ଓଡ଼ିଶାଲାଇଭ୍‌ ବ୍ୟୁରୋ

ପଣସ ଅନେକଙ୍କର ପ୍ରିୟ। କିନ୍ତୁ ଏହା କେବଳ ପାଟିକୁ ସୁଆଦିଆ ନୁହେଁ ବରଂ ଶରୀର ପାଇଁ ମଧ୍ୟ ବେଶ୍ ଉପକାରୀ। ପଣସର ଗୁଣକାରୀ ତତ୍ତ୍ୱ ହୃଦରୋଗ ସମେତ ଶରୀରର ବିଭିନ୍ନ ରୋଗରୁ ସୁରକ୍ଷା ଦିଏ।

ପଣସ କଠାର ପ୍ରୟୋଗ ସାଧାରଣ ଭାବେ ତରକାରୀ ପାଇଁ କରାଯାଏ। ଏହାବ୍ୟତୀତ ଆଚାର, ପକୁଡି କିମ୍ବା ଅନ୍ୟ କୌଣସି ବ୍ୟଞ୍ଜନ ପାଇଁ ମଧ୍ୟ ବ୍ୟବହୃତ ହୁଏ। ପଣସରେ ଏମିତି ଅନେକ ପୋଷକ ତତ୍ତ୍ୱ ରହିଛି ଯାହା, ଶରୀରକୁ  ବିଭିନ୍ନ ରୋଗଠାରୁ ଦୂରେଇ ରଖେ। ଏଥିରେ ଅଧିକ ମାତ୍ରାରେ ଭିଟାମିନ୍, କ୍ୟାଲସିୟମ୍, ପଟାସିୟମ୍, ଆଇରନ୍ ଓ ଅନ୍ୟ ଗୁଣ ମହଜୁଦ ହୋଇ ରହିଛି। ଏହାଛଡ଼ା ଫାଇବର୍ ମଧ୍ୟ ପ୍ରଚୁର ପରିମାଣରେ ରହିଛି।

ହୃଦରୋଗୀ

ପଣସ ସ୍ୱାସ୍ଥ୍ୟ ପାଇଁ ବେଶ୍ ଉପଯୋଗୀ। ପଣସରେ ଆଦୌ କ୍ୟାଲୋରୀ ନଥାଏ। ଏହାସହ ଫାଇବର୍ ମଧ୍ୟ ପ୍ରଚୁର ପରିମାଣରେ ଥିବାରୁ ହୃଦରୋଗୀଙ୍କ ପାଇଁ ବେଶ୍‌ ଉପକାର ସାବ୍ୟସ୍ତ ହୋଇଥାଏ।

କେବଳ ସେତିକି ନୁହେଁ ହୃଦରୋଗ ସମେତ ଆହୁରି ଅନେକ ରୋଗରୁ ଏହା ରକ୍ଷା କରିଥାଏ।

ଚମ ଉତୁରି ଘା

ଯେଉଁ ଲୋକଙ୍କର ମୁହଁରେ ବାରମ୍ବାର ଚର୍ମ ଉତୁରି ଘା’ ହେଉଥାଏ, ସେମାନେ ପଣସର କଞ୍ଚା ପତ୍ରକୁ ଚୋବାଇ କୁଳି କରିବା ଦରକାର। ଏହାଦ୍ୱାରା ମୁହଁ ଚର୍ମ ଉତୁରିବାରୁ ଆରୋଗ୍ୟ ମିଳେ।

ଅସ୍ଥିକୁ ରଖେ ମଜଭୁତ୍

ସେହିପରି ଅସ୍ଥିକୁ ମଜଭୁତ୍ କରିବାରେ ପଣସ ବେଶ୍ ଗୁଣକାରୀ ସାବ୍ୟସ୍ତ ହୋଇଛି। ଏଥିରେ ଥିବା ମ୍ୟାଗ୍ନେସିୟମ୍ ଅସ୍ଥିକୁ ଶକ୍ତିଶାଳୀ କରିଥାଏ।

ଆଣ୍ଠୁଗଣ୍ଠି ଯନ୍ତ୍ରଣା

ଆଣ୍ଠୁଗଣ୍ଠି ଯନ୍ତ୍ରଣାକୁ ପଣସ ଅନେକ ମାତ୍ରାରେ ଲାଘବ କରିଥାଏ। ଏଥିରେ ପ୍ରଚୁର ମାତ୍ରାର ପଟାସିୟମ୍ ଓ ଆଇରନ୍ ଭରପୁର୍ ରହିଛି, ଯାହା ରକ୍ତଚାପ ଭଳି ସମସ୍ୟାକୁ ଦୂର କରିଥାଏ ଓ ଶରୀରରେ ରକ୍ତ ସଞ୍ଚାଳନ କରିବାରେ ସାହାଯ୍ୟ କରିଥାଏ।

ହୃତପିଣ୍ଡକୁ ସୁସ୍ଥ ରଖେ

ପଣସରେ ଆଦୌ କ୍ୟାଲୋରୀ ନଥାଏ। ଫଳରେ ଏହା ହୃତପିଣ୍ଡକୁ ସୁସ୍ଥ ରଖେ।

Comment