ଓଡ଼ିଶାଲାଇଭ୍‌ ବ୍ୟୁରୋ

ପିଆଜର ଉପକାରିତାଖାଦ୍ୟ ବିଶେଷଜ୍ଞଙ୍କ କହିବା ଅନୁଯାୟୀ ପିଆଜ କେଶ ସୁରକ୍ଷା, ଶ୍ଵାସ, କର୍କଟ ରୋଗ ଭଳି ମାରାତ୍ମକ ରୋଗ ନିରାକରଣ ପାଇଁ କାର୍ଯ୍ୟ କରିଥାଏ।

ଭୋଜନ ସହ ସାଲାଡ୍ ଭାବେ ଖାଉଥିବା କଞ୍ଚା ପିଆଜ ଆମ ସ୍ଵାସ୍ଥ୍ୟ ପାଇଁ ବହୁ ଉପାଦେୟ। ସାଲାଡ୍ ହେଉ ଅବା ଚାଟ୍‌ ଖାଦ୍ୟର ସ୍ଵାଦ ବଢାଇଥାଏ ପିଆଜ। ପିଆଜର ଉପକାରିତା ବିଷୟରେ ଆସନ୍ତୁ ଜାଣିବା…

କେଶର ସୁରକ୍ଷା ପାଇଁ
ଲାଲ ପିଆଜ ସୈାନ୍ଦର୍ଯ୍ୟ ପାଇଁ ବେଶ ଲାଭକାରୀ । ଆରବ ଦେଶମାନଙ୍କରେ ଚନ୍ଦାପଣ ଓ କେଶ ଝଡିବା ସମସ୍ୟାର ସମାଧାନ ପାଇଁ ପିଆଜର ବହୁଳ ବ୍ୟବହାର କରାଯାଇଥାଏ । ପିଆଜ ରସରେ ଲୁଣ ଓ ଗୋଲମରିଚ ମିଶାଇ କେଶ ମୂଳରେ ଲଗାଇଲେ କେଶ କୋମଳ ହେବା ସହ ସିଲ୍କି ହୋଇଥାଏ।

ଶ୍ୱାସରୋଗ ରୋଗର ଚିକିତ୍ସାରେ ପିଆଜ
ଶ୍ୱାସରୋଗ ପାଇଁ ପିଆଜ ବହୁତ ଉପକାରୀ । ପିଆଜରେ ବହୁଳ ପରିମାଣରେ ଆଣ୍ଟିଅକ୍ସିଡାଣ୍ଟ ଭରି ରହିଥିବାରୁ ଏହା ଶରୀରରେ  ହେଉଥିବା ଏଲର୍ଜିରୁ ରକ୍ଷାକରିଥାଏ ।ଶ୍ୱାସରୋଗର ଉପଶମ ପାଇଁ ପିଆଜକୁ ଔଷଧ ରୂପେ ବ୍ୟବହାର କରାଯାଏ।

କର୍କଟ ରୋଗରୁ ସୁରକ୍ଷା ପାଇଁ ପିଆଜ
ପିଆଜ ଓ ହଳଦୀ ଏକାଠି ମିଶାଇ ସେବନ କଲେ କର୍କଟ ରୋଗ ହେବାର ଆଶଙ୍କା କମିଯାଏ। ସ୍ତନକର୍କଟ, ମଳାଶୟକର୍କଟ , ମୁଖକର୍କଟରୁ ରକ୍ଷାକରିଥାଏ ପିଆଜ । ପିଆଜରେ ଥିବା ଖାସ ଗୁଣ କର୍କଟର ପ୍ରଭାବକୁ ଶରୀରରୁ ବାହାର କରିବାରେ ସାହାଯ୍ୟ କରିଥାଏ । ଆପଣ ଯଦି କର୍କଟ ପରି ଦୁରାରୋଗ୍ୟ ରୋଗରୁ ରକ୍ଷା ପାଇବା ପାଇଁ ଚାହୁଛନ୍ତି ନିୟମିତ ରୁପେ କିଛି କିଛି ପିଆଜ ଖାଇବା ଜରୁରୀ

Comment