ଓଡ଼ିଶାଲାଇଭ୍‌ ବ୍ୟୁରୋ

ଭାରତୀୟ ଷ୍ଟେଟ ବ୍ୟାଙ୍କ ଚେକ୍ ବୁକ୍ ଓ ବ୍ୟାଙ୍କ ଖାତା ଖୁବଶୀଘ୍ର ବଦଳାଇବାକୁ ଯାଉଛି।

ଭାରତୀୟ ଷ୍ଟେଟ ବ୍ୟାଙ୍କ ଗ୍ରାହକଙ୍କ ପାଇଁ ଜରୁରୀ ସୂଚନା। ବ୍ୟାଙ୍କ ନିଜ ଚେକ୍ ବୁକ୍ ଓ ବ୍ୟାଙ୍କ ଖାତା ଖୁବଶୀଘ୍ର ବଦଳାଇବାକୁ ଯାଉଛି। ଗ୍ରାହକ ଡିସେମ୍ବର ୧୨ରୁ ନିଜର ପୁରୁଣା ଚେକ୍ ବୁକ୍ ବ୍ୟବହାର କରିପାରିବେ ନାହିଁ। ଏସବିଆଇ ପୁରୁଣା ଚେକ୍ ବୁକ୍‌କୁ ଜମା କରିବାକୁ ଗ୍ରାହକମାନଙ୍କୁ ମେସେଜ ପଠାଇବା ଆରମ୍ଭ କରିଦେଲାଣି।

ଆରବିଆଇ ପାଖାପାଖି ୩ ମାସ ପୂର୍ବରୁ ବ୍ୟାଙ୍କମାନଙ୍କୁ ନିର୍ଦ୍ଦେଶ ଦେଇଛି ଯେ ପୁରୁଣା ଚେକ୍ ବୁକ୍ ବନ୍ଦ କରି ୨୦୧୯ ଜାନୁଆରୀ ୧ରୁ ନନ୍ ସିଟିଏସ୍ ଚେକ୍ ବୁକ୍ର ବ୍ୟବହାର କରାଯିବ। ଆରବିଆଇ ନିର୍ଦ୍ଦେଶ ପରେ ବ୍ୟାଙ୍କ ଏପରି ଚେକକୁ ନେବା ସହ ଏହାକୁ ସମ୍ପୂର୍ଣ୍ଣ ରୂପେ ବନ୍ଦ କରିଦେବାକୁ ଯାଉଛି।

ଏସ୍‌ବିଆଇ ବ୍ୟତୀତ ପଞ୍ଜାବ ନ୍ୟାସନାଲ ବ୍ୟାଙ୍କ (ପିଏନବି) ସହିତ ଅନ୍ୟ ବ୍ୟାଙ୍କ ମଧ୍ୟ ପୁରୁଣା ଚେକ୍ ବୁକ୍ର ବ୍ୟବହାର କରିବା ପାଇଁ ଡିସେମ୍ବର ୩୧ ତାରଖକୁ ଶେଷ ତାରିଖ ଭାବେ ଘୋଷଣା କରିଛନ୍ତି।

ବ୍ୟାଙ୍କର କହିବା ଅନୁଯାୟୀ, ୨୦୧୯ ଜାନୁଆରୀ ୧ରୁ ନନ୍ ସିଟିଏସ ଚେକ୍‌ର ବ୍ୟବହାର ଗ୍ରାହକମାନେ କରିପାରିବେ। ପୁରୁଣା ଚେକ୍ର ବ୍ୟବହାର କରୁଥିବା ଗ୍ରାହକ ଅତିଶୀଘ୍ର ନିଜର ପୁରୁଣା ଚେକ୍ ବୁକ୍‌କୁ ଫେରାଇ ନୂଆ ଚେକ୍ ବୁକ୍ ପାଇଁ ଆବେଦନ କରନ୍ତୁ। କାରଣ ପୁରୁଣା ଚେକ୍ ବୁକ୍ ନୂଆ ବର୍ଷଠାରୁ ସମ୍ପୂର୍ଣ୍ଣ ଭାବେ ଅକାମି ହୋଇଯିବ।

୫ ମିନିଟରେ ହେବ ଖାତା ଟ୍ରାନ୍ସଫର

ଏସ୍‌ବିଆଇ ନିଜର ସମସ୍ତ ଗ୍ରାହକମାନଙ୍କୁ ଏକ ଉପହାର ମଧ୍ୟ ଦେଉଛି। ବର୍ତ୍ତମାନ ଗ୍ରାହକ ୫ ମିନିଟରେ ନିଜର ଗୋଟିଏ ଖାତାରୁ ଅନ୍ୟ ଗୋଟିଏ ଖାତାକୁ ଟ୍ରାନ୍ସଫର କରିପାରିବେ। ଏଥିପାଇଁ ତାଙ୍କୁ ବ୍ୟାଙ୍କର ଗୋଟିଏ ଶାଖାରୁ ଅନ୍ୟ ଶାଖାକୁ ଦୌଡ଼ିବାକୁ ପଡ଼ିବ ନାହିଁ।

ଅନଲାଇନରେ ହେବ ଖାତା ଟ୍ରାନ୍ସଫର

ବ୍ୟାଙ୍କ ଖାତାକୁ ଗ୍ରାହକ ଅନଲାଇନ ଟ୍ରାନ୍ସଫର କରିପାରିବେ। ନେଟ ବ୍ୟାଙ୍କିଂ ମାଧ୍ୟମରେ ଗ୍ରାହକ ଏପରି କରିପାରିବେ। ଯେଉଁମାନଙ୍କ କେୱାଇସି ପ୍ରଥମରୁ ଅପଡେଟ ହୋଇଥିବ ଓ ମୋବାଇଲ ନମ୍ବର ରେଜିଷ୍ଟର ହୋଇଥିବ ସେହି ଗ୍ରାହକଙ୍କୁ ଏହି ସେବା ମିଳିବ। ଯଦି ନ ହୋଇଥିବ ତେବେ ଏହି ସୁବିଧା ଗ୍ରାହକଙ୍କୁ ମିଳିପାରିବ ନାହିଁ।

Comment