ଡାକ୍ତର ସରୋଜିନୀ ଷଡ଼ଙ୍ଗୀ

ଗର୍ଭାବସ୍ଥାରେ କି କି ପର୍ଯ୍ୟାୟ ରହିଛି ଓ ଏହି ସମୟରେ ମାଆର ଶରୀରରେ କି ପରିବର୍ତ୍ତନ ହୋଇଥାଏ ଆସନ୍ତୁ ଜାଣିବା।

ଗର୍ଭାବସ୍ଥାର ପର୍ଯ୍ୟାୟ

ଗର୍ଭାବସ୍ଥାକୁ ସାଧାରଣତଃ ତିନି ପର୍ଯ୍ୟାୟରେ ଭାଗ କରାଯାଇଛି। ପ୍ରତ୍ୟେକ ଅବସ୍ଥାକୁ ତ୍ରି-ମାସ କୁହାଯାଇଥାଏ। ପ୍ରତ୍ୟେକ ତ୍ରି-ମାସର ଅବଧି ହେଉଛି ୧୨ ସପ୍ତାହ। ସାଧାରଣତଃ ଗର୍ଭାବସ୍ଥାର ମୋଟ ସମୟ ମାସିକ ଧର୍ମଠାରୁ ୪୦ ସପ୍ତାହ ପର୍ଯ୍ୟନ୍ତ ରହିଥାଏ ଏବଂ ଏହି ସମୟରେ ମା’ର ଶରୀରରେ ପରିବର୍ତ୍ତନ ଆସିଥାଏ।

ପ୍ରଥମ ତ୍ରିମାସ

ପ୍ରଥମ ତ୍ରି-ମାସ ଭ୍ରୁଣର ବୃଦ୍ଧି ପାଇଁ ସବୁଠାରୁ ମହତ୍ଵପୂର୍ଣ୍ଣ ହେବା ସଙ୍ଗେ ସଙ୍ଗେ ଅସୁରକ୍ଷିତ ସମୟ ହୋଇଥାଏ। ଏହି ଅବଧିରେ ଶରୀରର ସମସ୍ତ ମହତ୍ଵପୂର୍ଣ୍ଣ ଅଙ୍ଗ ଯଥା ହୃଦୟ, ମସ୍ତିଷ୍କ ଇତ୍ୟାଦି ତିଆରି ହୋଇଥାଏ।

ଶାରୀରିକ ପରିବର୍ତ୍ତନ

ଏହା ହେଉଛି ଗର୍ଭାବସ୍ଥା ସମୟର ସବୁଠାରୁ ସ୍ପଷ୍ଟ ପରିବର୍ତ୍ତନ। ମାସିକ ଧର୍ମ ବନ୍ଦ ହୋଇଯିବା ଯୋଗୁଁ ବହୁତ କ୍ଲାନ୍ତି ଲାଗେ ଏବଂ ଅଧିକ ନିଦ ମଧ୍ୟ ଲାଗେ। ସ୍ତନ ବଡ଼ ଓ କୋମଳ ହୋଇଯିବା ସଙ୍ଗେ ସଙ୍ଗେ ନିପଲର ଚାରିପଟର ରଙ୍ଗ ଗାଢ଼ ହୋଇଯାଏ। ମୁତ୍ରାଶୟ ଉପରେ ଚାପ ବୃଦ୍ଧି ଯୋଗୁଁ ବାରମ୍ବାର ପରିସ୍ରା ଲାଗେ ଏବଂ ନିଜର ଓଜନ ୨ରୁ ୪ ପାଉଣ୍ଡ୍ ବଢ଼ିଯାଏ।

ଭ୍ରୁଣ

ଡିମ୍ବାଣୁ ସହ ମିଶିବା ପରେ ପରେ ଗର୍ଭାଶୟ ମଧ୍ୟରେ ଯାଇ ରୋପିତ ହୁଏ। ଧୀରେ ଧୀରେ ଗର୍ଭାଶୟର ଅବୟବ ବଡ଼ ହେବା ସଙ୍ଗେ ସଙ୍ଗେ ଏହା ଡିମ୍ବାଣୁକୁ ଚାରିପଟୁ ଘୋଡାଇଦିଏ। ମା’ର ସ୍ତନରୁ ଆରମ୍ଭ କରି ପୋଷାକ ତତ୍ତ୍ଵକୁ ଭ୍ରୁଣ ପର୍ଯ୍ୟନ୍ତ ପହଞ୍ଚାଉଥିବା ଶାରୀରିକ ଅଙ୍ଗ ମଧ୍ୟ ବୃଦ୍ଧି ହୋଇଯାଏ ଏବଂ ଏହା ନାଭିନାଡ଼ ସହ ଯୋଡ଼ି ହୋଇଯାଏ। ବାହ୍ୟ ଚାପ ଓ ଆମନିଓଟିକ ପଦାର୍ଥଗୁଡ଼ିକ ଭ୍ରୁଣକୁ ଗର୍ଭାଶୟ ମଧ୍ୟରେ ବାନ୍ଧି ରଖିଥାନ୍ତି। ପ୍ରଥମ ମାସର ଶେଷ ପର୍ଯ୍ୟନ୍ତ ମୁଣ୍ଡ ଶରୀର ଓ ଆଙ୍ଗୁଠିଗୁଡ଼ିକର ବିକାଶ ହୋଇଥାଏ।

ଦ୍ୱିତୀୟ ତ୍ରିମାସ

ଦ୍ୱିତୀୟ ତ୍ରି-ମାସ ସାଧାରଣତଃ ସୁବିଧାଜନକ ହୋଇଥାଏ। ଏହି ସମୟରେ ଗର୍ଭପାତର ସମ୍ଭାବନା ମଧ୍ୟ କମ୍ ଥାଏ।

ଶାରୀରିକ ପରିବର୍ତ୍ତନ

ଜରାୟୁ ବଢ଼ିବା ସଙ୍ଗେ ସଙ୍ଗେ ପେଟ ମଧ୍ୟ ଖୁବ୍ ଦ୍ରୁତ ଗତିରେ ବୃଦ୍ଧି ପାଇଥାଏ। ୧୬ ସପ୍ତାହଠାରୁ ଭ୍ରୁଣ ହଲଚଲ କରିବା ସଙ୍ଗେ ସଙ୍ଗେ ଗୋଇଠା ମାଗିବା ମଧ୍ୟ ଆରମ୍ଭ କରିଥାଏ। ଆପଣ ଏ ସମୟରେ ଡାକ୍ତରଙ୍କୁ ଏ ସମସ୍ତ ବିଷୟ ପ୍ରାଞ୍ଜଳ ଭାବରେ ଜଣାଇଦେବେ। ଏଥିରୁ ପିଲାର ଜନ୍ମ ତାରିଖ ଗଣନା କରାଯାଇପାରେ। ଏହି ସମୟରେ ସ୍ତନର ଆକାର ବଢ଼ିଯାଏ ଓ ସ୍ତନ ଦରଜ ହୋଇଯାଏ। ଏହି ସମୟରେ ଆପଣଙ୍କୁ କୋଷ୍ଠକାଠିନ୍ୟ, ଉଦର ବାୟୁ ଓ ବଦହଜମୀ ଆଦି ସମସ୍ୟା ଦେଖାଦେଇପାରେ। କାରଣ ବୃଦ୍ଧି ପାଉଥିବା ଭ୍ରୁଣ ଆପଣଙ୍କ ପାଞ୍ଚ ଅଙ୍ଗ ଉପରେ ପ୍ରଭାବ ପକାଇଥାଏ। ଓଜନ ବୃଦ୍ଧି ହେବା ଯୋଗୁଁ ଆପଣଙ୍କ ଅଣ୍ଟାବ୍ୟଥା ହୋଇଥାଏ।

Comment