ଓଡ଼ିଶାଲାଇଭ୍ ବ୍ୟୁରୋ
ଜାପାନ ପ୍ରଧାନମନ୍ତ୍ରୀଙ୍କୁ ଜୋତାରେ ଖାଦ୍ୟ ପରଷିଲା ଇସ୍ରାଏଲ। ଏହାକୁ ନେଇ ଆରମ୍ଭ ହୋଇଛି ବିବାଦ।
ଜାପାନର ପ୍ରଧାନମନ୍ତ୍ରୀ ସିଞ୍ଜୋ ଆବେ ନିଜ ପତ୍ନୀଙ୍କ ସହ ଇସ୍ରାଏଲ ଓ ମିଡିଲ ଇଷ୍ଟ ଗସ୍ତରେ ଯାଇଛନ୍ତି। ଏହି ଅବସରରେ ତାଙ୍କ ସହ ଏଭଳି କିଛି ଘଟଣା ଘଟିଛି ଯାହାକୁ ନେଇ ଜାପାନରେ ଖୁବ ନିନ୍ଦା କରାଯାଇଛି।
ଜାପାନର ପ୍ରଧାନମନ୍ତ୍ରା ସିଞ୍ଜୋ ଆବେ ଓ ତାଙ୍କ ପତ୍ନୀ ଇସ୍ରାଏଲ ପ୍ରଧାନମନ୍ତ୍ରୀ ବେଞ୍ଜାମିନ୍ ନେତନ୍ୟାହୁ ଓ ତାଙ୍କ ପତ୍ନୀ ସାରା ନେତନ୍ୟାହୁଙ୍କ ସହ ମେ ୨ ତାରିଖରେ ଡିନର କରିଥିଲେ। ଏହି ସମୟରେ ଇସ୍ରାଏଲ ପ୍ରଧାନମନ୍ତ୍ରୀଙ୍କ ପ୍ରାଇଭେଟ ସେଫ୍ ମୋସେ ସେଗେବେ ଅଜବ ଢ଼ଙ୍ଗରେ ଜୋତାରେ ଖାଦ୍ୟ ପରଷି ଥିଲେ। ମୋସେ ଏହାକୁ ଫୁଡ ଆର୍ଟ କୁହନ୍ତି। ନିଜ ସୋସିଆଲ ମିଡିଆରେ ମୋସେ ଏହାକୁ ପୋଷ୍ଟ କରିଛନ୍ତି ଯାହାକୁ ନେଇ ଜାପାନରେ ନିନ୍ଦା କରାଯାଇଛି।
କିଛି ସ୍ଵତନ୍ତ୍ର ମିଠା ଓ ଚକଲେଟ୍କୁ ଧାତୁରେ ନିର୍ମିତ ଜୋତାରେ ରଖି ପରଷା ଯାଇଥିଲା। ଭାରତୀୟ ସଂସ୍କୃତି ଭଳି ଜାପାନରେ ମଧ୍ୟରେ ଜୋତାକୁ ଅପମାନଜନକ ଭାବେ ଧରାଯାଏ। ତଥାପି ଇସ୍ରାଏଲ ପକ୍ଷରୁ ଜୋତାରେ ଖାଦ୍ୟ ପରଷା ଯାଇଛି।
ଜାପାନ ପ୍ରଧାନମନ୍ତ୍ରୀଙ୍କୁ ଜୋତାରେ ପରଷା ଯାଇଥିବା ଖାଦ୍ୟ ଖାଇବାରେ କୌଣସି ଆପତ୍ତି ନଥିଲା। ସେ ସାଦରରେ ଏହାକୁ ଗ୍ରହଣ କରିଥିଲେ। ଖାଇବାବେଳେ ସେ ଖୁସି ଜଣାପଡ଼ୁଥିଲେ। ମୋସେ ସୋସିଆରେ ମିଡିଆରେ ଛାଡ଼ିଥିବା ଫଟୋରେ ଏହା ଦେଖାଯାଇଛି।
କିନ୍ତୁ ଜାପାନର କିଛି ଲୋକ ଓ ନେତାଙ୍କୁ ଏହା ଅତ୍ୟନ୍ତ ଅପମାନଜନକ ବୋଲି କହିଛନ୍ତି। ଏହାସହ ଇସ୍ରାଏଲର କିଛି ଅଧିକାରୀଙ୍କୁ ମଧ୍ୟ ଏହା ଠିକ୍ ଲାଗିନି।
ଇସ୍ରାଏଲ ମିଡିଆରେ ମଧ୍ୟ ଏ ଘଟଣାକୁ ଅସମ୍ବେଦଳଶୀଳ ବୋଲି କୁହାଯାଇଛି। ଯେଉଁଠି ଜୋତାକୁ ଘର ବାହାରେ ରଖିବାର ପରମ୍ପରା ରହିଛି ସେ ଦେଶର ପ୍ରଧାମନ୍ତ୍ରୀ ଜୋତାରେ ଖାଦ୍ୟ ପରଷା ଯିବା ଭୁଲ ନିଷ୍ପତ୍ତି ଥିଲା ବୋଲି କୁହାଯାଇଛି।











