ଓଡ଼ିଶାଲାଇଭ୍‍ ଏଣ୍ଟରଟେନମେଣ୍ଟ ବ୍ୟୁରୋ

 

ବଲିଉଡରେ ଏମିତି ଅନେକ ଷ୍ଟାର ଅଛନ୍ତି, ଯେଉଁମାନେ ଭାରତରେ ରହି ହିନ୍ଦୀ ସିନେମାରେ କାମ କରୁଛନ୍ତି। କିନ୍ତୁ ସେହି ବଲିଉଡ ଷ୍ଟାରଙ୍କର ପାକିସ୍ତାନ ସହ କନେକ୍ସନ ବି ରହିଛି। ଏହି ବଲିଉଡ ଷ୍ଟାରଙ୍କ ତାଲିକାରେ ଟ୍ରାଜେଡି କିଙ୍ଗ୍ ଦିଲୀପ କୁମାର, ବିଗ୍ ବି ଅମିତାଭ ବଚ୍ଚନ, ବାଦଶାହା ଶାହରୁଖ୍ ଖାନ୍ ବି ଅଛନ୍ତି।

ଆସନ୍ତୁ ଜାଣିବା ଏହି ବଲିଉଡ ଷ୍ଟାରମାନଙ୍କର ପାକିସ୍ତାନ ସହିତ ରହିଛି କି ସମ୍ପର୍କ

ଦିଲୀପ କୁମାର

ବଲିଉଡ ଷ୍ଟାର ଦିଲୀପ କୁମାର ଟ୍ରାଜେଡି କିଙ୍ଗ୍ ଭାବେ ବେଶ୍ ପରିଚିତ ଥିଲେ। ସେ ଜଣେ ବିଗ୍ ଷ୍ଟାର୍ ଥିଲେ ତାଙ୍କ ସମୟରେ। କିନ୍ତୁ ଆପଣ କ’ଣ ଜାଣନ୍ତି କି ଏହି ବଲିଉଡ ଷ୍ଟାରଙ୍କ ଜନ୍ମ ପାକିସ୍ତାନର ପେଶାୱରଠାରେ ହୋଇଥିଲା। ତେବେ ୧୯୩୦ରେ ଦିଲୀପଙ୍କ ପରିବାର ମୁମ୍ବାଇ ସିଫ୍ଟ ହୋଇଯାଇଥିଲେ। ଏହାପରେ ଏହି ବଲିଉଡ ଷ୍ଟାର ବମ୍ବେ ଟକିଜରେ ଚାକିରି କରିଥିଲେ। ସେହି ସମୟରେ ପ୍ରଖ୍ୟାତ ବଲିଉଡ ଷ୍ଟାର୍ ଅଶୋକ କୁମାର ଦିଲୀପ କୁମାରଙ୍କ ଅଭିନୟ କ୍ଷେତ୍ରକୁ ଆସିବା ପାଇଁ ପ୍ରୋତ୍ସାହିତ କରିଥିଲେ। ସେ ୧୯୪୨ରେ ‘ଜ୍ୱାର ଭଟ୍ଟା’ ଫିଲ୍ମରେ କାମ କରିବା ପରେ ବନିଥିଲେ ବଲିଉଡ ଷ୍ଟାର।

ଅମିତାଭ ବଚ୍ଚନ

ଅମିତାଭ ବଚ୍ଚନ ଏପରି ଜଣେ ବଲିଉଡ ଷ୍ଟାର୍ ଯାହାଙ୍କର ପାକିସ୍ତାନ ସହ ସମ୍ପର୍କ ରହିଛି। ବିଗ୍ ବିଙ୍କ ମାଆ ତେଜି ବଚ୍ଚନଙ୍କର ଜନ୍ମ ପାକିସ୍ତାନର ଫୈସଲାବାଦଠାରେ ହୋଇଥିଲା। ବଲିଉଡ ଷ୍ଟାର୍ ଅମିତାଭ ବଚ୍ଚନଙ୍କର ମାଆ ଜେି ପାକିସ୍ତାନର ଲାହୋରରେ ଥିବା ଏକ ଡିଗ୍ରି କଲେଜରେ ସାଇକୋଲୋଜି ବିଭାଗରେ ଅଧ୍ୟାପନା ବି କରୁଥିଲେ।  ତେବେ ଅମିତାଭଙ୍କ ପିତା ହରିବଂଶ ରାୟ ବଚ୍ଚନଙ୍କ ସହିତ ତେଜିଙ୍କର ସାକ୍ଷାତ ଆହ୍ଲାବାଦ ବିଶ୍ୱବିଦ୍ୟାଳୟରେ ହୋଇଥିଲେ। ଆହ୍ଲାବାଦରେ ଉଭୟେ ବିବାହ ବନ୍ଧନରେ ଆବଦ୍ଧ ହୋଇଥିଲେ। ତା’ପରେ ତେଜି ବଚ୍ଚନ ପାକିସ୍ତାନ ଛାଡ଼ି ଭାରତରେ ରହିଥିଲେ।

ଶାହାରୁଖ୍ ଖାନ୍

ବଲିଉଡ ଷ୍ଟାର ଶାହାରୁଖ୍ ଖାନ୍‌ଙ୍କ ପିତା ଶୀର ତାଜ୍ ମହମ୍ମଦ ଖାନ୍‌ ପାକିସ୍ତାନର ପେଶାୱାରର ଅଧିବାସୀ ଥିଲେ। ଖାଲି ସେତିକି ନୁହେଁ, ତାଙ୍କ ବଲିଉଡ ଷ୍ଟାର୍ ଶାହାରୁଖ୍ ଖାନଙ୍କର ଜେଜେ ଜାନ୍ ମହମ୍ମଦ ଆଫଗାନିସ୍ଥାନର ବାସିନ୍ଦା ଥିଲେ। ଏଭଳି ଭାବେ ତାଙ୍କର ପାକିସ୍ତାନ ସହ କନେକସନ୍  ରହିଛି।

ହିତ୍ୱିକ୍ ରୋଶନ୍

ବଲିଉଡ ଷ୍ଟାର ହିତିକ୍ ରୋଶନଙ୍କର ବି ପାକିସ୍ତାନ କନେକ୍ସନ୍ ରହିଛି। ହିତିକଙ୍କ ଜନ୍ମ ମୁମ୍ବାଇରେ ହୋଇଥିଲା। କିନ୍ତୁ ଏହି ବଲିଉଡ ଷ୍ଟାରଙ୍କ ଅଜା ଜେ. ଓମ୍. ପ୍ରକାଶ ପାକିସ୍ତାନର ଲାହୋରରେ ବସବାସ କରୁଥିଲେ। ଜେ. ଓମ୍ ପ୍ରକାଶ ଜଣେ ପ୍ରଖ୍ୟାତ ନିର୍ମାତା- ନିର୍ଦ୍ଦେଶକ। ଠିକ୍ ସେହିପରି ବଲିଉଡ ଷ୍ଟାର ହିତିକ୍ ରୋଶନଙ୍କ ଜେଜେ ରୋଶନଲାଲ୍ ନାଗରଥ ମଧ୍ୟ ପାକିସ୍ତାନର ଗୁଜରାଂବାଲା (ପଞ୍ଜାବ)ର ଅଧିବାସୀ ଥିଲେ। ରୋଶନଲାଲ୍ ବଲିଉଡରେ ରୋଶନ୍ ନାଆଁରେ ପରିଚିତ। ସେ ଜଣେ ଖ୍ୟାତନାମା ସଙ୍ଗୀତ ନିର୍ଦ୍ଦେଶକ।

ସଞ୍ଜୟ ଦତ୍ତ

ବଲିଉଡ ଷ୍ଟାର ସଞ୍ଜୟ ଦତ୍ତଙ୍କ ପିତା ହେଲେ ନିର୍ମାତା- ନିର୍ଦ୍ଦେଶକ ତଥା ଅଭିନେତା ତଥା ରାଜନେତା ସୁନୀଲ ଦତ୍ତ। ସୁନୀଲଙ୍କର ଜନ୍ମ ପାକିସ୍ତାନର ଟେଲମଠାରେ ହୋଇଥିଲା। ସୁନୀଲ ଦତ୍ତଙ୍କୁ ୧୮ ବର୍ଷ ବୟସ ହୋଇଥିବା ବେଳେ ଭାରତ-ପାକ୍ ବିଭାଜନ ହୋଇଥିଲା। ସେ ହରିଆଣା, ଲକ୍ଷ୍ନୌ ବାଟ ଦେଇ ମୁମ୍ବାଇ ଆସିଥିଲେ। ମୁମ୍ବାଇରେ ଉଚ୍ଚ ଶିକ୍ଷା ଗ୍ରହଣ କରିଥିଲେ ବଲିଉଡ ଷ୍ଟାର ସୁନୀଲ ଦତ୍ତ।

ବିନୋଦ ଖାନ୍ନା

ଚଳିତବର୍ଷ ମର୍ଯ୍ୟାଦାଜନକ ଦାଦାସାହେବ ଫାଲ୍‌କେ ପୁରସ୍କାର ଦିଆଯିବ ଦିବଂଗତ ଅଭିନେତା ବିନୋଦ ଖାନ୍ନାଙ୍କୁ। ହେଲେ ଆପଣ କ’ଣ ଜାଣନ୍ତି କି ବଲିଉଡ ଷ୍ଟାର୍ ବିନୋଦ ଖାନ୍ନାଙ୍କ ଜନ୍ମ ଭାରତରେ ନୁହେଁ, ବରଂ ପାକିସ୍ତାନରେ ହୋଇଥିଲା। ହଁ ଏହି ବଲିଉଡ ଷ୍ଟାରଙ୍କ ଜନ୍ମସ୍ଥାନ ହେଲା ପାକିସ୍ତାନର ପେଶାୱାର୍। ତେବେ ବିନୋଦଙ୍କ ଜନ୍ମ ପରେ ତାଙ୍କ ପରିବାର ମୁମ୍ବାଇ ଚାଲି ଆସିଥିଲେ। ତା’ପରେ ଜଣେ ବଲିଉଡ ଷ୍ଟାର ଭାବେ ବେଶ୍ ଖ୍ୟାତି ଅର୍ଜନ କରିଥିଲେ ବିନୋଦ ଖାନ୍ନା। ସେ ଜଣେ କେନ୍ଦ୍ରମନ୍ତ୍ରୀ ବି ଥିଲେ।

Comment