ଓଡ଼ିଶାଲାଇଭ୍‌ ବ୍ୟୁରୋ

କର୍ଣ୍ଣାଟକ ବିଧାନସଭା ନିର୍ବାଚନକୁ ନେଇ ବଢ଼ୁଛି ରାଜନୀତିକ ଉଷ୍ମତା। ନିର୍ବାଚନ ରାଲିରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧିଙ୍କ ଉପରେ ବର୍ଷିବା ପରେ ରାହୁଲ ଆସି ସିଧା ମୋଦିଙ୍କୁ ନିଶାନା କରିଛନ୍ତି। ୧୧ଟି ପ୍ରସଙ୍ଗକୁ ନେଇ ରାହୁଲ ମୋଦିଙ୍କୁ ସମାଲୋଚନା କରିଛନ୍ତି। ଜାଣନ୍ତୁ କ’ଣ କହିଲେ କଂଗ୍ରେସ ଅଧ୍ୟକ୍ଷ?

  • ମୋଦିଜୀ ଆପଣ ଦେଶରେ ଗବର ସିଂ ଟ୍ୟାକ୍ସ ବ୍ୟବସ୍ଥା ଲାଗୁ କରିଛନ୍ତି। ଏବେ ଆପଣ କର୍ଣ୍ଣାଟକବାସୀଙ୍କୁ ବିଭ୍ରାନ୍ତ କରିବା ପାଇଁ ଆଗେଇ ଆସିଛନ୍ତି।
  • ଆପଣ ମୋ ବିଷୟରେ ଯାହା କହିବା କଥା କୁହନ୍ତୁ। ମୋତେ ଯେତେ ପାରୁଛନ୍ତି ଗାଳି ଦିଅନ୍ତୁ। କିନ୍ତୁ ମୋ ପ୍ରଶ୍ନର ଗୋଟି ଗୋଟି ଉତ୍ତର ଦେବାକୁ ପଡ଼ିବ।
  • ଆପଣ ମୋ କଥାକୁ ମଜାକ କରୁଛନ୍ତି। ମୋ ବିଷୟରେ ଆପଣ ଯେତେ ଯାହା କହିଲେ ବି କିଛି ଫରକ ପଡ଼ିବନି।
  • ମୁଁ ପ୍ରଧାନମନ୍ତ୍ରୀଙ୍କ ଉପରେ କେବେ ବ୍ୟକ୍ତିଗତ ଆଟାକ୍ କରିବି ନାହିଁ।
  • ରେଡ୍ଡି ବ୍ରଦର୍ସଙ୍କ ବିରୋଧରେ ଆପଣ କି କାର୍ଯ୍ୟାନୁଷ୍ଠାନ ଗ୍ରହଣ କଲେ? ନୀରବ ମୋଦି ପ୍ରସଙ୍ଗରେ ଆପଣ ଚୁପ୍ କାହିଁକି?
  • ୭୦୦ କୋଟି ଟଙ୍କାର ଉଡ଼ା ଜାହାଜକୁ ଆପଣ ୧୫୦୦ କୋଟି ଟଙ୍କାରେ କିଣିଛନ୍ତି। ଏହାକୁ ନେଇ ପ୍ରଶ୍ନ ପଚରା ଯାଇଥିଲେ ବି ଆପଣ କିଛି ଉତ୍ତର ଦେଇ ନାହାନ୍ତି କାହିଁକି?
  • ଏହି ନିର୍ବାଚନ ରାହୁଲ ଗାନ୍ଧି କି ନରେନ୍ଦ୍ର ମୋଦିଙ୍କର ନୁହେଁ। ଏହା ହେଉଛି କର୍ଣ୍ଣାଟକବାସୀଙ୍କର ଭୋଟ।
  • କର୍ଣ୍ଣାଟକ ପ୍ରସଙ୍ଗରେ ମୋଦି କିଛି ବି କହୁ ନାହାନ୍ତି। କାରଣ ତାଙ୍କ ପାଖରେ କର୍ଣ୍ଣାଟକ ସରକାରଙ୍କ ବିଷୟରେ କହିବା ପାଇଁ କିଛି ଭାଷା ନାହିଁ।
  • କର୍ଣ୍ଣାଟକ ସରକାର ପ୍ଲେ ସ୍କୁଲଠାରୁ ଆରମ୍ଭ କରି ବିଶ୍ବବିଦ୍ୟାଳୟ ପର୍ଯ୍ୟନ୍ତ ଶିକ୍ଷାକୁ ଛାତ୍ରଛାତ୍ରୀଙ୍କ ପାଇଁ ମାଗଣା କରିଛନ୍ତି।
  • କର୍ଣ୍ଣାଟକର ବିଭିନ୍ନ ସହରରେ ଗରୀବ ଲୋକଙ୍କ ଖାଇବା ପାଇଁ ଇନ୍ଦିରା କ୍ୟାଣ୍ଟିନ ଖୋଲିଛନ୍ତି। ସଡ଼କ ବ୍ୟବସ୍ଥାକୁ ନିଜେ ଅମିତ ଶାହା ମଧ୍ୟ ପ୍ରଶଂସା କରିଛନ୍ତି।
  • ଆପଣ ହେଉଛନ୍ତି ଦେଶର ପ୍ରଧାନମନ୍ତ୍ରୀ। ଏଣୁ ଆପଣଙ୍କ ମୁହଁରେ ଏଭଳି ହାଲୁକା କଥା ଶୋଭା ପାଉନାହିଁ। ଆପଣ ଯାହା କହୁଛନ୍ତି ସେଥିରେ ଓଜନ ରହିଥିବା ଦରକାର।

LEAVE A REPLY

Please enter your comment!
Please enter your name here