ଓଡ଼ିଶାଲାଇଭ୍‌ ବ୍ୟୁରୋ

ମହାଭିଯୋଗ ପ୍ରସ୍ତାବ ନେଇ ଜଷ୍ଟିସ ଏକେ ସିକ୍ରିଙ୍କ ଅଧ୍ୟକ୍ଷତାରେ ଗଠିତ ସୁପ୍ରିମକୋର୍ଟଙ୍କ ଏକ ପାଞ୍ଚ ଜଣିଆ ସମ୍ବିଧାନ ବେଞ୍ଚ ଶୁଣାଣି କରିବା ପୂର୍ବରୁ କଂଗ୍ରେସ ପକ୍ଷରୁ ଆଗତ ଏକ ପିଟିସନକୁ ପ୍ରତ୍ୟାହାର କରି ନିଆଯାଇଛି।

ପ୍ରଧାନ ବିଚାରପତି ଦୀପକ ମିଶ୍ରଙ୍କ ବିରୋଧରେ ଆସିଥିବା ମହାଭିଯୋଗ ମାମଲା ଉପରାଷ୍ଟ୍ରପତିଙ୍କ ଦ୍ବାରା ଖାରଜ ହେବା ପରେ ଏହାକୁ ଚ୍ୟାଲେଞ୍ଜ କରି ସୁପ୍ରିମକୋର୍ଟକୁ ଦେଇଥିବା ପିଟିସନକୁ ପ୍ରତ୍ୟାହାର କରିନେଇଛି କଂଗ୍ରେସ।

ମହାଭିଯୋଗ ପ୍ରସ୍ତାବ ନେଇ ଜଷ୍ଟିସ ଏକେ ସିକ୍ରିଙ୍କ ଅଧ୍ୟକ୍ଷତାରେ ଗଠିତ ସୁପ୍ରିମ କୋର୍ଟଙ୍କ ଏକ ପାଞ୍ଚ ଜଣିଆ ସମ୍ବିଧାନ ବେଞ୍ଚ ଶୁଣାଣି କରିବା ପୂର୍ବରୁ କଂଗ୍ରେସ ପକ୍ଷରୁ ଏହି ପିଟିସନକୁ ପ୍ରତ୍ୟାହାର କରି ନିଆଯାଇଛି।।

ମଙ୍ଗଳବାରଦିନ ସକାଳ ସାଢ଼େ ୧୦ଟାରେ ମାମଲାର ଶୁଣାଣି ପାଇଁ ସମୟ ଧାର୍ଯ୍ୟ କରାଯାଇଥିଲା। କଂଗ୍ରେସ ନେତା ତଥା ବରିଷ୍ଠ ଆଇନଜୀବୀ କପିଲ ଶିବଲ ପିଟିସନକୁ ପ୍ରତ୍ୟାହାର ସମ୍ପର୍କରେ ମତ ଦେଇଛନ୍ତି। “କଂଗ୍ରେସ ପକ୍ଷରୁ ରାଜ୍ୟସଭା ଅଧ୍ୟକ୍ଷ ନାଇଡୁଙ୍କ ମହାଭିଯୋଗ ପ୍ରସ୍ତାବ ଖାରଜ ପ୍ରସଙ୍ଗରେ ଯେଉଁ ଆବେଦନ ସୁପ୍ରିମକୋର୍ଟରେ କରାଯାଇଥିଲା, ତାହାକୁ ପ୍ରତ୍ୟାହାର କରି ନିଆଯାଉଛି। ପିଟିସର ଶୁଣାଣି ପାଇଁ ଯେଉଁ ବେଞ୍ଚ ଗଠନ କରାଯାଇଛି ସେଥିରେ ଆମେ ସନ୍ତୁଷ୍ଟ ନାହୁଁ”, କହିଛନ୍ତି ସିବଲ। ଫଳରେ ସୁପ୍ରିମକୋର୍ଟର ସାମ୍ବିଧାନିକ ବେଞ୍ଚ ମହାଭିଯୋଗ ସମ୍ପର୍କିତ ପିଟିସନ୍‌କୁ ଖାରଜ କରି ଦେଇଛନ୍ତି।

ମୁଖ୍ୟ ବିଚାରପତି ଜଷ୍ଟିସ ଦୀପକ ମିଶ୍ରଙ୍କ ବିରୋଧରେ କଂଗ୍ରେସ ପକ୍ଷରୁ ରାଜ୍ୟସଭାରେ ଯେଉଁ ମହାଭିଯୋଗ ନୋଟିସ ଦିଆଯାଇଥିଲା ତାକୁ ରାଜ୍ୟସଭା ଅଧ୍ୟକ୍ଷ ଭେଙ୍କିଆ ନାଇଡୁ ଖାରଜ କରି ଦେଇଥିଲେ। ଏ ନେଇ କଂଗ୍ରେସର ରାଜ୍ୟସଭା ସାଂସଦ ପ୍ରତାପ ସିଂହ ବାଜଓ୍ଵା ଏବଂ ଅମି ୟାଗ୍ ଗତକାଲି ଦ୍ୱିତୀୟ ବରିଷ୍ଠ ବିଚାରପତି ଜେ ଚେଲମେଶ୍ୱରଙ୍କ ଅଦାଲତରେ ଏହି ପିଟିସନ ଦାଖଲ କରିଥିଲେ।

ଏହି ମାମଲାର ଶୁଣାଣି ପାଇଁ ପ୍ରଧାନ ବିଚାରପତି ଦୀପକ ମିଶ୍ର ଏକ ପାଞ୍ଚ ଜଣିଆ ସମ୍ବିଧାନ ବେଞ୍ଚ ଗଠନ କରିଥିଲେ। ଜଷ୍ଟିସ ସିକ୍ରିଙ୍କ ଅଧ୍ୟକ୍ଷତାରେ ଗଠିତ ଏହି ବେଞ୍ଚରେ ଥିବା ଅନ୍ୟ ବିଚାରପତିମାନେ ହେଲେ ଜଷ୍ଟିସ ଏସ୍ଏ ବବ୍‌ଡେ, ଜଷ୍ଟିସ ଏନ୍‌ଭି ରମଣ, ଜଷ୍ଟିସ ଅରୁଣ ମିଶ୍ର ଏବଂ ଜଷ୍ଟିସ ଏକେ ଗୋଏଲ।

ଜଷ୍ଟିସ ଏକେ ସିକ୍ରିଙ୍କ ଅଧ୍ୟକ୍ଷତାରେ ଗଠିତ ଖଣ୍ଡପୀଠ ମାମଲାର ଶୁଣାଣି କରିଥିଲେ। ବରିଷ୍ଠତା ଭିତ୍ତିରେ ସିକ୍ରିଙ୍କ ସ୍ଥାନ ଷଷ୍ଠ ସ୍ଥାନରେ ରହିଛି। ପ୍ରଧାନ ବିଚାପରପତିଙ୍କ ପଛକୁ ଥିବା ୪ ଜଣ ବରିଷ୍ଠ ବିଚାରପତିଙ୍କୁ ଏହି ବେଞ୍ଚରେ ସାମିଲ କରାଯାଇନଥିଲା। ଏହି ୪ ଜଣ ବିଚାରପତି ଜାନୁଆରୀ ୧୨ ତାରିଖରେ ସାମ୍ବାଦିକ ସମ୍ମିଳନୀ କରି ପ୍ରଧାନ ବିଚାରପତିଙ୍କ ଉପରେ ପ୍ରଶ୍ନ ଉଠାଇଥିଲେ। ସେତେବେଳେ ଏହା ବିବାଦୀୟ ପରିସ୍ଥିତି ସୃଷ୍ଟି କରିଥିଲା।

Comment