ଓଡ଼ିଶାଲାଇଭ୍‌ ବ୍ୟୁରୋ

ଫ୍ରିଜ୍ ଖାଦ୍ୟ ଶରୀର ପାଇଁ ହାନିକାରକ ସାବ୍ୟସ୍ତ ହୋଇପାରେ। ଏକ ନୂଆ ଗବେଷଣାରୁ ଏହା ଜଣାପଡ଼ିଛି। ବ୍ରେଡ, ବିଲାତି, କଦଳୀ, ଲେମ୍ବୁ ଓ କମଳା, ମହୁ, ସବୁଜ ପତ୍ରର ପରିବା, ସେଓ ଓ ଅଣ୍ଡା ଆଦି ଖାଦ୍ୟପଦାର୍ଥ ଫ୍ରିଜ୍‌ରେ ରଖି ଖାଇଲେ ଶରୀର ପାଇଁ କ୍ଷତିକାରକ।

ଫ୍ରିଜରେ ରଖିଲେ ଅସୁବିଧା ହେବ?

ବ୍ରେଡ୍

ଫ୍ରିଜର ଥଣ୍ଡା ତାପମାନରେ ବ୍ରେଡ ନଷ୍ଟ ହେବାର ବହୁତ ସମ୍ଭାବନା ଥାଏ। ଏହାର ଡିହାଇଡ୍ରେଶନର ପ୍ରୋସେସ ବଢିଯାଇଥାଏ। ଏହାଦ୍ୱାରା ବ୍ରେଡ ଶୁଖିଯାଏ। ଶୀଘ୍ର ଖରାପ ହୋଇଯାଏ।

ସବୁଜ ପତ୍ରର ପରିବା

ଏଗୁଡିକୁ କିଛି ଦିନ ଫ୍ରିଜରେ ରଖିଲେ ଏହାର ପତ୍ର ଶୁଖିଯାଏ। ପରିବା ଶୀଘ୍ର ନଷ୍ଟ ହେବାର ସମ୍ଭାବନା ଥାଏ। ଏହାସହ ସହ ପିଆଜକୁ ବି ଫ୍ରିଜରେ ରଖିବା ଭଲ ନୁହେଁ। ଏହା ଦ୍ୱାରା ପିଆଜର କଟୁତା ନଷ୍ଟ ହୋଇଯାଏ।

ମହୁ

ଫ୍ରିଜରେ ଏହାକୁ ରଖିବା ଦ୍ୱାରା ଏହା ବହଳିଆ ହୋଇଯାଏ। ଏଣୁ ଏହାକୁ ଫ୍ରିଜର ବାହାରେ ରଖିବା ଭଲ। ଅଧିକ ସମୟଯାଏ ଏହାକୁ ଫ୍ରିଜରେ ରଖିବା ଦ୍ୱାରା ଏହାର କ୍ରିଷ୍ଟଲ ଭଳି ହୋଇଯାଏ।

ବିଲାତି

ଫ୍ରିଜରେ ରଖିବା ଦ୍ୱାରା ଏହା ଭିତରେ ଥିବା ମେମବ୍ରେନ ଭାଙ୍ଗି ଯାଏ। ବିଲାତି ଶୁଖିଯାଇ ଖରାପ ହୋଇଥାଏ।
କଦଳୀ

ଏଥିରୁ ଇଥାଇଲିନ୍ ଗ୍ୟାସ ବାହାରେ। ଯାହାକୁ ଅନ୍ୟ ଫଳ ସହ ଫ୍ରିଜରେ ରଖିଲେ ଏହି ଗ୍ୟାସର ପ୍ରଭାବରେ ସେଗୁଡିକୁ ବି ପଚାଇଦିଏ।

ଲେମ୍ବୁ କମଳା

ଏଥିରେ ସାଇଟ୍ରିକ୍ ଏସିଡ୍ ଥାଏ। ଏଥିପାଇଁ ଏହା ଫ୍ରିଜର ଥଣ୍ଡାକୁ ପ୍ରତିହତ କରିପାରି ନଥାଏ। ଚୋପରେ ଦାଗ ପଡିଯାଏ। ସ୍ୱାଦ ବି ବଦଳିଯାଏ।
ସେଓ

ଏହାକୁ ଫ୍ରିଜରେ ରଖିଲେ ଏଥିରେ ଥିବା ଏନଜାଇମ୍ସ ଆକ୍ଟିଭ୍ ହୋଇଥାନ୍ତି ଏବଂ ଫଳ ଶୀଘ୍ର ପାଚିଯାଏ।ଏଣୁ ଏହା ଖରାପ ହେବାର ସମ୍ଭାବନା ବେଶୀ ଥାଏ। ଯଦି ଫ୍ରିଜରେ ରଖୁଛନ୍ତି ତ କାଗଜରେ ଗୁଡାଇ ରଖନ୍ତୁ।

ଅଣ୍ଡା

ଏହାକୁ ବେଶୀ ଦିନ ଫ୍ରିଜରେ ରଖିଲେ ଏହାର କେଶର ଶୁଖି ଯାଇପାରେ ଏହାର ନ୍ୟୁଟ୍ରିଏଣ୍ଟ୍ସ କମିଯାଇଥାଏ। ଏଣୁ ଏହା ଖାଇବା ସ୍ୱାସ୍ଥ୍ୟ ପାଇଁ ଭଲ ନୁହେଁ।

Comment