ଓଡ଼ିଶାଲାଇଭ୍‌ ବ୍ୟୁରୋ

ବଡ଼ ଦୁର୍ଘଟଣାରୁ ବର୍ତ୍ତିଲା ଏକ୍ସପ୍ରେସ୍‌ ଟ୍ରେନ୍‌। ଯାଜପୁର ଜିଲ୍ଲାର ହରିଦାସପୁର ଲେବଲ କ୍ରସିଂ ପାଖରେ ଜେସିବିକୁ ଧକ୍କା ଦେଇଛି ଏର୍ଣ୍ଣାକୁଲମ-ହାୱାଡା ଏକ୍ସପ୍ରେସ୍ ଟ୍ରେନ୍।

ଯାଜପୁରରେ ଘଟିଛି ଏକ ଅଭାବନୀୟ ଘଟଣା। ଯାଜପୁର ଜିଲ୍ଲାର ହରିଦାସପୁର ଲେବଲ କ୍ରସିଂ ପାଖରେ ଜେସିବିକୁ ଧକ୍କା ଦେଇଛି ଏର୍ଣ୍ଣାକୁଲମ-ହାୱାଡା ଏକ୍ସପ୍ରେସ୍ ଟ୍ରେନ୍। ଲେବଲ କ୍ରସିଂ ମଝିରେ ଜେସିବି ଅଟକି ଯାଇଥିବାବେଳେ ଏକ ଟ୍ରେନ୍‌ ଆସିବାରୁ ତାକୁ ଧକ୍କା ଦେଇଛି।

ଫଳରେ ଜେସିବିଟି ସମ୍ପୂର୍ଣ୍ଣ ଭାଙ୍ଗି ଯାଇଥିବାବେଳେ ଟ୍ରେନରେ ଯାଉଥିବା ଯାତ୍ରୀଙ୍କ ମଧ୍ୟରୁ ୪ଜଣ ଆହତ ହୋଇଛନ୍ତି। ହଠାତ୍ ଟ୍ରେନ୍‌ ଆସୁଥିବା ଦେଖି କୌଣସି ଉପାୟ ନପାଇ ଦୁର୍ଘଟଣା ସ୍ଥଳରୁ ଚମ୍ପଟ ମାରିଛି ଜେସିବି ଡ୍ରାଇଭର୍‌।

ଟ୍ରେନ୍‌ ଲାଇନ୍‌ ପାରି ହେବାବେଳେ ଜେସିବି ଟି ହଠାତ ଖରାପ ହୋଇଯାଇଥିଲା। ଫଳରେ ଏହି ଦୁର୍ଘଟଣା ଘଟିଥିଲା। ଦୁର୍ଘଟଣା ପରେ ସେଠାରେ ଅଟକି ରହିଛି ଏର୍ଣ୍ଣାକୁଲମ-ହାୱାଡା ଏକ୍ସପ୍ରେସ୍ ଟ୍ରେନ୍‌।  ଲେବୁଲ କ୍ରସିଂ ଗେଟ୍‌ କିପର୍‌ ଯଶୋବନ୍ତ ସ୍ଵାଇଁଙ୍କୁ ରେଳ କର୍ତ୍ତୃପକ୍ଷ ନିଲମ୍ବନ କରିଛନ୍ତି।

Comment