ଓଡ଼ିଶାଲାଇଭ୍‌ ବ୍ୟୁରୋ

 ଦେଶରେ ସାମାଜିକ ଓ ଆର୍ଥିକ ସୁବିଧା ସତ୍ତ୍ୱେ ଭାରତୀୟମାନେ ଦୁଃଖୀ ବୋଲି ୨୦୧୮ ୱାର୍ଲ୍ଡ ହାପିନେସ୍‌ ରିପୋର୍ଟରେ ଦର୍ଶାଯାଇଛି।

ଗତ ତିନିବର୍ଷ ଭିତରେ ଭାରତୀୟଙ୍କ ମଧ୍ୟରେ ଖୁସି କୁଆଡ଼େ ଉଭେଇ ଯାଇଛି। ସଂଯୁକ୍ତ ରାଷ୍ଟ୍ର ଦ୍ଵାରା ପ୍ରକାଶିତ ୱାର୍ଲ୍ଡ ହାପିନେସ୍ ରିପୋର୍ଟ ୨୦୧୮ ଅନୁସାରେ ୧୫୬ଟି ସୁଖୀ ଦେଶ ମଧ୍ୟରୁ ଭାରତ ୧୩୩ ସ୍ଥାନରେ ରହିଛି।

ପାକିସ୍ତାନରେ ସାମାଜିକ ଓ ଆର୍ଥିକ ସୁବିଧା ପର୍ଯ୍ୟାପ୍ତ ନ ଥିଲେ ମଧ୍ୟ ସେଠାକାର ଜନସାଧାରଣ ଭାରତୀୟଙ୍କ ତୁଳନାରେ ଅଧିକ ସୁଖୀ ରହିଥାନ୍ତି ବୋଲି ରିପୋର୍ଟରେ ପ୍ରକାଶ ପାଇଛି। ଏହି ଖୁସି ସୂଚକାଙ୍କ ତାଲିକାରେ ୧୫୬ଟି ରାଷ୍ଟ୍ର ସାମିଲ ହୋଇଥିବାବେଳେ ଭାରତ ୧୩୩ ତମ ସ୍ଥାନରେ ରହିଛି। ସେହିପରି ପାକିସ୍ତାନ ଏହି ତାଲିକାରେ ୭୫ ତମ ସ୍ଥାନରେ ରହିଛି।

୨୦୧୭ରେ ଏହି ସର୍ଭେ ରିପୋର୍ଟରେ ଭାରତ ୧୨୨ ତମ ସ୍ଥାନରେ ଥିବାବେଳେ ନୂଆ ରିପୋର୍ଟରେ ୧୧ ସ୍ଥାନ ତଳକୁ ଖସି ଯାଇଛି। ସେହିପରି ପାକିସ୍ତାନ ପୂର୍ବ ତୁଳନାରେ ୫ ସ୍ଥାନ ଉପରକୁ ଉଠିଥିବା ରିପୋର୍ଟରେ କୁହାଯାଇଛି।

ଖୁସି ସୂଚକାଙ୍କରେ ଭାରତ ତୁଳନାରେ ପଡୋଶୀ ରାଷ୍ଟ୍ର ଚାଇନା, ବାଲାଂଦେଶ, ଭୁଟାନ, ନେପାଳ, ଶ୍ରୀଲଙ୍କା ଆଦି ଆଗରେ ରହିଛନ୍ତି। ଏହି ତାଲିକାର ଶୀର୍ଷରେ ଫିନଲାଣ୍ଡ ରହିଛି।

ଗତ ତିନିବର୍ଷରେ ଭାରତର ଅର୍ଥନୀତି ଲଗାତାର ବଢ଼ିଛି। ୨୦୧୫ରେ ଭାରତର ଜିଡିପି ହାର ୮.୬୬ ଥିବାବେଳେ ହାପିନେସ୍‌ ରିପୋର୍ଟରେ ଭାରତର ସ୍ଥାନ ୧୧୮ ଥିଲା। ସେହିପରି ୨୦୧୬ରେ ଜିଡିପି ହାର ୮.୭୧ ଥିବାବେଳେ ହାପିନେସ୍‌ ରିପୋର୍ଟରେ ଭାରତର ସ୍ଥାନ ୧୨୨ ପହଞ୍ଚିଥିଲା। ୨୦୧୮ରେ ଜିଡିପି ହାର ୮.୭୭ ଥିବାବେଳେ ହାପିନେସ୍‌ ରିପୋର୍ଟରେ ଭାରତର ସ୍ଥାନ ୧୩୩ରେ ପହଞ୍ଚିଛି।

୧୯୮୦ପରେ ୨୦୧୪ମସିହାରେ ଭାରତୀୟଙ୍କ ମଧ୍ୟରେ ସବୁଠୁ ଆୟ ଅସମାନତା ଦେଖିବାକୁ ମିଳିଥିଲା। ୱାର୍ଲ୍ଡ ଇନଇକ୍ଵେବିଲିଟି ଲ୍ୟାବ୍‌ ଏକ ଡାଟା ଜାରି କରିଛି। ଏଥିରେ କୁହାଯାଇଛି କି ଗତ ତିନିବର୍ଷ ମଧ୍ୟରେ ଭାରତୀୟଙ୍କ ମଧ୍ୟରେ ଅନେକ ସକରାତ୍ମକ ଭାବନା ଦେଖିବାକୁ ମିଳିଛି। କିନ୍ତୁ କଳି, ଝଗଡ଼ା, ରାଗ, ଦୁଃଖ ଭଳି ଅନେକ ନେଗେଟିଭ୍ ଚିନ୍ତାଧାରା ବଢ଼ିଛି।

କିଛି ସମାଜ ବିଜ୍ଞାନୀମାନେ କହିଛନ୍ତି ଦେଶର ରାଜନୈତିକ ଦଶା ଓ ଦିଶା ଯୋଗୁଁ ଭାରତୀୟଙ୍କ ମଧ୍ୟରେ ନେଟଗେଟିଭ୍‌ ଚିନ୍ତାଧାରା ବଢ଼ୁଛି।

LEAVE A REPLY

Please enter your comment!
Please enter your name here