ଓଡ଼ିଶାଲାଇଭ୍‌ ବ୍ୟୁରୋ

ଥମୁନି ଶିଶୁକନ୍ୟା ଦୁଷ୍କର୍ମ। ଶିଶୁକନ୍ୟା ଦୁଷ୍କର୍ମକାରୀଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ପକ୍ସୋ ଆଇନରେ ସଂଶୋଧନ କରାଯାଇଥିଲେ ମଧ୍ୟ ଏହି ଘଟଣା କମିବା ବଦଳରେ ବଢ଼ି ଚାଲିଛି। ଦେଶର ବିଭିନ୍ନ ସ୍ଥାନରୁ ଏଭଳି ଖବର ପ୍ରତିଦିନ ଆସୁଛି। ଏହାକୁ ନେଇ ସୁପ୍ରିମକୋର୍ଟ ଉଦବେଗ ପ୍ରକାଶ କରିବା ସହ ନୂଆ ନିର୍ଦ୍ଦେଶନାମା ଜାରି କରିଛନ୍ତି।

ଏପଟେ ଓଡ଼ିଶାରେ ୨୪ ଘଣ୍ଟା ମଧ୍ୟରେ ପଟି ନାବାଳିକା ଦୁଷ୍କର୍ମ ଘଟଣା ସାମ୍ନାକୁ ଆସିଛି।

ସାଲେପୁର ଶିଶୁକନ୍ୟା ଦୁଷ୍କର୍ମ ତାତି ନଥମୁଣୁ ଆଉ ୨ଟି ଦୁଷ୍କର୍ମ ଘଟଣା ସାମ୍ନାକୁ ଆସିଛି। ଗୋଟିଏ ଘଟଣା ନୟାଗଡ଼ ଜିଲ୍ଲା ରଣପୁର ଅଞ୍ଚଳରେ ଘଟିଥିବା ବେଳେ ଆଉ ଗୋଟିଏ ଘଟିଛି କେନ୍ଦ୍ରାପଡ଼ା ଜିଲ୍ଲା ପଟ୍ଟାମୁଣ୍ଡାଇ ଅଞ୍ଚଳରେ।

ପଟ୍ଟମୁଣ୍ଡାଇ ଅଞ୍ଚଳର ଦୁଷ୍କର୍ମକାରୀକୁ ପୋଲିସ ଅଟକ ରଖିଥିବା ବେଳେ ରଣପୁର ଦୁଷ୍କର୍ମ ଘଟଣାର ଅଭିଯୁକ୍ତ ଫେରାର ହୋଇଯାଇଛି। ପୋଲିସ ତାକୁ ଧରିବା ପାଇଁ ଉଦ୍ୟମ ଜାରି ରଖିଛି।

ରଣପୁର ଅଞ୍ଚଳର ଜନୈକା ନାବାଳିକା ସୋମବାର ସନ୍ଧ୍ୟାରେ ଶୌଚ ପାଇଁ ଯାଇଥିଲେ। ହେଲେ ଏହି ସମୟରେ ନାବାଳିକା ସହ ଘଟିଥିଲା ଅମାନବୀୟ ଆଚରଣ। ଝିଅଟି କାନ୍ଦି କାନ୍ଦି ଘରେ କହିବା ପରେ ବରିବାର ବର୍ଗ ରାଜସୁନାଖଳା ଫାଣ୍ଡିରେ ସେହି ଗାଁର ଯୁବକ କାଠିଆ ନାୟକ ନାଁରେ କରିଛନ୍ତି ଅଭିଯୋଗ। କାଠିଆ ଫେରାର ଥିବାରୁ ପୋଲିସ ତାକୁ ଖୋଜୁଛି।

ସେହିପରି ପଟ୍ଟାମୁଣ୍ଡାଇ ଅଞ୍ଚଳରେ ମଧ୍ୟ ଘଟିଛି ଆଉ ଏକ ଦୁଷ୍କର୍ମ ଘଟଣା। ସମ୍ପର୍କୀୟ ନାବାଳିକା ଶାଳୀକୁ ଦୁଷ୍କର୍ମ କରିବା ଅଭିଯୋଗରେ ଭିଣୋଇ ଆକାଶ ଜେନାକୁ ଅଟକ ରଖି ପଚରା ଉଚୁରା କରୁଛି।

ନାବଳିକା ଦୁଷ୍କର୍ମ ସଂଖ୍ୟା ବଢ଼ୁଥିବାରୁ ସୁପ୍ରିମକୋର୍ଟ ନୂଆ ନିର୍ଦ୍ଦେଶନାମା ଜାରି କରିଛନ୍ତି। ପକ୍‌ସୋ ଆକ୍ଟରେ ମାମଲାଗୁଡ଼ିକର ତ୍ୱରିତ ବିଚାର ପାଇଁ ହାଇକୋର୍ଟମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ସର୍ବୋଚ୍ଚ ନ୍ୟାୟାଳୟ। ସ୍ୱତନ୍ତ୍ର କୋର୍ଟରେ ଏସବୁ ମାମଲାର ତ୍ୱରିତ ବିଚାର ପାଇଁ ସୁପ୍ରିମକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ଆବଶ୍ୟକ ପଡ଼ିଲେ ୩ ଜଣ ବିଚାରପତିଙ୍କୁ ନେଇ କମିଟି ଗଠନ କରିବାକୁ ସୁପ୍ରିମକୋର୍ଟ କହିଛନ୍ତି। ତଳ କୋର୍ଟରେ ଯେପରି ଏହି ମାମଲା ଅଧିକ ଦିନ ଧରି ପଡ଼ି ନରୁହେ ତାର ଅନୁଧ୍ୟାନ କରିବା ପାଇଁ ହାଇକୋର୍ଟଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ସୁପ୍ରିମକୋର୍ଟ।

Comment