ଓଡ଼ିଶାଲାଇଭ୍‌ ବ୍ୟୁରୋ

ସିବିଏସ୍‌ଇ ଦ୍ୱାରା ପରିଚାଳିତ ଜେଇଇ ମେନ୍-୨୦୧୮ ପରୀକ୍ଷା ଫଳ ଆଜି ପ୍ରକାଶ ପାଇବ। ସୋମବାର ଅପରାହ୍ଣରେ ଏହି ପରୀକ୍ଷା ଫଳ ପ୍ରକାଶ ପାଇବ। ଏଥିପାଇଁ ଛାତ୍ରଛାତ୍ରୀମାନେ ଉତ୍କଣ୍ଠାର ସହ ଅପେକ୍ଷା କରିଛନ୍ତି। ୧୨ ଲକ୍ଷରୁ ଅଧିକ ପିଲା ଚଳିତ ବର୍ଷ ଜେଇଇ ମେନ୍ ପରୀକ୍ଷା ଦେଇଥିଲେ।

ଜେଇଇ ମେନ୍ ପରୀକ୍ଷା ଫଳ cbseresults.nic.in, results.nic.in ଏବଂ ଅଫିସିଆଲ ୱେବସାଇଟ୍ jeemain.nic.in ରେ ଉପଲବ୍ଧ ହେବ। ଛାତ୍ରଛାତ୍ରୀମାନେ ଏହି ଦୁଇଟି ୱେବସାଇଟରୁ ସେମାନଙ୍କ ପରୀକ୍ଷା ଫଳ ଜାଣିପାରିବେ।

ଏନ୍‌ଆଇଟି, ଆଇଆଇଟି ଏବଂ ସିଏଫ୍‌ଟିଆଇଏସ୍‌ରେ ଇଞ୍ଜିନିୟରିଂ ଏବଂ ଆର୍କିଟେକ୍ଚର ପାଠ ପଢ଼ିବା ପାଇଁ ସିବିଏସ୍‌ଇ ପକ୍ଷରୁ ପ୍ରତିପବର୍ଷ ଜେଇଇ ମେନ୍ ପରୀକ୍ଷା ଆୟୋଜନ କରାଯାଇଥାଏ।

ସୋମବାର ୧୧ଟାରେ ପରୀକ୍ଷା ଫଳ ବାହାରିବାର ଥିଲା। କିନ୍ତୁ କୌଣସି କାରଣରୁ ଅପରାହ୍ଣ ୩ଟାକୁ ଏହା ଘୁଞ୍ଚାଇ ଦେଇଥିଲେ ସିବିଏସ୍‌ଇ କର୍ତ୍ତୃପକ୍ଷ। ତେବେ ସୋମବାର ସନ୍ଧ୍ୟା ସୁଦ୍ଧା ପରୀକ୍ଷା ଫଳ ପ୍ରକାଶ ପାଇବ ବୋଲି ଆଶା କରାଯାଉଛି।

Comment