ଓଡ଼ିଶାଲାଇଭ୍‌ ବ୍ୟୁରୋ

ଅତୀତରେ ବାସ୍ତବ କାହାଣୀକୁ ନେଇ ନିର୍ମାଣ ହୋଇଛି ଅନେକ ସିନେମା। ସେଥମଧ୍ୟରୁ କେତେକ ବକ୍ସ ଅଫିସରେ ସଫଳତା ହାସଲ କରିଥିବାବେଳେ ଆଉ କେତେକ ଫ୍ଲପ୍‍ ସାବ୍ୟସ୍ତ ହୋଇଛି।

ବେଳେବେଳେ ବଲିଉଡ଼ରେ ସତ୍ୟ ଘଟଣା ଉପରେ ଆଧାରିତ ହିନ୍ଦୀ ସିନେମା ନିର୍ମିତ ହୋଇଥାଏ। ଆସନ୍ତୁ ନଜର ପକାଇବା ସେଭଳି କିଛି ସିନେମା ଉପରେ, ଯାହା ଏବେ ରିଲିଜ୍ ଅପେକ୍ଷାରେ ରହିଛି…

ରେଡ୍

ଅଜୟ ଦେବଗନ୍ ଓ ଇଲିଆନା ଡିକ୍ରୁଜ୍‌ଙ୍କ ଅଭିନୀତ ଫିଲ୍ମ ‘ରେଡ୍‌’ର କଥାବସ୍ତୁ ଆୟକର ବିଭାଗର ଏକ ବଡ଼ ଚଢ଼ାଉ ପ୍ରସଙ୍ଗ ଉପରେ ଆଧାରିତ। ଏଥିରେ ଅଜୟ ଦେବଗନ୍ ଜଣେ କର୍ତ୍ତବ୍ୟନିଷ୍ଠ ଭାରତୀୟ ରାଜସ୍ୱସେବା (ଆଇଆଇଏସ) ଅଧିକାରୀ ଭୂମିକାରେ ଅଭିନୟ କରିଛନ୍ତି। ଏହାର ନିର୍ଦ୍ଦେଶନା ଦେଇଛନ୍ତି ‘ନୋୱାନ୍ କିଲ୍ ତ- ଜେସିକା’ ଭଳି ସତ୍ୟଘଟଣା ଆଧାରିତ ଫିଲ୍ମର ନିର୍ଦ୍ଦେଶକ ରାଜକୁମାର ଗୁପ୍ତା। ଏଥିରେ ସୌରଭ ଶୁକ୍ଳା ଅଛନ୍ତି ନେଗେଟିଭ୍ ରୋଲରେ।

ପରମାଣୁ

୧୯୯୮ ମସିହାରେ ଭାରତରେ କରାଯାଇଥିବା ପୋଖରାନ୍ ପରୀକ୍ଷଣ ପ୍ରସଙ୍ଗ ଉପରେ ଆଧାରିତ ଏହାର କାହାଣୀ। ଏଥିରେ ନାୟକ ଜନ୍ ଆବ୍ରାହମ୍‌ଙ୍କୁ ଜଣେ ସେନା ଅଧିକାରୀ ଭୂମିକାରେ ଦେଖିବାକୁ ପାଇବେ ସିନେପ୍ରେମୀ। ଏଥିରେ ଜନ୍‌ଙ୍କ ବିପକ୍ଷରେ ଅଛନ୍ତି ଡାଏନା ପେଣ୍ଟି, ଯିଏବି ଜଣେ ସୈନ୍ୟ ଅଧିକାରୀ ଚରିତ୍ର ନିଭାଇଛନ୍ତି। ଅଭିଷେକ ଶର୍ମା ‘ପରମାଣୁ’ର ନିର୍ଦ୍ଦେଶନା ଦେଇଛନ୍ତି।

ଗୋଲ୍ଡ

ରିଅଲ୍ ଲାଇଫ୍ ଷ୍ଟୋରି ଉପରେ ପର୍ଯ୍ୟବେସିତ ସିନେମା ‘ପ୍ୟାଡମ୍ୟାନ୍’ ପରେ ଅକ୍ଷୟ କୁମାର ପୁଣି ନେଇ ଆସୁଛନ୍ତି ଆଉ ଏକ ସତ୍ୟ ଘଟଣା ଉପରେ ଆଧାରିତ ସିନେମା। ଏହାର ଟାଇଟଲ୍ ହେଲା ‘ଗୋଲ୍ଡ’। ଏଥିରେ ଜଣେ ବଙ୍ଗଲି ହକି କୋଚ୍‌ ଚରିତ୍ରରେ ଅଭିନୟ କରିଛନ୍ତି ଅକ୍ଷୟ କୁମାର। ଏହାର କଥାବସ୍ତୁ ସ୍ୱାଧୀନ ଭାରତର ପ୍ରଥମ ଅଲିମ୍ପିକ୍ ସୁବର୍ଣ୍ଣ ପଦକ ଜିତିବାର କାହାଣୀ ଉପରେ ପର୍ଯ୍ୟବେସିତ। ‘ଗୋଲ୍‌ଡ଼’ରେ ଛୋଟପରଦାର ଲୋକପ୍ରିୟ ନାୟିକା ମୌନି ରାୟ ବଲିଉଡ଼ ଡେବ୍ୟୁ କରୁଛନ୍ତି। ଏଥିରେ ମୌନି ଅକ୍ଷୟ କୁମାରଙ୍କ ପତ୍ନୀ ଭୂମିକା ନିଭାଇଛନ୍ତି। ଏହାର ନିର୍ଦ୍ଦେଶନା ଦେଇଛନ୍ତି ରୀମା କାଗ୍‌ତି।

ସଞ୍ଜୁ

‘ମୁନ୍ନାଭାଇ ଏମ୍ ବିବିଏସ୍’, ‘ଲଗେ ରହୋ ମୁନ୍ନାଭାଇ’, ‘ଥ୍ରି ଇଡିଅଟ୍ସ’ ଓ ‘ପି.କେ’ ଭଳି ସୁପରହିଟ୍ ଫିଲ୍ମର ନିର୍ଦ୍ଦେଶକ ରାଜକୁମାର ହିରାନୀଙ୍କ ନୂଆ ସିନେମା ‘ସଞ୍ଜୁ’ ମଧ୍ୟ ବାସ୍ତବ କାହାଣୀ ଉପରେ ଆଧାରିତ। ଏହା ବଲିଉଡ଼ର ଲୋକପ୍ରିୟ ଅଭିନେତା ସଞ୍ଜୟ ଦତ୍ତ ଜୀବନୀ ଉପରେ ଆଧାରିତ ବୋଲି ଜଣାଯାଇଛି। ଏଥିରେ ସଞ୍ଜୁବାବାଙ୍କର ବ୍ୟକ୍ତିଗତ ଜୀବନର ବିଭିନ୍ନ ଘଟଣା ଦେଖିବାକୁ ପାଇବେ ଦର୍ଶକ। ଏହି ଫିଲ୍ମରେ ହାର୍ଟଥ୍ରୋବ୍ ରଣବୀର କପୁର ଅଛନ୍ତି ମେଲ୍ ଲିଡ୍‌ରେ। ଏତଦ୍ ବ୍ୟତୀତ ଅନୁଷ୍କା ଶର୍ମା, ଦୀୟା ମିର୍ଜା, ସୋନମ କପୁର ଓ ପରେଶ ରାୱଲ୍ ପ୍ରମୁଖ ମୁଖ୍ୟ ଭୂମିକାରେ ଅଭିନୟ କରିଛନ୍ତି।

ମଣି କର୍ଣ୍ଣିକା ଦ କୁଇନ୍ ଅଫ୍ ଝାନ୍‌ସୀ

ବଲିଉଡ଼ର ଲୋକପ୍ରିୟ ନାୟିକା କଙ୍ଗନା ରାନାୱତ୍ ଏବେ ଏକ ନୂଆ ସିନେମାରେ କାମ କରୁଛନ୍ତି। ଏଥିରେ ଟାଇଟଲ୍‌ ରୋଲ୍‌ରେ ଅଛନ୍ତି କଙ୍ଗନା। ଭାରତର ପ୍ରସିଦ୍ଧ ଝାନ୍ସୀର ରାଣୀ ଲକ୍ଷ୍ମୀବାଇଙ୍କ ଜୀବନ ଉପରେ ଏହି ସିନେମାର କାହାଣୀ ପର୍ଯ୍ୟବେସିତ ବୋଲି କୁହାଯାଇଛି। କ୍ରିସ୍ ଏହାର ନିର୍ଦ୍ଦେଶକ। ଏଥିରେ କଙ୍ଗନାଙ୍କ ବ୍ୟତୀତ ସୋନୁ ସୁଦ୍ ଓ ଅଙ୍କିତା ଲୋଖଣ୍ଡେ ପ୍ରମୁଖ ଅଛନ୍ତି ଗୁରୁତ୍ୱପୂର୍ଣ୍ଣ ଭୂମିକାରେ।

ସୁପର-୩୦

ହ୍ରିତିକ୍ ରୋଶନ୍‌ଙ୍କ ଆଗାମୀ ସିନେମା ହେଲା ‘ସୁପର-୩୦’। ଏହା ହେଉଛି ମଧ୍ୟ ସତ୍ୟ ଘଟଣା ଉପରେ ଆଧାରିତ। ଏଥିରେ ବିହାରର ଜଣେ ଆନନ୍ଦ କୁମାରଙ୍କ ଜୀବନୀ ଦେଖିବାକୁ ମିଳିବ। ବିକାଶ ବହଲ୍, ଆନନ୍ଦ କୁମାର ହେଉଛନ୍ତି ସୁପର-୩୦’ କୋଚିଂ ସେଣ୍ଟରର ପ୍ରତିଷ୍ଠାତା।

Comment