ଓଡ଼ିଶାଲାଇଭ୍‌ ବ୍ୟୁରୋ

କିଙ୍ଗ୍ସ ଏକାଦଶ ପଞ୍ଜାବ ଏବଂ ମୁମ୍ବାଇ ଇଣ୍ଡିଆନ୍ସ ମଧ୍ୟରେ ଆଇପିଏଲ୍‌ ମ୍ୟାଚବେଳେ ଏହି ଦୁଇ ଦଳର ଦୁଇ ଲୋକପ୍ରିୟ ଖେଳାଳି ଲୋକେଶ ରାହୁଲ ଏବଂ ହାର୍ଦ୍ଦିକ ପାଣ୍ଡ୍ୟା ପରସ୍ପରକୁ ନିଜ ଜର୍ସି ଉପହାର ଦେଇଥିଲେ।

ଆଇପିଏଲ ମହାସମର ଶେଷ ପର୍ଯ୍ୟାୟରେ ପହଞ୍ଚିଛି। କିଙ୍ଗ୍ସ ଏକାଦଶ ପଞ୍ଜାବ ଏବଂ ମୁମ୍ବାଇ ଇଣ୍ଡିଆନ୍ସ ଟିମ୍‌ର ଦୁଇ ଷ୍ଟାଇଲିସ୍‌ ବ୍ୟାଟ୍ସସମ୍ୟାନ୍‌ ଲୋକେଶ ରାହୁଲ ଓ ହାର୍ଦ୍ଦିକ ପାଣ୍ଡ୍ୟା ଆଇପିଏଲରେ ଏକ ନୂଆ ପରମ୍ପରା ଆରମ୍ଭ କରିଛନ୍ତି।

ଫୁଟ୍‌ବଲ୍‌ରେ ପ୍ରତିପକ୍ଷ ଖେଳାଳି ପରସ୍ପର ସହ ଜର୍ସି ଅଦଳବଦଳ କରିବା ଏକ ପୁରୁଣା ପରମ୍ପରା। ହେଲେ କ୍ରିକେଟ୍‌ରେ ଏହି ଧାରା ସୃଷ୍ଟି କରିଛନ୍ତି ରାହୁଲ ଓ ପାଣ୍ଡ୍ୟା।

ଗତ ବୁଧବାରଦିନ ମୁମ୍ବାଇ ଇଣ୍ଡିଆନ୍ସ ବିରୋଧରେ ଲୋକେଶ ରାହୁଲ ଚମତ୍କାର ୯୪ରନ୍‌ର ସ୍କୋର କରିଥିଲେ ମଧ୍ୟ ପଞ୍ଜାବ ପରାସ୍ତ ହୋଇଥିଲା। ଏହାପରେ ରାହୁଲ ଏବଂ ମୁମ୍ବାଇ ଟିମ୍‌ର ଷ୍ଟାର୍‌ ଅଲରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟା ପରସ୍ପରକୁ ନିଜ ଜର୍ସି ଉପହାର ଦେଇଥିଲେ।

ମ୍ୟାଚ୍‌ ଶେଷ ହେବା ପରେ ଓ୍ଵାଙ୍ଖଡେ ଷ୍ଟାଡିୟମ ଦର୍ଶକଙ୍କ ସମ୍ମୁଖରେ ରାହୁଲ ଏବଂ ପାଣ୍ଡ୍ୟା ଜର୍ସି ଅଦଳବଦଳ କରିଥିଲେ।

ଏହାପରେ ରାହୁଲ କହିଥିଲେ, ଫୁଟ୍‌ବଲ୍‌ରେ ଏମିତି ହେଉଥିବା ଆମେ ଦେଖି ଆସିଛୁ। ହାର୍ଦ୍ଦିକ ମୋର ଭଲ ବନ୍ଧୁ। ଏଣୁ ତାଙ୍କ ଜର୍ସି ସଂଗ୍ରହ କରି କ୍ରିକେଟରେ ନୂଆ ପରମ୍ପରା ସୃଷ୍ଟି କରିବା ପାଇଁ ମୁଁ ଚାହିଁଥିଲି। ମ୍ୟାଚ୍‌ ଶେଷ ହେବା ପରେ ଜର୍ସି ଦେବାକୁ ମୁଁ ହାର୍ଦ୍ଦିକଙ୍କୁ କହିଥିଲି। ସେ ମଧ୍ୟ ମୋ ଜର୍ସି ନେବାକୁ ଆଗ୍ରହ ପ୍ରକାଶ କରିଥିଲେ।

ରାହୁଲ ଓ ପାଣ୍ଡ୍ୟା ନିଜ ଟୁଇଟରରେ ଜର୍ସି ଅଦଳବଦଳ କରୁଥିବା ଫଟୋ ଅପଲୋଡ କରିଛନ୍ତି। ଏହାପରେ ଦୁହେଁ ବିପକ୍ଷ ଦଳର ଖେଳାଳିଙ୍କୁ ସମ୍ମାନ ଦେବା ଜରୁରୀ ବୋଲି କହିଥିଲେ।

 

Comment