ଓଡ଼ିଶାଲାଇଭ୍‌ ବ୍ୟୁରୋ

ସନ୍‍ରାଇଜର୍ସ ହାଇଦରାବାଦ,ଚେନ୍ନଇ ସୁପର କିଙ୍ଗ୍‍ସ,କଲକାତା ନାଇଟ ରାଇଡର୍ସ ଓ ରାଜସ୍ଥାନ ରୟାଲ୍‍ସ ଆଇପିଏଲ ୨୦୧୮ର ପ୍ଲେ-ଅଫ୍‍ରେ ପ୍ରବେଶ କରିଛନ୍ତି। 

ଚଳିତ ଆଇପିଏଲର ପ୍ଲେ ଅଫ୍‌ ଦଳ ଚୂଡ଼ାନ୍ତ ହୋଇଛି। ରବିବାର ଲିଗ୍‌ ପର୍ଯ୍ୟାୟର ସବୁ ମ୍ୟାଚ୍‌ ଶେଷ ହେବା ପରେ ପ୍ରଥମ ଚାରିଟି ସ୍ଥାନରେ ରହି ସନ୍‌ରାଇଜର୍ସ ହାଇଦ୍ରାବାଦ, ଚେନ୍ନାଇ ସୁପରକିଙ୍ଗ୍ସ, କୋଲକାତା ନାଇଟ୍‌ ରାଇଡର୍ସ ଓ ରାଜସ୍ଥାନ ରୟାଲ୍ସ ପ୍ଲେ ଅଫ୍‌ରେ ସ୍ଥାନ ସୁରକ୍ଷିତ କରି ନେଇଛନ୍ତି।

ପଏଣ୍ଟ୍‌ ତାଲିକାର ପ୍ରଥମ ଓ ଦ୍ୱିତୀୟ ସ୍ଥାନରେ ରହିଥିବା ହାଇଦ୍ରାବାଦ ଓ ଚେନ୍ନାଇ ପରସ୍ପର ବିପକ୍ଷରେ ମଙ୍ଗଳବାର ମୁମ୍ବାଇର ଓ୍ଵାଙ୍ଖଡେ ଷ୍ଟାଡିୟମରେ ପ୍ରଥମ କ୍ୱାଲିଫାୟର ଖେଳିବେ। ଅନ୍ୟ ପକ୍ଷରେ ତୃତୀୟ ଓ ଚତୁର୍ଥ ସ୍ଥାନରେ ରହିଥିବା କୋଲକାତା ଓ ରାଜସ୍ଥାନ ବୁଧବାର କୋଲକାତାରେ ଏଲିମିନେଟର ଖେଳିବେ। ଏହି ମ୍ୟାଚ୍‌ରେ ପରାଜିତ ହେବା ଦଳର ଅଭିଯାନ ସେହିଠାରେ ଶେଷ ହୋଇଯିବ। ବିଜେତା ଦଳ କିନ୍ତୁ ଦ୍ୱିତୀୟ କ୍ୱାଲିଫାୟରରେ ଶୁକ୍ରବାର ପ୍ରଥମ କ୍ୱାଲିଫାୟରର ପରାଜିତ ଦଳକୁ କୋଲକାତାର ଇଡେନ୍‌ ଗାର୍ଡେନ୍ସରେ ଭେଟିବ। ଏହି ମ୍ୟାଚ୍‌ର ବିଜେତା ପ୍ରଥମ କ୍ୱାଲିଫାୟରର ବିଜେତାକୁ ରବିବାର ଫାଇନାଲରେ ମୁମ୍ବାଇର ଓ୍ଵାଙ୍ଖଡେ ଷ୍ଟାଡିୟମରେ ମୁକାବିଲା ହେବ।

  • ପ୍ରଥମ କ୍ୱାଲିଫାୟର

ମେ ୨୨-ମଙ୍ଗଳବାର

ସନ୍‍ରାଇଜର୍ସ ହାଇଦରାବାଦ-ଚେନ୍ନଇ ସୁପର କିଙ୍ଗ୍‍ସ
ମୁମ୍ବଇ; ସନ୍ଧ୍ୟା ୭ଟା

  • ଏଲିମିନେଟର

ମେ-୨୩-ବୁଧବାର
କଲକାତା ନାଇଟ ରାଇଡର୍ସ-ରାଜସ୍ଥାନ ର ୟାଲ୍‍ସ

  • ଦ୍ୱିତୀୟ କ୍ୱାଲିଫାୟରରେ

ମେ-୨୫-ଶୁକ୍ରବାର

ପ୍ରଥମ କ୍ୱାଲିଫାୟରର ପରାଜିତ ଦଳ-ଏଲିମିନେଟରର ବିଜୟୀ ଦଳ
କଲକାତା; ସନ୍ଧ୍ୟା ୭ଟା

  • ଫାଇନାଲ

ମେ ୨୭

ମୁମ୍ବଇ; ସନ୍ଧ୍ୟା ୭ଟା

LEAVE A REPLY

Please enter your comment!
Please enter your name here