଥାଏ। ଖରା ପାଇଁ କେଶରେ ଚମକ ଆସି ନ ଥାଏ। କେଶ ମଧ୍ୟ ଫାଟିଯାଏ। ଆପଣ ଘରୋଇ ଉପାୟରେ କେଶର ଯତ୍ନ ନେଇପାରିବେ।

ତେବେ ଆସନ୍ତୁ ଜାଣିବା ଘରୋଇ ଉପାୟରେ କିପରି କେଶର ଯତ୍ନ ନେବେ…

ସୋରିଷ ତେଲ

ଟାଆଁସିଆ କେଶକୁ ଠିକ୍ ରଖିବାକୁ ହେଲେ ସ୍ୟାମ୍ପୁ ପରେ ଆମେ ସାଧାରଣ ଭାବେ କଣ୍ଡିସନର୍ ଲଗାଇଥାଉ। ଏହା କିଛିକ୍ଷଣ ପାଇଁ ଠିକ୍ ରହି ଆପେ ଆପେ କେଶକୁ ଅସଜଡ଼ା କରିଥାଏ। ତେବେ ସ୍ୟାମ୍ପୁ କରିବାର ଅଧଘଣ୍ଟା ପୂର୍ବରୁ ସୋରିଷ ତେଲ ଲଗାଇ ଅଧଘଣ୍ଟା ପରେ ସ୍ୟାମ୍ପୁ କରିନିଅନ୍ତୁ। ଏହାଦ୍ୱାରା କେଶ ଚିକ୍ ଚିକ୍ କରିଥାଏ।

ମେହେନ୍ଦି

ଯେଉଁ ମହିଳାଙ୍କ କେଶ ତୈଳାକ୍ତ ଥାଏ, ସେମାନଙ୍କୁ ଦିନେ ଛାଡ଼ି ଦିନେ କେଶ ଧୋଇବାକୁ ପଡ଼ିଥାଏ। ଯଦ୍ଵାରା କେଶ ଖରାପ ହୋଇଥାଏ। ଏପରିସ୍ଥଳେ ମେହେନ୍ଦିରେ ୧ ଚାମଚ ଦହି ମିଶାଇ ପେଷ୍ଟ୍ ପ୍ରସ୍ତୁତ କରିନିଅନ୍ତୁ। ଏହାକୁ କେଶରେ ଲଗାଇ ୧୫ ମିନିଟ୍ ପରେ କେଶ ଧୋଇ ଦିଅନ୍ତୁ। ଯଦ୍ଧ୍ୱାରା କେଶର ପ୍ରାକୃତିକ ରଙ୍ଗ ରହିବା ସହ ତୈଳାକ୍ତ ସମସ୍ୟା ମଧ୍ୟ ଦୂର ହୋଇଥାଏ।

Comment