ଓଡ଼ିଶାଲାଇଭ୍‌ ବ୍ୟୁରୋ

ଓଜେଇଇ ପରୀକ୍ଷା ଆସନ୍ତାକାଲି ହେବ। ରାଜ୍ୟର ମୋଟ ୪୮ ହଜାର ୩୧୭ ଛାତ୍ରଛାତ୍ରୀ ୮୧ଟି କେନ୍ଦ୍ରରେ ପରୀକ୍ଷା ଦେବେ।

ଓଡ଼ିଶା ଜଏଣ୍ଟ ଏଣ୍ଟ୍ରାନ୍ସ ଏକଜାମିନେସନ୍‌ (ଓଜେଇଇ) ପରୀକ୍ଷା ଆସନ୍ତାକାଲଇ ଅନୁଷ୍ଠିତ ହେବ। ଏମ୍‌ବିଏ, ଏମ୍‌ସିଏ, ଫାର୍ମାସି, ଲାଟେରାଲ୍ ଏଣ୍ଟ୍ରି ଇଂଜିନିୟରିଂ ଆଦି ପାଠ୍ୟକ୍ରମରେ ନାମ ଲେଖାଇବା ପାଇଁ ଏହି ପରୀକ୍ଷା ହେବ। ଭୁବନେଶ୍ୱର ଏବଂ କଟକରେ ସର୍ବାଧିକ ପରୀକ୍ଷା କେନ୍ଦ୍ର କରାଯାଇଛି।

ରାଜ୍ୟର ୮୧ଟି କେନ୍ଦ୍ରରେ ଏହି ପରୀକ୍ଷା ହେବ। ମୋଟ ୪୮ ହଜାର ୩୧୭ ଛାତ୍ରଛାତ୍ରୀ ପରୀକ୍ଷା ଦେବେ।

“କାଲି ସକାଳ ୯ଟାରୁ ୧୨ଟା ପର୍ଯ୍ୟନ୍ତ ପ୍ରଥମ ସିଟିଂ ଏବଂ ଅପରାହ୍ନ ୨ଟାରୁ ୪ଟା ପର୍ଯ୍ୟନ୍ତ ଦ୍ୱିତୀୟ ସିଟିଂରେ ପରୀକ୍ଷା ହେବ। ପରୀକ୍ଷା ଆରମ୍ଭ ହେବାର ୩୦ ମିନିଟ ପୂର୍ବରୁ ଛାତ୍ରଛାତ୍ରୀ ପରୀକ୍ଷା କେନ୍ଦ୍ରରେ ରିପୋଟିଂ କରିବେ। ଆଡମିଟ୍ କାର୍ଡ, ପେନ ଓ ପେନସିଲ ବ୍ୟତୀତ ଅନ୍ୟ କୌଣସି ଇଲେକ୍ଟ୍ରୋନିକ ଜିନିଷ ନେବା ଉପରେ କଟକଣା ରହିଛି”, କହିଛନ୍ତି ଓଜେଇଇ ଭାରପ୍ରାପ୍ତ ଅଧ୍ୟକ୍ଷ ମନୀଷ ତ୍ରିପାଠୀ।

Comment