ଓଡ଼ିଶାଲାଇଭ୍‌ ବ୍ୟୁରୋ

ହାଇପ୍ରୋଫାଇଲ କର୍ଣ୍ଣାଟକ ନିର୍ବାଚନ ପାଇଁ ଭୋଟ୍ ଗଣତି ଆରମ୍ଭ ହୋଇଛି। ୨୨୨ଟି ଆସନ ପାଇଁ ଆଜି ସକାଳ ୮ଟାରୁ ଭୋଟ୍‌ ଗଣତି ଆରମ୍ଭ ହୋଇଛି। ପ୍ରାଥମିକ ଗଣନାରୁ ବିଜେପି ରାଜ୍ୟରେ ସରକାର ଗଠନ କରିବା ସ୍ପଷ୍ଟ ହୋଇଛି।

କର୍ଣ୍ଣାଟକ ବିଧାନସଭା ନିର୍ବାଚନ ଭୋଟ ଗଣତି ଆରମ୍ଭ ହୋଇଛି।। ସକାଳ ୮ଟାରୁ ରାଜ୍ୟର ୩୮ଟି କେନ୍ଦ୍ରରେ ଆରମ୍ଭ ହୋଇଛି ଭୋଟ ଗଣତି। ପ୍ରାଥମିକ ଗଣନାରୁ ବିଜେପି ରାଜ୍ୟରେ ସରକାର ଗଠନ କରିବା ସ୍ପଷ୍ଟ ହୋଇଛି। ପ୍ରାଥମିକ ଗଣନା ଅନୁଯାୟୀ, ୨୨୨ଟି ବିଧାନସଭା ଆସନ ମଧ୍ୟରୁ ବିଜେପି ୧୧୬ , କଂଗ୍ରେସ ୬୩ ଓ ଜେଡିଏସ  ୪୧ ଓ ଅନ୍ୟ ୨ ଜଣ ସ୍ୱାଧୀନ ପ୍ରାର୍ଥୀ ଆଗରେ ରହିଛନ୍ତି। ସେହିପରି  କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ତଥା କଂଗ୍ରେସ ନେତା ସିଦ୍ଧରମେୟା ଉଭୟ ଆସନରେ ଭୋଟ ଗଣତିରେ ପଛରେ ଅଛନ୍ତି।

ମୋଟ୍‌ ୩୮ଟି କେନ୍ଦ୍ରରେ ଆରମ୍ଭ ହୋଇଛି ଭୋଟ୍ ଗଣତି ପ୍ରକ୍ରିୟା। କେବଳ ବେଙ୍ଗାଲୁରୁରେ ହୋଇଛି ୫ଟି ଗଣତି କେନ୍ଦ୍ର। । ଏଥିପାଇଁ ସବୁ ଭୋଟ୍ ଗଣତି କେନ୍ଦ୍ରରେ କଡ଼ା ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି।

କର୍ଣ୍ଣାଟକରେ ଏଥର ହୋଇଛି ତ୍ରିମୁଖୀ ଲଢ଼େଇ। ୨୨୪ ଆସନ ବିଶିଷ୍ଟ କର୍ଣ୍ଣାଟକ ବିଧାନସଭାରୁ ଏଥର ୨୨୨ ଆସନରେ ନିର୍ବାଚନ ହୋଇଛି। ରାଜ୍ୟରେ ପ୍ରାୟ ୫୦ ହଜାରରୁ ଅଧିକ ସୁରକ୍ଷାକର୍ମୀ ମୁତୟନ ହୋଇଛନ୍ତି। କେବଳ ବେଙ୍ଗାଲୁରୁରେ ୧୧ ହଜାର ପୋଲିସ, ଗୋଟିଏ କମ୍ପାନି ରାପିଡ୍ ଆକ୍ସନ୍ ଫୋର୍ସ ମୁତୟନ ହୋଇଛନ୍ତି।

ଇଭିଏମ୍‌ରେ ବନ୍ଦ ଥିବା  ମୋଟ ୨୬୫୪ ଜଣ ପ୍ରାର୍ଥୀଙ୍କ ରାଜନୈତିକ ଭାଗ୍ୟ ମଙ୍ଗଳବାର ଦିନ ନିର୍ଣ୍ଣୟ ହେବାକୁ ଯାଉଛି।

୫ ବର୍ଷ ଧରି ଶାସନ କ୍ଷମତାରେ ଥିବା କଂଗ୍ରେସକୁ କଡ଼ା ଟକ୍କର ଦେଉଛି ବିଜେପି। ରାଜ୍ୟରେ କ୍ଷମତାସୀନ କଂଗ୍ରେସ ଦଳକୁ  ପଛରେ ପକାଇ ବିଜେପି ଏଠାରେ ପ୍ରାଥମିକ ଭୋଟ ଗଣତି ଅନୁଯାୟୀ  ୧୧୬ଟି ଆସନରେ ବିଜୟୀ ହୋଇ ସରକାର ଗଠନ କରିବାର ସମ୍ଭାବନା ସୃଷ୍ଟି କରିଛି। ସେହିପରି ଦେବେଗୌଡ଼ାଙ୍କ ଜେଡିଏସ ମଧ୍ୟ  ୪୧ଟି  ଆସନରେ ଆଗୁଆ ରହିଛି।

Comment