ଓଡ଼ିଶାଲାଇଭ୍‌ ବ୍ୟୁରୋ

ତୁଳସୀ ଯେ କେବଳ ଆମର ଆସ୍ଥାର ପ୍ରତୀକ ହୋଇଥାଏ ତାହା ନୁହେଁ, ଏହି ବୃକ୍ଷଟିରେ ଭରି ରହିଥିବା ଔଷଧିୟ ଗୁଣ କାରଣରୁ ଆୟୁର୍ବେଦରେ ମଧ୍ୟ ଏହାର ଗୁରୁତ୍ୱପୂର୍ଣ୍ଣ ଭୂମିକା ଦେଖିବାକୁ ମିଳିଥାଏ ।

ତୁଳସୀକୁ ହିନ୍ଦୁ ସମ୍ପ୍ରଦାୟର ପବିତ୍ର ବୃକ୍ଷ ବୋଲି ବିବେଚନା କରାଯାଏ। ତୁଳସୀ ପତ୍ରରେ ବିଭିନ୍ନ ଔଷଧୀୟ ଗୁଣ ମଧ୍ୟ ରହିଛି।

ତେବେ ଆସନ୍ତୁ ଜାଣିବା ତୁଳସୀର ଔଷଧିୟ ଗୁଣ ସମ୍ପର୍କରେ।

କାଶ ଓ କଫ ସମସ୍ୟା

ତୁଳସୀକୁ ସାଧାରଣତଃ କାଶ ଓ କଫ ପାଇଁ ଉଦ୍ଦିଷ୍ଟ ବିଭିନ୍ନ ସିରଫ୍ ପ୍ରସ୍ତୁତିରେ ବ୍ୟବହାର କରାଯାଇଥାଏ। ତୁଳସୀ ପତ୍ର କଫ ସଫା କରିବାରେ ସହାୟକ ହୋଇଥାଏ। ତେବେ ଏହାକୁ ଅଦା ସହ ମିଶାଇ କିଛି ସମୟ ବ୍ୟବଧାନ ରଖି ଚୋବାଇ ଚୋବାଇ ଖାଆନ୍ତୁ। ଯାହା ଥଣ୍ଡା ସମୟରେ ଭଲ ଔଷଧ ଭାବରେ କାମ କରିଥାଏ। ଥଣ୍ଡାରୁ ରକ୍ଷା ପାଇବା ପାଇଁ ଆପଣ ତୁଳସୀର ବ୍ୟବହାର କରିପାରିବେ। ଏଥିପାଇଁ ପାଖାପାଖି ୧୦-୧୫ଟି ତୁଳସୀ ପତ୍ର କ୍ଷୀରରେ ଫୁଟାଇ ସେବନ କରନ୍ତୁ।

ଲିଭର ସମସ୍ୟା

ଲିଭର ସମ୍ବନ୍ଧୀୟ ସମସ୍ୟାରୁ ରକ୍ଷା ପାଇବା ପାଇଁ ତୁଳସୀକୁ ବ୍ୟବହାର କରିପାରିବେ। ଏଥିପାଇଁ ପ୍ରତିଦିନ ସକାଳୁ ଉଠି ଖାଲି ପେଟରେ ପାଖାପାଖି ୧୦-୧୨ଟି ତୁଳସୀ ପତ୍ରକୁ ଗରମ ପାଣିରେ ଧୋଇ ଖାଆନ୍ତୁ । ଦେଖିବେ ଏହା ଦ୍ୱାରା ଆପଣ ନିଶ୍ଚୟ ଉପକାର ଲାଭ କରିବେ।

ପେଟ ସମସ୍ୟା

ତୁଳସୀକୁ ଆପଣ ପେଟ ଯନ୍ତ୍ରଣାରୁ ମଧ୍ୟ ମୁକ୍ତି ପାଇବା ପାଇଁ ବ୍ୟବହାର କରିପାରିବେ। ଗୋଟେ ଚାମଚ ତୁଳସୀ ରସକୁ ପାଣିରେ ମିଶାଇ ତାକୁ ଫୁଟାଇ ତାର ପେଷ୍ଟ ପ୍ରସ୍ତୁତ କରନ୍ତୁ । ଆଉ ପେଟରେ ଯନ୍ତ୍ରଣା ହେବା କ୍ଷଣି ଏହି ପେଷ୍ଟକୁ ନାଭି ଓ ପେଟରେ ଲେପନ କରନ୍ତୁ। ଏହା କରିବା ଦ୍ୱାରା ତୁରନ୍ତ ଉପଶମ ମିଳିଥାଏ ।

ମୁଣ୍ଡ ବିନ୍ଧା ସମସ୍ୟା

ସାଧାରଣତଃ ମୁଣ୍ଡ ବିନ୍ଧା ପ୍ରାୟ ଅଧିକାଂଶ ଲୋକଙ୍କ ମଧ୍ୟରେ ଦେଖିବାକୁ ମିଳିଥାଏ ତେବେ ଏହି ସମସ୍ୟାରୁ ରକ୍ଷା ପାଇବା ପାଇଁ ତୁଳସୀରେ ପ୍ରସ୍ତୁତ ଚା’ ସେବନ କରିବା ଦ୍ୱାରା ଏହା ଦୂର ହୋଇଥାଏ।

ପାଚନ ସମ୍ବନ୍ଧୀୟ ସମସ୍ୟା

ପାଚନ ସମ୍ବନ୍ଧୀୟ ସମସ୍ୟାରୁ ମୁକ୍ତି ପାଇବାକୁ ତୁଳସୀକୁ ବ୍ୟବହାର କରିପାରିବେ। ଏଥିପାଇଁ ଗୋଟେ ଗ୍ଲାସ ପାଣିରେ ୧୦-୧୫ଟି ତୁଳସୀ ପତ୍ର ଅଳ୍ପ ଲୁଣ ପକାଇ ସିଝାଇ ଦିଅନ୍ତୁ। ଆଉ ଏହାକୁ ସେବନ କରନ୍ତୁ।

ସଂକ୍ରମକ ରୋଗ ସମସ୍ୟା

ଅଧିକାଂଶ ସମୟରେ ଛୋଟ ପିଲାମାନଙ୍କୁ ବିଭିନ୍ନ ସଂକ୍ରମିତ ରୋଗ ବା ଜ୍ୱରର ଶିକାର ହେବାକୁ ପଡିଥାଏ । ଯେତେ ଯାହା ଔଷଧ ଦେଲେ ମଧ୍ୟ ଭଲ ହୋଇ ନଥାଏ । ତେଣୁ ଏଥିପାଇଁ ତୁଳସୀ ଏକ ସରଳ ଓ ଉପକାରୀ ଔଷଧ ଭାବରେ କାମ କରିଥାଏ । ୨ କପ ପାଣିରେ ଏକ ଚାମଚ ତୁଳସୀ ପତ୍ର ଗୁଣ୍ଡ ଓ ଏକ ଚାମଚ ଗୁଜୁରାତି ଗୁଣ୍ଡ ମିଶାଇ ତାହାକୁ ଭଲ ଭାବରେ ଫୁଟାଇ ଦିଅନ୍ତୁ । ଆଉ ଦିନକୁ ୨-୩ ଥର ଏହାକୁ ପିଇବାକୁ ରୋଗୀକୁ ପିଇବାକୁ ଦିଅନ୍ତୁ । ଯଦିଓ ଏହା ପାଟିକୁ ସ୍ୱାଦିଷ୍ଟ ଲାଗି ନପାରେ ମାତ୍ର ଏହା ଦେହ ପାଇଁ ଅତ୍ୟନ୍ତ ଉପକାରୀ ଅଟେ।

ବ୍ରଣ ସମସ୍ୟା

ମୁହଁରେ ହେଉଥିବା ବିଭିନ୍ନ ପ୍ରକାରର ସମସ୍ୟା ତଥା ବ୍ରଣ, ଦାଗ ଆଦିରୁ ରକ୍ଷା ପାଇବା ପାଇଁ ତୁଳସୀ ପତ୍ରର ରସକୁ ପ୍ରଭାବିତ ସ୍ଥାନରେ ପ୍ରୟୋଗ କରନ୍ତୁ । କିଛି ଦିନ ଏପରି କରିବା ଦ୍ୱାରା ଏହି ସମସ।।ରୁ ମୁକ୍ତି ପାଇପାରିବେ।

ମୁଖ ଦୁର୍ଗନ୍ଧ ସମସ୍ୟା

ମୁଖ ଦୁର୍ଗନ୍ଧରୁ ନିସ୍ତାର ପାଇବା ପାଇଁ ତୁଳସୀର ଶୁଖିଲା ପତ୍ର ସହ କିଛି ମାତ୍ରାରେ ସୋରିଷ ତେଲ ମିଶାଇ ଦାନ୍ତ ଘସିବା ଦ୍ୱାରା ଏହି ସମସ୍ୟା ଦୂର ହୋଇଥାଏ।

Comment