ଓଡ଼ିଶାଲାଇଭ୍ ବ୍ୟୁରୋ

ରୋଷେଇ ଘରେ ଏମିତି କିଛି ମସଲା ରହିଛି, ଯାହାଆମ ଖାଦ୍ୟର ସ୍ଵାଦ ବୃଦ୍ଧି କରିବା ସହ ଆମକୁ ନିରୋଗ ରଖିବାରେ ଯାହାଯ୍ୟ କରିଥାଏ, ଯାହା ଆମେ ଜଙ୍କ୍‌ ଫୁଡ୍‌ରୁ ପାଇ ନଥାଉ। ସେଥିମଧ୍ୟରୁ ଗୋଟିଏ ହେଲା ତେଜପତ୍ର।

ତେଜପତ୍ରର ଏକ ଲମ୍ବା ଇତିହାସ ରହିଛି। ପ୍ରାଚୀନ ରୋମରେ ତେଜପତ୍ର ହାର କରି ବୈଜ୍ଞାନିକ, ଯୋଦ୍ଧାଙ୍କ ଭଳି ମହାନ ଲୋକଙ୍କୁ ପିନ୍ଧାଉଥିଲେ। ଭାରତରେ ତେଜପତ୍ରକୁ ରୋଷେଇ ଘରେ ମସଲା ଭାବେ ବ୍ୟବହାର କରାଯାଏ। ତେଜପତ୍ରର ମଧ୍ୟ ଅନେକ ଔଷଧୀୟ ଗୁଣ ରହିଛି।

ତେଜପତ୍ରରେ ଆଣ୍ଟି ଅକ୍ସିଡାଣ୍ଟ, ପୋଟାସିୟମ୍‌, ମାଙ୍ଗାନିଜ୍‌, ସେଲେନିୟମ ଓ ଆଇରନ୍‌ ପ୍ରଚୁର ପରିମାଣରେ ରହିଛି। ଏହା ଖାଦ୍ୟର ସ୍ବାଦ ବୃଦ୍ଧି କରିବା ସହ ଆମକୁ ସୁସ୍ଥ ରଖିବାରେ ସାହାଯ୍ୟ କରିଥାଏ।

ସର୍ଦ୍ଦି ଓ କାଶ ସମସ୍ୟା

ସର୍ଦ୍ଦି, କାଶ କିମ୍ବା ଶରୀରରେ ଜ୍ଵର ଥିଲେ ପାଣିରେ ତେଜପତ୍ର ପକାଇ ସିଝାଇ ଦିଅନ୍ତୁ। ସେହି ପାଣିରେ ଗୋଟିଏ ସଫା କପଡ଼ା ବୁଡ଼ାଇ ତାହାକୁ ଚୁପୁଡ଼ି ଦେଇ ମଥାରେ ରଖିଲେ କାଶ ଏବଂ ଥଣ୍ଡାରୁ ଆରାମ ମିଳିଥାଏ।

ପେଟ ସମସ୍ୟା

ଚା’ରେ ତେଜପତ୍ର ପକାଇ ପିଇଲେ ପେଟ ସମସ୍ୟା ଦୂର ହେବା ସହ ହଜମ ଶକ୍ତି ବୃଦ୍ଧି ପାଇଥାଏ।

କୋଷ୍ଠ କାଠିନ୍ୟ ସମସ୍ୟା

ଚା’ରେ ତେଜପତ୍ର ପକାଇ ପିଇଲେ କୋଷ୍ଠ କାଠିନ୍ୟ, ଏସିଡିଟି, ପେଟ କାମୁଡ଼ିବା ଆଦି ସମସ୍ୟାରୁ ମୁକ୍ତି ମିଳିଥାଏ।

ଡାଇବେଟିସ୍‌

ଡାଇବେଟିସ୍‌ ବା ମଧୁମେହ ରୋଗୀଙ୍କ ପାଇଁ ତେଜପତ୍ର ଲାଭଦାୟକ। ତେଜପତ୍ରରେ ଏକ ଆଣ୍ଟିଅକ୍ସିଡେଣ୍ଟ୍ ରହିଛି ଯାହା ଶରୀରରେ ଇନସୁଲିନ୍ ମାତ୍ରାକୁ ବଢ଼ାଇଥାଏ। ଏହା ଶରୀରରେ ଗ୍ଲୁକୋଜ ମାତ୍ରାକୁ ନିୟନ୍ତ୍ରଣରେ ରଖେ। ଡାଇବେଟିସ୍ ରୋଗୀ ଔଷଧ ଖାଇବା ସହ ନିୟମିତ ତେଜପତ୍ର ପକା ଚା’ ପିଇଲେ ଅନେକ ଫାଇଦା ମିଳିଥାଏ।

ମୂର୍ଚ୍ଚା ରୋଗୀ

ମୂର୍ଚ୍ଛା ରୋଗୀଙ୍କ ପାଇଁ ତେଜପତ୍ର ବେଶ୍‌ ଉପକାରୀ। ତେଜପତ୍ର ଧୂଆଁକୁ ଅପସ୍ମାର ରୋଗୀ ସେବନ କଲେ ଏହା ଠିକ୍‌ ହୋଇଥାଏ।

ଶରୀରର କୌଣସି ସ୍ଥାନରେ ଦରଜ ଲାଗେ

ଯଦି ଶରୀରର କେଉଁ ଅଂଶରେ ଦରଜ ଲାଗୁଛି ତେବେ ତେଜପତ୍ର ବାଟି ମାଲିସ୍‌ କଲେ ଆରାମ ମିଳିଥାଏ।

କିଡନୀ ସମସ୍ୟା

କିଡନୀରେ ପଥର ହୋଇଥିଲେ ଜେତପତ୍ରକୁ ପାଣିରେ ସିଝାଇ ଥଣ୍ଡା କରି ପିଇଲେ ଲାଭ ମିଳିଥାଏ। ଏହା ପଥୁରି ରୋଗକୁ ଠିକ୍‌ କରିବା ସହ ଆଉ କିଛି କିଡ୍‌ନୀ ସମସ୍ୟାକୁ ମଧ୍ୟ ଠିକ୍‌ କରିଥାଏ।

ଓଜନ କମାଏ

ତେଜପତ୍ରକୁ ପାଣିରେ ସିଝାଇ ସକାଳୁ ପିଇବା ଦ୍ଵାରା ଶରୀରରେ ମେଟାବେଲିଜିମ୍ ସ୍ତର କମିଥାଏ।

Comment