ଓଡ଼ିଶାଲାଇଭ୍‌ ବ୍ୟୁରୋ

ଆଜିକାଲି କମ୍ ବୟସର ବ୍ୟକ୍ତି ମଧ୍ୟ କିଡନୀ ସମସ୍ୟାର ଶିକାର ହେଉଛନ୍ତି। ଆରମ୍ଭରୁ କିଛି ଟିପ୍ସ ଉପରେ ନିୟମିତ ଧ୍ୟାନ ଦେଲେ କିଡନୀ ଭଳି ସମସ୍ୟାରୁ ମୁକ୍ତି ମିଳିପାରେ।

ଆପଣ ଚାହାଁନ୍ତି କି ଆପଣଙ୍କ କିଡନୀ ସାରା ଜୀବନ ସୁସ୍ଥ ରହୁ ଏବଂ ଆପଣଙ୍କୁ ଏହା ସହ ଜଡିତ କୌଣସି ବି ସମସ୍ୟାର ସମ୍ମୁଖୀନ ନ ହେବାକୁ ପଡୁ ତେବେ ଆପଣଙ୍କୁ କିଛି କଥା ଉପରେ ଧ୍ୟାନ ଦେବାକୁ ପଡିବ।

ଆସନ୍ତୁ ଜାଣିବା ଏନେଇ କିଛି ଗୁରୁତ୍ୱପୂର୍ଣ୍ଣ କଥା-

ବ୍ଲଡ ପ୍ରେସର ଉପରେ ଧ୍ୟାନ ଦିଅନ୍ତୁ

ବିଶେଷ କରି ବ୍ଲଡ ପ୍ରେସର ଉପରେ ଆପଣ ଧ୍ୟାନ ଦେବା ଉଚିତ। ସାଧାରଣତଃ, ସାମାନ୍ୟ ବ୍ଲଡ ପ୍ରେସର ୧୨୦ ରୁ ୮୦ ମଧ୍ୟରେ ରହିଥାଏ। ଯଦି ରକ୍ତ ଚାପ ୧୪୦ କିମ୍ବା ୯୦ରୁ ଅଧିକ ହୋଇଯାଏ ତେବେ ଆପଣଙ୍କୁ ଏନେଇ ଡାକ୍ତରଙ୍କ ପରାମର୍ଶ ଲୋଡିବା ଉଚିତ।

ସନ୍ତୁଳିତ ଖାଦ୍ୟ ଖାଆନ୍ତୁ

ଯଦି ଆପଣ ଚାହାଁନ୍ତି, ଆପଣଙ୍କ କିଡନୀକୁ ସୁସ୍ଥ ରଖିବାକୁ ତେବେ ଆପଣ ପ୍ରତିଦିନ ସନ୍ତୁଳିତ ଖାଦ୍ୟ ଖାଇବା ଅତ୍ୟନ୍ତ ଜରୁରୀ। ଏଥିପାଇଁ ଆପଣଙ୍କ ଖାଦ୍ୟରେ ବିଭିନ୍ନ ପନିପରିବା ସମେତ ସତେଜ ଫଳକୁ ସାମିଲ କରିବା ଉଚିତ।

ନିଶାଦ୍ରବ୍ୟଠାରୁ ଦୂରେଇ ରୁହନ୍ତୁ

ମୁଖ୍ୟତଃ ନିଶାଦ୍ରବ୍ୟ ଗ୍ରହଣ କରୁଥିବା ବ୍ୟକ୍ତିଙ୍କ ପାଖରେ କିଡନୀ ଜନିତ ସମସ୍ୟା ଅଧିକ ପରିମାଣରେ ଦେଖାଯାଇଥାଏ। ଧୁମ୍ରପାନ କରୁଥିବା ଲୋକଙ୍କ କିଡନୀ ଜନିତ ସମସ୍ୟା ହେବାର ଆଶଙ୍କା ସାଧାରଣ ଲୋକଙ୍କଠାରୁ ଦ୍ୱିଗୁଣିତ ହୋଇଥାଏ। ତେବେ ଏଥିପାଇଁ ଧୁମ୍ରପାନଠାରୁ ସବୁବେଳେ ଦୂରରେ ରହିବା ଉଚିତ ।

ଅଧିକ ପାଣି ପିଅନ୍ତୁ

ପ୍ରତିଦିନ ୧୦ରୁ ୧୨ ଗ୍ଲାସ ପାଣି ପିଇବା ଅତ୍ୟନ୍ତ ଆବଶ୍ୟକ। ଅଧିକ ମାତ୍ରାରେ ପାଣି ପିଇବା ଦ୍ୱାରା ଶରୀର ମଧ୍ୟରେ ଥିବା ବିଷାକ୍ତ ପଦାର୍ଥ ବାହାରକୁ ନିଷ୍କାସନ ହୋଇଥାଏ। ଯାହାଫଳରେ ଆପଣଙ୍କର ସ୍ୱାସ୍ଥ୍ୟ ଭଲ ରହିବା ସହ କିଡନୀ ରୋଗ ହୋଇ ନଥାଏ।

୪୦ବର୍ଷ ପରେ ନିୟମିତ କିଡନୀ ଯାଞ୍ଚ କରନ୍ତୁ

ପ୍ରାୟତଃ, ୪୦ ବର୍ଷ ବୟସ ଅତିକ୍ରମ କଲାପରେ ନିୟମିତ ଭାବରେ ଆପଣଙ୍କୁ କିଡନୀର ଯାଞ୍ଚ କରିବା ଜରୁରୀ ଅଟେ। କାରଣ, କିଛି ଲୋକଙ୍କ ମଧ୍ୟରେ ଏନେଇ କୌଣସି ପ୍ରକାରର ଲକ୍ଷଣ ଦେଖାଯାଇ ନଥାଏ ଏବଂ ଯେତେବେଳେ ଏହା ଜଣାପଡି ଥାଏ ସେତେବେଳେ ବହୁତ ବିଳମ୍ବ ହୋଇ ଯାଇଥାଏ।

Comment