ଓଡ଼ିଶାଲାଇଭ୍‌ ବ୍ୟୁରୋ

ଭୁବନେଶ୍ୱରରେ ଖୋଲିଲା ଟାଇଟାନ କମ୍ପାନିର ପ୍ରଥମ ଇଣ୍ଟିଗ୍ରେଟେଡ ଷ୍ଟୋର। ପଟିଆ କିଟ୍ ରୋଡର ଓବିୟୁ ହାଉସରେ ଖୋଲିଥିବା ଏହି ଷ୍ଟୋରକୁ ଟାଇଟାନ କମ୍ପାନି ଲିମିଟେଡର ୱାଚେସ ଆଣ୍ଡ ଆସେସରିଜ୍ ବିଭାଗର ମୁଖ୍ୟ ସେଲ୍ସ ଓ ରିଟେଲ ଅଧିକାରୀ ସୌମେନ ଭୌମିକ ଉଦଘାଟନ କରିଛନ୍ତି।

ଏହି ଷ୍ଟୋରରେ ଟାଇଟାନ କମ୍ପାନିର ବିଭିନ୍ନ ଘଣ୍ଟା, ଚଷମା ଏବଂ ଅନ୍ୟାନ୍ୟ ଆନୁଷଙ୍ଗିକ ସାମଗ୍ରୀ ଉପଲବ୍ଧ ରହିଛି।

ଗ୍ରାହକମାନଙ୍କର ଆବଶ୍ୟକତାକୁ ଦୃଷ୍ଟିରେ ରଖି ସବୁ ବୟସର ଲୋକମାନଙ୍କ ପାଇଁ ଲେନ୍ସ ମଧ୍ୟ ମିଳିବ। ଆଇ ପ୍ଲସର ଫ୍ରେମ ଏବଂ ଲେନ୍ସ ମଧ୍ୟ ଏହି ଷ୍ଟୋରରେ ଉପଳବ୍ଧ ରହିଛି। ଏହାସହ ଟାଇଟାନ ଗ୍ଲୋୟାର୍ସର ବିଭିନ୍ନ ସନ୍ ଗ୍ଲାସ, ମଣ୍ଟ ବ୍ଲାଙ୍କ, ଷ୍ଟେପ୍ପର, ଓକଲେ, ଟମ୍ ଫୋର୍ଡ, କ୍ୟାରେରା, ରେ-ବାନ୍, ଭୋଗ୍, ପର୍ସଚ୍, ଟ୍ୟାଗ ହେୟର ଆଦିର ବିଭିନ୍ନ ଫ୍ରେମ ମିଳିପାରିବ। ଟାଇଟାନ ଆରିଷ୍ଟୋ ବ୍ରାଣ୍ଡର ୧୮ କ୍ୟାରେଟ ସୁନାର ଫ୍ରେମ ମଧ୍ୟ ଏହି ଷ୍ଟୋରରେ ମିଳିପାରିବ।

ସୌମେନ ଭୌମିକ କହିଛନ୍ତି, “ଗ୍ରାହକଙ୍କ ଚାହିଦାକୁ ଦୃଷ୍ଟିରେ ରଖି ଆମେ ଭିନ୍ନ ଭିନ୍ନ ବ୍ରାଣ୍ଡର ସାମଗ୍ରୀ ଗୋଟିଏ ଷ୍ଟୋରରେ ଉପଲବ୍ଧ କରିଛୁ। ତିନି ଦଶନ୍ଧି ଧରି ଆମେ ଗ୍ରାହକଙ୍କ ସ୍ନେହଁ, ସଦିଚ୍ଛା ପାଇ ଚାଲିଛୁ। ଏହି ଷ୍ଟୋର୍ ଗ୍ରାହକମାନଙ୍କ ପାଇଁ ଏକ ଅନନ୍ୟ ଅନୁଭୂତି ଆଣିଦେବ।”

ସୋରୁମ୍ ଉଦଘାଟନୀ ଉତ୍ସବ ଅବସରରେ ରିହାତିର ସୁଯୋଗ ରହିଛି। ମେ ୨୪ ପର୍ଯ୍ୟନ୍ତ ଟାଇଟାନ ଆଇ ପ୍ଲସରେ ୨୦ ପ୍ରତିଶତ ରିହାତି ରହିଥିବା ବେଳେ ୱାର୍ଲ୍ଡ ଅଫ୍ ଟାଇଟାନରେ ମେ ୬ ପର୍ଯ୍ୟନ୍ତ ୧୦ ପ୍ରତିଶତ ଏବଂ ଫାଷ୍ଟ ଟ୍ରାକ ଷ୍ଟୋରରେ ମେ ୬ ପର୍ଯ୍ୟନ୍ତ ୨୦ ପ୍ରତିଶତ ରିହାତି ରହିଛି।

Comment