ଓଡ଼ିଶାଲାଇଭ୍‌ ବ୍ୟୁରୋ

ପ୍ରକାଶ ପାଇଛି ଯୁକ୍ତ ୨ ବିଜ୍ଞାନ ପରୀକ୍ଷା ଫଳ। ଚଳିତ ବର୍ଷ ପାସ ହାର ରହିଛି ୭୭.୯୮ ପ୍ରତିଶତ।

  • ଚଳିତବର୍ଷ ୯୫, ୦୯୬ଜଣ ମୋଟ ପରୀକ୍ଷାର୍ଥୀ
  • ପାସ କରିଛନ୍ତି ୭୩, ୨୧୧ଜଣ ଛାତ୍ରଛାତ୍ରୀ
  • ନୟାଗଡ଼ ଜିଲ୍ଲାରେ ସର୍ବାଧିକ ପାସ ହାର ୯୨.୨୩ ପ୍ରତିଶତ
  • ଗଜପତି ସର୍ବନିମ୍ନ ୪୩.୪୩ ପ୍ରତିଶତ ପାସ ହାର
  • ୧୯,୫୬୧ଜଣ ପ୍ରଥମ ଶ୍ରେଣୀରେ ପାସ
  • ୨୪,୧୬୪ଜଣ ଦ୍ଵିତୀୟ ଶ୍ରେଣୀ ପାସ
  • ତୃତୀୟ ଶ୍ରେଣୀରେ ୨୮, ୯୨୮ଜଣ ପାସ

ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ଦ୍ୱାରା ପରିଚାଳିତ ଯୁକ୍ତ ୨ ବିଜ୍ଞାନ ପରୀକ୍ଷା ଫଳ ଶନିବାରଦିନ ପ୍ରକାଶ ପାଇଛି। ଦିନ ୧୧ଟାରେ ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ବଦ୍ରିନାରାୟଣ ପାତ୍ର ପରିଷଦ କାର୍ଯ୍ୟାଳୟରେ ପରୀକ୍ଷା ଫଳ ପୁସ୍ତିକାକୁ ଉନ୍ମୋଚନ କରିଛନ୍ତି।

ଚଳିତବର୍ଷ ୯୫, ୦୯୬ଜଣ ମୋଟ ପରୀକ୍ଷାର୍ଥୀ ଥିବାବେଳେ ପାସ କରିଛନ୍ତି ୭୩, ୨୧୧ଜଣ ଛାତ୍ରଛାତ୍ରୀ। ମୋଟ ପାସ ହାର ରହିଛି ୭୬.୯୮ ପ୍ରତିଶତ। ନୟାଗଡ଼ ଜିଲ୍ଲାରେ ସର୍ବାଧିକ ପାସ ହାର ୯୨.୨୩ ପ୍ରତିଶତ ରହିଥିବାବେଳେ ଗଜପତି ଜିଲ୍ଲାରେ ସର୍ବନିମ୍ନ ୪୩.୪୩ପ୍ରତିଶତ ପାସ ହାର ରହିଛି।

୧୯,୫୬୧ଜଣ ପ୍ରଥମ ଶ୍ରେୀରେ, ୨୪,୧୬୪ଜଣ ଦ୍ଵିତୀୟ ଶ୍ରେଣୀ ଓ ତୃତୀୟ ଶ୍ରେଣୀରେ ୨୮, ୯୨୮ଜଣ ପାସ କରିଛନ୍ତି।  ୪୧ଜଣ ଛାତ୍ରଛାତ୍ରୀ ୯୦ପ୍ରତିଶତରୁ ଅଧିକ ନମ୍ବର ରଖିଛନ୍ତି। ସେଥିମଧ୍ୟରୁ ୨୬ଛାତ୍ର ଓ ୧୩ଜଣ ଛାତ୍ରୀ ରହିଛନ୍ତି।

ଗତବର୍ଷ ଯୁକ୍ତ ଦୁଇ ବିଜ୍ଞାନରେ ୯୦ହଜାର ୬୪୩ ଜଣ ଛାତ୍ରଛାତ୍ରୀ ପରୀକ୍ଷା ଦେଇଥିବାବେଳେ ୭୩ ହଜାର ୫୨୩ଜଣ ପାସ୍ କରିଥିଲେ। ପାସ୍ ହାର ଥିଲା ୮୧.୧୧ ପ୍ରତିଶତ।

ଛାତ୍ରଛାତ୍ରୀ ଡବ୍ଲୁଡବ୍ଲୁଡବ୍ଲୁ ଡଟ୍ ସିଏଚଏସଇଓଡିଶା ଡଟ୍ ଏନଆଇସି ଡଟ୍ ଇନ୍ ଏବଂ ଡବ୍ଲୁଡବ୍ଲୁଡବ୍ଲୁ ଡଟ୍ ଓଡିଶାରେଜଲ୍ଟସ ଡଟ୍ ଏନଆଇସି ଡଟ୍ ଇନ୍ ମାଧ୍ୟମରେ ସେମାନଙ୍କ ଫଳ ଜାଣିପାରିବେ। ପରୀକ୍ଷା ସମ୍ପର୍କିତ ସୂଚନା ଲାଗି ପରିଷଦ ପକ୍ଷରୁ ଏକ ହେଲ୍ପ ଲାଇନ୍ ନମ୍ବର ୦୬୭୪-୨୩୦୨୩୯୨ ଖୋଲାଯାଇଛି। ରେଜଲ୍ଟ ଜାଣିବା ଲାଗି ପରୀକ୍ଷାର୍ଥୀଙ୍କୁ ରୋଲ ନମ୍ବର ଏବଂ ରେଜିଷ୍ଟ୍ରେସନ ନମ୍ବରର ଆବଶ୍ୟକତା ରହିଛି।

ଗତ ମାର୍ଚ୍ଚ ୫ରୁ ୨୯ ତାରିଖ ପର୍ଯ୍ୟନ୍ତ୧୧୦୪ଟି ପରୀକ୍ଷା କେନ୍ଦ୍ରରେ ୩,୬୫,୮୨୬ ଛାତ୍ରଛାତ୍ରୀ ପରୀକ୍ଷା ଦେଇଥିଲେ। ବିଜ୍ଞାନ ବିଭାଗରେ ୯୬,୦୯୬ ଜଣ ପରୀକ୍ଷା ଦେଇଥିବା ବେଳେ କଳା ବିଭାଗରେ ୨,୩୩,୯୭୮ ଏବଂ ବାଣିଜ୍ୟ ବିଭାଗରେ ୨୭,୪୪୭ ଛାତ୍ରଛାତ୍ରୀ ପରୀକ୍ଷା ଦେଇଛନ୍ତି। ୨୦୧୭ ମସିହାରେ ବିଜ୍ଞାନ ବିଭାଗ ପରୀକ୍ଷା ଫଳ ମେ’ ୧୨ରେ ପ୍ରକାଶ ପାଇଥିଲା। ପାସହାର ୮୧.୧୧ ପ୍ରତିଶତ ଥିଲା। ଚଳିତବର୍ଷ ସିବିଏସ୍ଇ ପାଠ୍ୟକ୍ରମ ଢାଞ୍ଚାରେ ପ୍ରସ୍ତୁତ ହୋଇଥିବା ପାଠ୍ୟକ୍ରମ ଅନୁଯାୟୀ ଛାତ୍ରଛାତ୍ରୀ ପରୀକ୍ଷା ଦେଇଥିଲେ।

ତେବେ ମେ ଶେଷ ସପ୍ତାହରେ ଯୁକ୍ତ ଦୁଇ କଳା ଓ ବାଣିଜ୍ୟ ଫଳ ପ୍ରକାଶ ପାଇବ।

Comment