ଓଡ଼ିଶାଲାଇଭ୍‌ ବ୍ୟୁରୋ

ବିଧାୟକ ପ୍ରଭାତ ବିଶ୍ୱାଳଙ୍କୁ ଓଡ଼ିଶା ହାଇକୋର୍ଟରୁ ଜାମିନ୍ ମିଳିଛି। ସେ ଏବେ ବି କଟକ ବଡ଼ ମେଡିକାଲରେ ଚିକିତ୍ସାଧୀନ ଅଛନ୍ତି।

ଚୌଦ୍ୱାର-କଟକ ବିଧାୟକ ପ୍ରଭାତ ବିଶ୍ୱାଳଙ୍କୁ ମିଳିଲା ଜାମିନ୍। ଓଡ଼ିଶା ହାଇକୋର୍ଟ ପ୍ରଭାତଙ୍କୁ ୨ ମାସ ପାଇଁ ଅନ୍ତରୀଣ ଜାମିନ୍ ଦେଇଛନ୍ତି। ସ୍ୱାସ୍ଥ୍ୟଗତ ସମସ୍ୟା ଦେଖାଇ ଜାମିନ୍ ପାଇଁ ପ୍ରଭାତ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ। ଏବେ ପ୍ରଭାତ କଟକ ଏସ୍‌ସିବି ମେଡିକାଲରେ ଚିକିତ୍ସାଧୀନ ଅଛନ୍ତି।

୨୦୧୭ ସେପ୍ଟେମ୍ବର ୧୯ରେ ପ୍ରଭାତଙ୍କୁ ଗିରଫ କରିଥିଲା ସିବିଆଇ। ସିସୋର ଚିଟ୍‌ଫଣ୍ଡ ସଂସ୍ଥା ସହ ଲିଙ୍କ୍ ଅଭିଯୋଗରେ ପ୍ରଭାତ ଗିରଫ ହୋଇଥିଲେ। ପରେ ଅଧିକା ପଚରା ଉଚରା କରିବା ପାଇଁ ପ୍ରଭାତଙ୍କୁ ସିବିଆଇ ରିମାଣ୍ଡରେ ନେଇଥିଲା। ରିମାଣ୍ଡ ବେଳେ ହିଁ ପ୍ରଭାତ ଅସୁସ୍ଥ ହୋଇଯାଇଥିଲେ। ତାଙ୍କୁ ପ୍ରଥମେ ଭୁବନେଶ୍ୱର କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ହେଲେ ସ୍ୱାସ୍ଥ୍ୟ ଅବସ୍ଥାରେ ସୁଧାର ନଆସିବାରୁ ପ୍ରଭାତଙ୍କୁ କଟକ ଏସ୍‌ସିବି ମେଡିକାଲରେ ଭର୍ତ୍ତି କରାଯାଇଥିଲା।

ସିବିଆଇ ସ୍ୱତନ୍ତ୍ର ଅଦାଲତ ଏବଂ ଖୋର୍ଦ୍ଧା ଜିଲ୍ଲା ଦୌରା ଜଜ୍‌ଙ୍କ କୋର୍ଟରେ ପ୍ରଭାତଙ୍କ ଜାମିନ୍ ଆବେଦନ ଖାରଜ ହେବା ପରେ ପ୍ରଭାତ ହାଇକୋର୍ଟର ଦ୍ୱାରସ୍ଥ ହୋଇଥିଲେ।

Comment