ଓଡ଼ିଶାଲାଇଭ୍‌ ବ୍ୟୁରୋ

ମେଦବହୁଳତା କମ୍ କରିବାକୁ ଚାହୁଁଥିବା ବ୍ୟକ୍ତିଙ୍କ ପାଇଁ କାକୁଡ଼ି ବେଶ୍ ସହାୟକ ହୋଇଥାଏ। କେବଳ କାକୁଡ଼ି ନୁହେଁ, କାକୁଡ଼ି ଚୋପା ମଧ୍ୟ ଶରୀର ପାଇଁ ବେଶ୍ ଉପକାରୀ।

ଗ୍ରୀଷ୍ମଋତୁରେ କାକୁଡ଼ିର ଚାହିଦା ବେଶୀ ରହିଥାଏ। ଶରୀରକୁ ଥଣ୍ଡା ରଖିବା ପାଇଁ କାକୁଡ଼ି ଖାଇବା ଆବଶ୍ୟକ ହୋଇପଡ଼େ। ଏଥିପାଇଁ ଗ୍ରୀଷ୍ମଋତୁରେ ରାସ୍ତା କଡ଼ରେ କାକୁଡ଼ି ବେପାରୀଙ୍କ ସଂଖ୍ୟା ବେଶୀ ଦେଖାଯାଏ।

ମୁଖ୍ୟତଃ ସାଲାଡରେ କାକୁଡି ବେଶୀ ପରିମାଣରେ ବ୍ୟବହାର କରାଯାଏ। ଏଥିରେ ଅଧିକ ପରିମାଣ କ୍ୟାଲୋରୀ ଥିବାରୁ ନିୟମିତ କାକୁଡ଼ି ଖାଇବା ଆବଶ୍ୟକ ବୋଲି ଖାଦ୍ୟ ବିଶେଷଜ୍ଞମାନେ ପ୍ରକାଶ କରିଛନ୍ତି। ଏହାଛଡା ମେଦବହୁଳତା କମ୍ କରିବାକୁ ଚାହୁଁଥିବା ବ୍ୟକ୍ତିଙ୍କ ପାଇଁ କାକୁଡ଼ି ବେଶ୍ ସହାୟକ ହୋଇଥାଏ।କେବଳ କାକୁଡ଼ି ନୁହେଁ, କାକୁଡ଼ି ଚୋପା ମଧ୍ୟ ବେଶ୍ ଉପକାରୀ।

ହଜମ ପ୍ରକ୍ରିୟା

କାକୁଡ଼ି ଚୋପାରେ ଏକ ପ୍ରକାର ଫାଇବର ଥାଏ। ଯାହା ପେଟ ଯନ୍ତ୍ରଣା କମ କରେ। ଏହାସହ କୋଷ୍ଠକାଠିନ୍ୟ ଭଳି ସମସ୍ୟା ମଧ୍ୟ ଦୂର କରିଥାଏ ଏହି ଫାଇବର୍। କାକୁଡ଼ି ଖାଇବା ଦ୍ଵାରା ପେଟ ସଫା ରହିଥାଏ।

ଓଜନ କମ୍ କରେ

ଯଦି ଆପଣ ଓଜନ କମ୍ କରିବାକୁ ଚାହୁଁଛନ୍ତି ତେବେ ପ୍ରତିଦିନ କାକୁଡ଼ିକୁ ନିଜ ଖାଦ୍ୟ ମେନ୍ୟୁରେ ସାମିଲ କରନ୍ତୁ। କାକୁଡ଼ିରୁ ଚୋପା ଛଡ଼ାଇ ଖାଇବା ଆଦୌ ଉଚିତ୍ ନୁହେଁ। କାରଣ କାକୁଡ଼ି ଚୋପାରେ ଅଧିକ ଭିଟାମିନ୍‌ ରହିଥାଏ।

ରକ୍ତ ସମସ୍ୟା

କାକୁଡ଼ି ଚୋପାରେ ଭିଟାମିନ୍‌ କେ ଭରପୁର ମାତ୍ରାରେ ଥାଏ। ଏହି ଭିଟାମିନ୍‌ ଶରୀରର ପ୍ରୋଟିନ୍‌କୁ ଆକ୍ଟିଭ୍‌ କରାଇଥାଏ। ଏହାଦ୍ଵାରା ଶରୀରର କୋଶିକା ଗୁଡ଼ିକ ବିକାଶ ହୋଇଥାଏ। ରକ୍ତ ସମସ୍ୟା ଦୂର କରେ କାକୁଡ଼ି।

ଆଖି ସମସ୍ୟା

କାକୁଡ଼ିରେ ବିଟା କାରୋଟିନ୍ ଥାଏ। ଯାହା ଆଖି ସମସ୍ୟା ଦୂର କରିଥାଏ।

ତ୍ଵଚା ସମସ୍ୟା

କାକୁଡ଼ି ରସକୁ ଲଗାଇବା ଦ୍ଵାରା ମୁହଁ ଫ୍ରେଶ୍ ଦିଶିବା ସହ ଚିକ୍କଣ ରହିଥାଏ। କାକୁଡ଼ି ଚୋପାକୁ ଖରାରେ ଶୁଖାଇ ତାକୁ ଚୂନା କରି ଫେସ୍ ପ୍ୟାକ୍ ପ୍ରସ୍ତୁତ କରନ୍ତୁ। ସପ୍ତାହରେ ଥରେ ଏହି ଫେସ୍ ପ୍ୟାକ୍‌କୁ ମୁହଁରେ ଲଗାନ୍ତୁ। କିଛି ସମୟ ପରେ ମୁହଁକୁ ଥଣ୍ଡା ପାଣିରେ ଧୋଇ ଦିଅନ୍ତୁ। ଏହାଦ୍ଵାରା ତ୍ଵଚା ଉଜ୍ଜଳ ଦିଶେ।

Comment