ଓଡ଼ିଶାଲାଇଭ୍ ବ୍ୟୁରୋ

ଧର୍ମ ପରିବର୍ତ୍ତନ କରିବେ କୋରାପୁଟର କଂଗ୍ରେସ ବିଧାୟକ କୃଷ୍ଣଚନ୍ଦ୍ର ଶଗରିଆ। ଶନିବାର ଦିନ ସେ ତାଙ୍କ ପରିବାର ସହ ବୌଦ୍ଧ ଧର୍ମ ଗ୍ରହଣ କରିବେ। ଏନେଇ ବିଧାୟକ ଶଗରିଆ କୋରାପୁଟ ଏକଜିକ୍ୟୁଟିଭି ମାଜିଷ୍ଟ୍ରେଟଙ୍କ ନିକଟରେ ସତ୍ୟପାଠ ପୂର୍ବରୁ କରିଛନ୍ତି।

କୃଷ୍ଣଚନ୍ଦ୍ର ସଗରିଆ କହିଛନ୍ତି, “ବୌଦ୍ଧ ଧର୍ମରେ ମୈତ୍ରୀଭାବ, ପ୍ରଜ୍ଞା ଓ ସମତା ରହିଛି। ପୂର୍ବରୁ ମୁଁ ବୌଦ୍ଧ ଧର୍ମ ଗ୍ରହଣ କରିଥିଲି। ଏବେ ନିଜ ଧର୍ମକୁ ପୁଣି ଫେରି ଆସିବି।”

ବିଧାୟକଙ୍କ ସହ ୪ରୁ ୫୦ ଜଣ ବ୍ୟକ୍ତି ମଧ୍ୟ ବୌଦ୍ଧ ଧର୍ମ ଗ୍ରହଣ କରିବେ ବୋଲି ଜଣାପଡ଼ିଛି। ଧର୍ମକୁ ନେଇ ସାରା ଦେଶରେ ରାଜନୀତି ଜୋରଦାର ହେଉଥିବା ବେଳେ କୃଷ୍ଣଚନ୍ଦ୍ର ଶଗରିଆ ଧର୍ମ ବଦଳାଇବା ନିଷ୍ପତ୍ତି ଅନେକ ପ୍ରଶ୍ନବାଚୀ ସୃଷ୍ଟି କରିଛି।

Comment