ଓଡ଼ିଶାଲାଇଭ୍‌ ବ୍ୟୁରୋ

ବଲିଉଡ ଅଭିନେତା ସଲମାନ ଖାନ୍‌ଙ୍କ ଫିଟ୍‌ନେସ୍‌ ଚିନ୍ତା। ଶରୀରକୁ ଫିଟ୍‌ ରଖିବା ପାଇଁ ସଲମାନ ଭିନ୍ନ ଭିନ୍ନ ଶୈଳୀ ଆପଣାଇବାର ଲକ୍ଷ୍ୟ କରାଯାଇଛି। ଏଥର ସେ ଏକ ନୂଆ ଫିଟ୍‌ନେସ୍‌ ମନ୍ତ୍ର ନିଜ ଫ୍ୟାନ୍‌ମାନଙ୍କୁ ଦେଇଛନ୍ତି। ତାହା ହେଉଛି ବ୍ୟାକ୍‌ ଫ୍ଲିପ୍‌ ଷ୍ଟାଇଲ୍ ଫିଟ୍‌ନେସ୍‌।

ଜେଲରୁ ବେଲ୍‌ ମିଳିବା ପରେ ବଲିଉଡର ଦବଙ୍ଗ ଷ୍ଟାର୍ ସଲମାନ ଖାନ୍‌ ‘ରେସ୍‌-୩’ ସୁଟିଂରେ ଲାଗିପଡ଼ିଛନ୍ତି। ଏହାପରେ ଅଲ୍ଲୀ ଅବାସ ଜାଫରଙ୍କ ଅଗାମୀ ଫିଲ୍ମ ‘ଭାରତ’ର ସୁଟିଂରେ ବ୍ୟସ୍ତ ରହିବେ ସଲମାନ। ସୁଟିଂ ବ୍ୟସ୍ତତାରୁ କିଛି ସମୟ ବାହାର ନିଜ ଫିଟନେସ୍ ଉପରେ ଧ୍ୟାନ ଦେଇଛନ୍ତି।

ନିର୍ଦ୍ଦେଶକ ଅଲ୍ଲୀ ଅବାସ ନିଜ ଟୁଇଟର ଆକାଉଣ୍ଟରେ ସଲମାନଙ୍କ ଏକ ଭିଡିଓ ସେୟାର କରିଛନ୍ତି। ସଲମାନଙ୍କ ଏହି ଭିଡିଓଟି ତାଙ୍କ ଫ୍ୟାନମାନଙ୍କ ମଧ୍ୟରେ ଖୁବ୍‌ ଲୋକପ୍ରିୟ ହୋଇଛି।


ଏହି ଭିଡିଓଟି ସଲମାନଙ୍କ ଏକ ପୁରୁଣା ଭିଡିଓ। ସଲମାନ ‘ସୁଲତାନ’ ଫିଲ୍ମ ସମୟରେ ଏହି ଭିଡିଓଟି ସୁଟିଂ କରାଯାଇଥିଲା। ଏହି ଭିଡିଓଟିରେ ସଲମାନ ବ୍ୟାକ୍‌ ଫ୍ଲିପ୍‌ କରିବାର ନଜର ଆସିଛନ୍ତି। ଦୁଇଜଣ ଲୋକଙ୍କ ସହାୟତା ନେଇ ସଲମାନ ଏହି କଠିନ ଫିଟନେସ୍ କରିବାର ଲକ୍ଷ୍ୟ କରାଯାଇଛି।

ନିର୍ଦ୍ଦେଶକ ଅଲ୍ଲୀ ଜାଫର୍ ଏହି ଭିଡିଓକୁ ଅପଲୋଡ କରି କ୍ୟାପସନ୍‌ରେ ଲେଖିଛନ୍ତି, “ଦେଖନ୍ତୁ ଭାଇ(ସଲମାନ ଖାନ୍‌), ସୁଲତାନ ଫିଲ୍ମ ଟ୍ରେନିଂ ସମୟର ଭିଡିଓ ମୁଁ ପାଇଛି? ରାତି ୨ଟାରେ ସଲମାନ ଖାନ୍‌ଙ୍କ ବ୍ୟାକ୍ ଫ୍ଲିପ୍ କରିବା”।

“ଆଗାମୀ ଚଳଚ୍ଚିତ୍ର ପାଇଁ ମଧ୍ୟ ସଲମାନ ନିଜ ଫିଟନେସ୍ ଉପରେ ଅଧିକ ଧ୍ୟାନ ଦେଉଛନ୍ତି। ଏଥିପାଇଁ ସୁଟିଂ ସାରି ରାତିରେ ସମୟ ବାହାର କରି ଜିମ୍‌ରେ ଅଧିକ ସମୟ ଦେଉଛନ୍ତି। ଖାସ୍ ଭାବେ ବ୍ୟାକ୍‌ ଫ୍ଲିପ୍‌ ଉପରେ ଅଧିକ ଧ୍ୟାନ ଦେଉଛନ୍ତି ସଲମାନ”, କହିଛନ୍ତି ଅଲ୍ଲୀ ଅବାସ୍।

‘ସୁଲତାନ’ ଫିଲ୍ମରେ ସଲମାନଙ୍କ ଫିଟନେସ୍‌କୁ ନେଇ ଚର୍ଚ୍ଚା ଜୋର ଧରିଥିଲା। ଏହି ଫିଲ୍ମରେ ସଲମାନଙ୍କ ଭୂମିକା ଥିଲା ଜଣେ ରେସଲର୍। ଏଥିପାଇଁ ସଲମାନ ନିଜ ଫିଟନେସ୍ ଉପରେ ଅଧିକ ଧ୍ୟାନ ଦେଇଥିଲେ। ଏହି ଫିଲ୍ମ ପାଇଁ ୧୭ କିଲୋ ଓଜନ କମାଇ ଥିଲେ।

‘ସୁଲତାନ’ ପରେ ଏବେ ସଲମାନ ଖାନ୍‌ ପୁଣିଥରେ ଅଲ୍ଲୀ ଅବାସ ଜାଫରଙ୍କ ସହ ପୁଣି ଥରେ କାର୍ଯ୍ୟ କରିବାକୁ ଯାଉଛନ୍ତି। ଆଗାମୀ ଫିଲ୍ମ ‘ଭାରତ’ର ଫିଲ୍ମର ପ୍ରି-ପ୍ରଡକ୍ସନ୍ କାମ ମଧ୍ୟ ଆରମ୍ଭ ହୋଇଯାଇଛି।

Comment