ଓଡ଼ିଶାଲାଇଭ୍‌ ବ୍ୟୁରୋ

ସିବିଏସଇ ଢାଞ୍ଚାରେ ହେବ ମାଟ୍ରିକ ପରୀକ୍ଷା। ଓଏମଆର ବଦଳରେ ୧୦ ମାର୍କ ଲେଖାଏଁ ପ୍ରଶ୍ନପତ୍ରରେ  ପ୍ରକାରର ପ୍ରଶ୍ନ ରଖିବାକୁ ପ୍ରାରମ୍ଭିକ ଯୋଜନା କରାଯାଇଛି

ଆସନ୍ତାବର୍ଷଠାରୁ ବଦଳିବ ମାଟ୍ରିକ ପରୀକ୍ଷା ଢାଞ୍ଚା। ଓଏମଆର ବଦଳରେ ପ୍ରଶ୍ନପତ୍ରରେ ୧୦ ମାର୍କ ଲେଖାଏଁ ୫ ପ୍ରକାରର ପ୍ରଶ୍ନ ରଖିବାକୁ ଯୋଜନା ରଖାଯାଇଛି।

ଓଏମଆର ବଦଳରେ ପ୍ରଶ୍ନପତ୍ରରେ ୧୦ ମାର୍କ ଲେଖାଁଏ ୫ ପ୍ରକାରର ପ୍ରଶ୍ନ  ରହିବ। ଗୋଟିଏ ଧାଡିରେ ଉତ୍ତର ଲେଖିବା, ଗୋଟିଏ ଶଦ୍ଦରେ ପ୍ରଶ୍ନ ଉତ୍ତର ଲେଖିବା ଭଳି ପ୍ରଶ୍ନ ବି ଆସିବ।

“ବର୍ତ୍ତମାନ ଛାତ୍ରଛାତ୍ରୀ ଓଏମଆର ଢାଞ୍ଚାରେ ୫୦ପ୍ରତିଶତ ମାର୍କର ପରୀକ୍ଷା ଦେଉଛନ୍ତି। ଏହାକୁ ପରିବର୍ତ୍ତନ କରାଯାଇ ସିବିଏସଇ ଢାଞ୍ଚାରେରେ ନୂଆ ବ୍ୟବସ୍ଥା ଆପଣାଇବାକୁ ଯୋଜନା ଚାଲିଛି”, କହିଛନ୍ତି ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗର ସଚିବ ପ୍ରଦୀପ୍ତ ମହାପାତ୍ର।

ସିବିଏସଇ ଢାଞ୍ଚାରେ ମାଟ୍ରିକ ପରୀକ୍ଷାରେ କରିବା ନିଷ୍ପତ୍ତିକୁ ଚୂଡାନ୍ତ ରୂପରେଖ ଦେବା ପାଇଁ ଏକ କମିଟି ଗଠନ କରାଯିବ। ମାଧ୍ୟମିକ ଶିକ୍ଷା ପରିଷଦ ସଭାପତିଙ୍କ ଅଧ୍ୟକ୍ଷତାରେ ଏକ କମିଟି ଗଠନ କରାଯିବ। ଏଥିରେ ଶିକ୍ଷାବିତମାନେ ସାମିଲ ହେବେ।

Comment