ଓଡ଼ିଶାଲାଇଭ୍‌ ବ୍ୟୁରୋ

ପୃଥିବୀରୁ ଡାଇନୋସରଙ୍କ ବିଲୁପ୍ତ କେମିତି ହେଲା ତାହାର ଭିନ୍ନ ଭିନ୍ନ କାରଣ ପଦାକୁ ଆସିଛି। ଏହାକୁ ନେଇ ଅନେକ କାଳ୍ପନିକ କାହାଣୀ ମଧ୍ୟ ଗଢ଼ାଯାଇଛି। ଡାଇନୋସର ଉତ୍ପତ୍ତିକୁ ଏଥର ଏକ ନୂଆ ତଥ୍ୟ ସାମ୍ନାକୁ ଆସିଛି।

ନିକଟରେ ହୋଇଥିବା ଅଧ୍ୟୟନରେ ଡାଇନୋସର ଉତ୍ପତ୍ତିକୁ ନେଇ ଏକ ନୂଆ ଖୁଲାସା ସାମ୍ନାକୁ ଆସିଛି। ଅଧ୍ୟୟନ ମୁତାବକ ୬.୬କୋଟି ବର୍ଷ ପୂର୍ବେ ପୃଥିବୀ ପୃଷ୍ଠରେ ଉଲକା ପିଣ୍ଡ ପ୍ରଭାବ କାରଣରୁ ଡାଇନୋସରଙ୍କ ବିଲୁପ୍ତ ଘଟିଥିଲା।

ନୂଆ ଅଧ୍ୟୟନରୁ ଜଣାପଡ଼ିଛି ଯେ, ୨୩.୨କୋଟି ବର୍ଷ ପୂର୍ବରୁ ବିଭିନ୍ନ ପ୍ରକାରର ଜୀବ ପୃଥିବୀ ପୃଷ୍ଠରୁ ବିଲୁପ୍ତ ହୋଇଯାଉଥିଲେ। ସେତେବେଳେ ଡାଇନୋସରଙ୍କ ବିସ୍ତାର ହେବା ଆରମ୍ଭ ହେଲା।

ଇଟାଲୀର ‘ମ୍ୟୁଜିୟମ୍ ଅଫ୍ ସାଇନ୍ସ’, ୟୁନିଭରସିଟିଜ୍ ଅଫ୍ ଫେରେରା ଆଣ୍ଡ୍ ପାଡୋବା ଓ ବ୍ରିଟେନ ୟୁନିଭରସିଟି ଅଫ୍ ବ୍ରିଷ୍ଟଲର ବୈଜ୍ଞାନିକମାନେ କହିଛନ୍ତି, “ଡାଇନୋସରର ବିସ୍ତାର ମଧ୍ୟ ଏକ ସଂକଟରୁ ଆରମ୍ଭ ହୋଇଥିଲା। ପୃଥିବୀରୁ ଅନେକ ଜୀବ ଓ ବୃକ୍ଷଲତା ଆଦିର ବିଲୋପ ଯୋଗୁଁ ଡାଇନୋସରର ଉତ୍ପତ୍ତି ହୋଇଥିଲା”।

ଉତ୍ତର ଇଟାଲୀର ଡୋଲୋମାଇଟ୍ସରୁ ମିଳିଥିବା ଡାଇନୋସର କଙ୍କାଳକୁ ନେଇ ଅଧ୍ୟୟନ କରାଯାଇଥିଲା। ଅଧ୍ୟୟନକାରୀମାନେ ପକ୍ଷରୁ କୁହାଯାଇଛି ଯେ ଆଗରୁ ଡାଇନୋସମାନଙ୍କ କଙ୍କାଳ ମିଳୁନଥିଲା ଏବେ ଏହି ବିଲୁପ୍ତ ଶ୍ରେଣୀର କଙ୍କାଳ ମିଳୁଛି। ଯାହା ଡାଇନୋସର ଜୀବର ଉତ୍ପତ୍ତି ବିଷୟରେ ଅଧିକ ତଥ୍ୟ ଜାଣିବାକୁ ମିଳୁଛି।

Comment