ଓଡ଼ିଶାଲାଇଭ୍‌ ବ୍ୟୁରୋ

ମାଲକାନଗିରି ଜିଲ୍ଲା ବାଲିମେଳାର ଖଡ଼ିକାଯୋଡ଼ି ନାଳ ନିକଟରୁ ପୋଲିସ ୮୯ କେଜି ଗଞ୍ଜେଇ ଜବତ କରିଛି। ଓରକେଲ ଥାନା ସବ୍‌ ଇନ୍ସିପେକ୍ଟର ମାନସ ରଞ୍ଜନ ସ୍ୱାଇଁ ଏବଂ ତାଙ୍କ ଟିମ୍‌ ଏହି ଗଞ୍ଜେଇ ଜବତ କରିଛନ୍ତି।

ମାନସ ରଞ୍ଜନ ସ୍ୱାଇଁଙ୍କ ନେତୃତ୍ୱରେ ପୋଲିସ ବାଲିମେଳା ଛକରେ ପାଟ୍ରୋଲିଂ କରୁଥିଲେ। ପାଟ୍ରୋଲିଂ ଟିମ୍‌କୁ ଖବର ଆସିଲା ଯେ ଏକ ଧଳା ରଙ୍ଗର ମାର୍ସାଲ ଗାଡ଼ି ଦ୍ରୁତ ଗତିରେ ଯାଉଛି। ଦ୍ରୁତ ଗତିରେ ଆସୁଥିବା ମାର୍ସାଲ ଗାଡ଼ିକୁ ପୋଲିସ ଖଡ଼ିକୋଯୋଡ଼ି ନାଲ ନିକଟ ଚେକ୍‌ ପୋଷ୍ଟରେ ଅଟକାଇଥିଲେ। ହେଲେ ଗାଡ଼ିଚାଳକ ପୋଲିସକୁ ଦେଖି ଜଙ୍ଗଲ ଆଡ଼ଗୁ ଗାଡ଼ି ନେଇ ଯାଇଥିଲେ। ପୋଲିସ ଟିମ୍ ଗାଡ଼ିକୁ ପିଛା କରିଥିଲେ। ହେଲେ ଅଧାବାଟରେ ଗାଡ଼ି ଛାଡ଼ିଦେଇ ଡ୍ରାଇଭର ଫେରାର ହୋଇଯାଇଥିଲା।

ପୋଲିସ ଏହି ଗାଡ଼ିରୁ ୫ ବସ୍ତା ଗଞ୍ଜେଇ ଜବତ କରିଥିଲା। ଏହାର ଓଜନ ୮୯ କେଜି ହୋଇଥିବା ବେଳେ ଜବତ ଗଞ୍ଜେିଇର ମୂଲ୍ୟ ୫ ଲକ୍ଷ ଟଙ୍କା ହେବ ବୋଲି ପୋଲିସ କହିଛି। ପୋଲିସ ଗାଡ଼ିର କାଗଜପତ୍ର ଜବତ କରିବା ସହ ୪୮/୨୦୧୮ରେ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି।

LEAVE A REPLY

Please enter your comment!
Please enter your name here