ଓଡ଼ିଶାଲାଇଭ୍‌ ବ୍ୟୁରୋ

ଦେଶରେ ଦୁଷ୍କର୍ମ ମାମଲା ବଢ଼ିଚାଲିଛି। ଶନିବାର ଦିନ ସେମିତି ଏକ ଘଟଣା କେନ୍ଦ୍ରାପଡ଼ା ଜିଲ୍କାରେ ଦେଖିବାକୁ ମିଳିଛି। ନିକିରାଇ ଥାନା ଅନ୍ତର୍ଗତ ଅମ୍ବାପଡ଼ା ଗ୍ରାମର ଜନୈକା ୭ବର୍ଷର ଛାତ୍ରୀଙ୍କୁ ବଳାତ୍କାର କରିଛନ୍ତି ଟ୍ୟୁସନ୍‍ ସାର।

ଦୁଷ୍କର୍ମ ମାମଲାକୁ ନେଇ କଡ଼ାକଡ଼ା ନିୟମ ହେଉଥିଲେ ମଧ୍ୟ ଦୁଷ୍କର୍ମ ମାମଲା ଥମିବାର ନାଁ ନେଉନାହିଁ। ଶନିବାର ଅପରାହ୍ନରେ କେନ୍ଦ୍ରାପଡ଼ା ଜିଲ୍ଲା ନିକିରେଇ ଥାନା ଅଞ୍ଚଳରେ ଜଣେ ଟ୍ୟୁସନ୍‌ ଶିକ୍ଷକଙ୍କ ଦ୍ୱାରା ଜଣେ ୭ବର୍ଷର ଛାତ୍ରୀ ଦୁଷ୍କର୍ମର ଶିକାର ହୋଇଥିବା ଅଭିଯୋଗ ହୋଇଛି।

ଛାତ୍ରୀଙ୍କ ପରିବାରର ଅଭିଯୋଗକ୍ରମେ ପୁଲିସ ସମ୍ପୃକ୍ତ ଟ୍ୟୁସନ୍‍ ସାର ଗଣେଶ ନାୟକକୁ ଗିରଫ କରିଛି।

ଅଭିଯୋଗ ଅନୁଯାୟୀ ଗଣେଶ ସମ୍ପୃକ୍ତ ଛାତ୍ରୀଙ୍କୁ ବାରମ୍ବାର ଖରାପ ବ୍ୟବହାର କରି ଆସୁଥିଲେ। ଶୁକ୍ରବାର ସନ୍ଧ୍ୟାରେ ଟ୍ୟୁସନ୍‍ ସରିବା ପରେ ଛାତ୍ରୀଙ୍କୁ ଅଟକାଇ ବଳାତ୍କାର କରିଥିଲେ। ଦୁଷ୍କର୍ମ ସମୟର କିଛି ଫଟୋ ଉଠାଇବା ସହିତ ଭିଡିଓ ବି ରେକର୍ଡିଂ କରିଥିଲା। ଏହି ସମୟରେ ଛାତ୍ରୀ ଜଣକ ଚିତ୍କାର କରିଥିଲେ।

ଛାତ୍ରୀଙ୍କ ଚିତ୍କାର ଶୁଣି ପଡ଼ୋଶୀ ସେଠାରେ ପହଞ୍ଚି ଛାତ୍ରୀଙ୍କୁ ଉଦ୍ଧାର କରିବା ସହିତ ଗଣେଶକୁ ଅଟକ ରଖିଥିଲେ। ଏହାପରେ ଅଭିଯୁକ୍ତକୁ ପୋଲିସ ଜିମା ଦେଇଥିଲେ। ପୋଲିସ ତାଙ୍କୁ ଅଟକ ରଖି ପଚରାଉଚରା ଚଳାଇଛି।

Comment