ଓଡ଼ିଶାଲାଇଭ୍‌ ବ୍ୟୁରୋ

ହ୍ୱାଟସଆପ ଏକ ନୂଆ ଫିଚର ଲଞ୍ଚ କରିଛି। ଏହି ଫିଚର ବ୍ୟବହାର କରି ହ୍ୱାଟସଆପ ଆପ୍ ନଖୋଲି ମଧ୍ୟ ନିଜ ବନ୍ଧୁଙ୍କୁ ମେସେଜ ପଠାଇ ପାରିବେ।

ବିଶ୍ୱର ଲୋକପ୍ରିୟ ମେସେଜିଂ ଆପ ହ୍ୱାଟସଆପ ଏବେ ପୂର୍ବପେକ୍ଷା ଆହୁରି ସ୍ମାର୍ଟ ହେବାରେ ଲାଗିଛି। କମ୍ପାନି ପକ୍ଷରୁ ପ୍ରତିଦିନ କିଛି ନା କିଛି ନୂଆ ଫିଚରମାନ ଲଞ୍ଚ ମଧ୍ୟ କରାଯାଉଛି। ଏଥର ଗୋଟିଏ ନୂଆ ଫିଚର ଆସିଛି। ଏଥର ବିନା ହ୍ୱାଟସଆପ ଆପ୍ରେ ନିଜ ସାଙ୍ଗସାଥୀଙ୍କ ସହ ଚାଟିଂ କରିପାରିବେ।

ବର୍ତ୍ତମାନ୧.୫ ଆରବରୁ ଅଧିକ ମେସେଜିଙ୍ଗ୍ ଆପ୍ ହ୍ୱାଟସଆପ ବ୍ୟବହାର କରୁଛନ୍ତି। ଏହାକୁ ଦୃଷ୍ଟିରେ ରଖି କମ୍ପାନି ଲଗାତାର ନୂଆ ନୂଆ ଫିଚର ଗ୍ରାହକଙ୍କୁ ଯୋଗାଇଦେଉଛି। ହ୍ୱାଟସଆପ wa.me ନାମକ ଏକ ଡୋମେନ୍ ରେଜିଷ୍ଟର କରିଛି। ଯାହାର api.whatsapp.com ହେଉଛି ସର୍ଟ ଲିଙ୍କ୍। ଏହାକୁ ହ୍ୱାଟସଆପ ଚାର୍ଟ ଖୋଲିବା ପାଇଁ ବ୍ୟବହାର କରାଯାଇ ପାରିବ।ହ୍ୱାଟସଆପର ଏହି ଫିଚର ଆଣ୍ଡ୍ରଏଡର ୨.୧୮.୧୩୮ରେ ଦିଆଯାଇଛି।

ଆପଣଙ୍କୁ ଫୋନରେ https://wa.me/ (ଫୋନ ନମ୍ବର) ଲେଖିବାକୁ ପାଇଁ ପଡ଼ିବ ଯାହାକୁ ଆପଣ ମେସେଜ ପଠାଇବା ପାଇଁ ଚାହାନ୍ତି। ଏହି ଲିଙ୍କକୁ ଯିବା ପରେ ହିଁ ଆପଣଙ୍କ ପାଖକୁ ଉକ୍ତ ୟୁଜରଙ୍କ ସହ ଚାର୍ଟ ୱିଣ୍ଡୋ ଖୋଲିଯିବ। ସେଠାରୁ ଚାର୍ଟିଂ କରିପାରିବେ। ୟୁଆରଏଲ ଭୁଲ ନମ୍ବର ଲେଖିଲେ ଆପଣଙ୍କୁ ଇନଭାଲିଡ଼୍ ଏରର ଦେଖାଇବ। ନିକଟରେ ହ୍ୱାଟସଆପ ଷ୍ଟିକର ଫିଚର ମଧ୍ୟ ଲଞ୍ଚ କରିଥିଲା।

LEAVE A REPLY

Please enter your comment!
Please enter your name here