ଓଡ଼ିଶାଲାଇଭ୍‌ ବ୍ୟୁରୋ

ବରିଷ୍ଠ ଅଧିକାରୀ ସ୍ତରରେ ବଡ଼ ଧରଣର ଅଦଳ ବଦଳ ହୋଇଛି। ବରିଷ୍ଠ ଅଧିକାରୀମାନଙ୍କ ବିଭାଗରେ ଅଦଳ ବଦଳ କରିଛନ୍ତି ରାଜ୍ୟ ସରକାର। କିଛି ଅଧିକାରୀମାନଙ୍କୁ ଅତିରିକ୍ତ ଦାୟିତ୍ୱ ଦିଆଯାଇଥିବା ବେଳେ ଆଉ କିଛି ଅଧିକାରୀଙ୍କୁ ପ୍ରମୁଖ ବିଭାଗର ଦାୟିତ୍ୱ ଦିଆଯାଇଛି।

ଜି ଭି ଭି ଶର୍ମା – ୧୯୮୬ ବ୍ୟାଚ ଆଇଏଏସ୍ ଅଫିସର ଜି ଭି ଭେନୁ ଗୋପାଳ ଶର୍ମା ବୋର୍ଡ ଅଫ୍ ରେଭେନ୍ୟୁର ସଦସ୍ୟ ଭାବେ ନିଯୁକ୍ତି ପାଇଛନ୍ତି। ଏହାସହ ସେ ବର୍ତ୍ତମାନ ଉଚ୍ଚଶିକ୍ଷା ବିଭାଗର ଅତିରିକ୍ତ ଶାସନ ସଚିବ ଅଛନ୍ତି।

ଗୋସ୍ୱାମୀ ଗୋଲାମ ଦେବତା- ୨୦୦୭ ବ୍ୟାଚ୍ ଆଇଏଏସ୍ ଅଫିସର ଗୋସ୍ୱାମୀ ଗୋଲାମ ଦେବତାଙ୍କୁ ଇନ୍ସପେକ୍ଟର ଜେନେରାଲ ଅଫ୍ ରେଜିଷ୍ଟ୍ରସନ୍ ଭାବେ ନିଯୁକ୍ତି ଦିଆଯାଇଛି। ଏହାସହ ବୋର୍ଡ ଅଫ୍ ରେଭେନ୍ୟୁର ସଚିବ ଭାବେ ଅତିରିକ୍ତ ଦାୟିତ୍ୱ ଦିଆଯାଇଛି।

ବିଷ୍ଣୁପଦ ସେଠୀ- ୧୯୯୫ ବ୍ୟାଚ ଆଇଏଏସ୍ ଅଫିସର ବିଷ୍ଣୁପଦ ସେଠୀଙ୍କୁ ଗ୍ରାମ୍ୟ ଉନ୍ନୟନ ବିଭାଗରୁ ଉଚ୍ଚଶିକ୍ଷା ବିଭାଗକୁ ବଦଳି କରାଯାଇଛି। ସେ ଉଚ୍ଚଶିକ୍ଷା ବିଭାଗର ସଚିବ ଭାବେ ଦାୟିତ୍ୱ ତୁଲାଇବେ। ଏହାସହ ତାଙ୍କୁ ସ୍ୱତନ୍ତ୍ର ରିଲିଫ୍ କମିଶନର ଏବଂ ଓଏସ୍‌ଡିଏମ୍‌ଏର ପରିଚାଳନା ନିର୍ଦ୍ଦେଶକ ଭାବେ ଅତିରିକ୍ତ ଦାୟିତ୍ୱ ଦିଆଯାଇଛି।

ବିଶାଲ କୁମାର ଦେବ- ୧୯୯୬ ବ୍ୟାଚ ଆଇଏଏସ୍ ଅଫିସର ବିଶାଲ କୁମାର ଦେବ ବର୍ତ୍ତମାନ ରାଜ୍ୟ କ୍ରୀଡ଼ା ଓ ଯୁବ ବ୍ୟାପାର ବିଭାଗର ଶାସନ ସଚିବ ଅଛନ୍ତି। ତାଙ୍କୁ ରାଜ୍ୟ ପର୍ଯ୍ୟଟନ ବିଭାଗର ଶାସନ ସଚିବ ଭାବେ ଅତିରିକ୍ତ ଦାୟିତ୍ୱ ଦିଆଯାଇଛି।

ସରୋଜ ସାମଲ- ବରିଷ୍ଠ ଅଧିକାରୀ ସରୋଜ ସାମଲଙ୍କୁ ରାଜ୍ୟ ଯୋଗାଣ ବିଭାଗର ପରିଚାଳନା ନିର୍ଦ୍ଦେଶକ ଭାବେ ନିଯୁକ୍ତି କରାଯାଇଛି। ଏହାସହ ସେ ରାଜ୍ୟ  ପଣ୍ୟାଗାର ନିଗମର ଏମ୍‌ଡି ଭାବେ ଅତିରିକ୍ତ ଦାୟିତ୍ୱ ତୁଲାଇବେ।

ନିରଞ୍ଜନ ନାୟକ- ଓଡ଼ିଶା ଉଠା ଜଳସେଚନ ନିଗମର ପରିଚାଳନା ନିର୍ଦ୍ଦେଶକ ଭାବେ ନିଯୁକ୍ତି ପାଇଛନ୍ତି ନିରଞ୍ଜନ ନାୟକ। ସେ ରାଜ୍ୟ ଯୋଗାଣ ନିଗମର ଏମ୍‌ଡି ରହିଥିଲେ।

ଡକ୍ଟର ମୋନା ଶର୍ମା- ରାଜ୍ୟ ପର୍ଯ୍ୟଟନ ବିଭାଗ ପ୍ରମୁଖ ଶାସନ ସଚିବ ରହିଥିବା ୧୯୮୯ ବ୍ୟାଚ ଆଇଏଏସ୍ ଅଫିସର ଡକ୍ଟର ମୋନା ଶର୍ମାଙ୍କୁ ଗ୍ରାମ୍ୟ ଉନ୍ନୟନ ବିଭାଗ ପ୍ରମୁଖ ସଚିବ ଭାବେ ନିୟୋଜିତ କରାଯାଇଛି।

ଭି ଜୟକୁମାର – ୨୦୦୯ ବ୍ୟାଚ ଆଇଏଏସ୍ ଅଫିସର ଭି ଜୟକୁମାରଙ୍କୁ ସମନ୍ୱୟ ଓ ଯୋଗାଣ ବିଭାଗରର ଯୁଗ୍ମ ସଚିବ ଭାବେ ନିୟୋଜିତ କରାଯାଇଛି। ସେ ଜଳ ସମ୍ପଦ ବିଭାଗର ଯୁଗ୍ମ ସଚିବ ରହିଥିଲେ।

ପୁରୁଷୋତ୍ତମ ସାହୁ- ୨୦୦୩ ବ୍ୟାଚ ଆଇଏଏସ୍‌ ଅଫିସର ପୁରୁଷୋତ୍ତମ ସାହୁଙ୍କୁ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗର ଅତିରିକ୍ତ ସଚିବ ଭାବେ ଦାୟିତ୍ୱ ଦିଆଯାଇଛି।

ଡକ୍ଟର ୟେଦୁଲ୍ଲା ବିଜୟ – ୨୦୧୪ ବ୍ୟାଚ ଆଇଏଏସ୍ ଅଫିସର ଡକ୍ଟର ୟେଦୁଲ୍ଲା ବିଜୟଙ୍କୁ ଗୃହ ବିଭାଗର ଅଣ୍ଡର ସେକ୍ରେଟାରୀ ଭାବେ ନିଯୁକ୍ତି ଦିଆଯାଇଛି। ସେ ଧର୍ମଗଡ଼ ଉପ-ଜିଲ୍ଲାପାଳ ରହିଥିଲେ।

Comment