ଡାକ୍ତର ସରୋଜିନୀ ଷଡ଼ଙ୍ଗୀ

ଗର୍ଭାବସ୍ଥାର କେଉଁ ପର୍ଯ୍ୟାୟରେ ଗର୍ଭସ୍ଥ ଶିଶୁର ବିକାଶ ହୋଇଥାଏ ଜାଣନ୍ତୁ

ପ୍ରଥମ ୩ ମାସ ବା ଗର୍ଭାବସ୍ଥାର ପ୍ରଥମ ପର୍ଯ୍ୟାୟରେ ଶିଶୁର ବିକାଶ

୧. ଶିଶୁର ଲିଙ୍ଗ ସ୍ଥିରୀକୃତ

୨. ହୃତ୍‌ପିଣ୍ଡ ଏବଂ ରକ୍ତ ସଞ୍ଚାଳନା ସିଷ୍ଟମ୍‌ର ବିକାଶ ସଞ୍ଚାଳନ

୩. ଗର୍ଭଫୁଲର କାର୍ଯ୍ୟ ଆରମ୍ଭ

୪. ସ୍ନାୟୁର ବିକାଶ

୫. ବୃକକ୍‌ର କାର୍ଯ୍ୟ ଆରମ୍ଭ ଓ ଗର୍ଭସ୍ଥ ପାଣିଥଳୀରେ ଆମ୍ନିଓଟିକ୍ ଫ୍ଲୁଇଡ୍‌ର ସଂରକ୍ଷଣ।

୬. ଅଗ୍ନ୍ୟାଶୟରେ ଇନ୍‌ସୁଲିନ୍ କ୍ଷରଣ ଆରମ୍ଭ

ଶିଶୁର ବିକାଶ ଚତୁର୍ଥ ସପ୍ତାହ

– ଚତୁର୍ଥ ସପ୍ତାହରେ – ଶିଶୁର ମସ୍ତିଷ୍କ, ସୁଷୁମ୍ନାକାଣ୍ଡ, ହୃତ୍‌ପିଣ୍ଡ ଏବଂ ଅନ୍ୟାନ୍ୟ ଅଙ୍ଗପ୍ରତ୍ୟେଙ୍ଗର ବିକାଶ ଘଟିଥାଏ।

– ପଞ୍ଚମ ସପ୍ତାହରେ – ହୃତ୍‌ପିଣ୍ଡ ଓ ରକ୍ତ ସଞ୍ଚାଳନ ପ୍ରକ୍ରିୟା ଆରମ୍ଭ ହୁଏ। ହୃତ୍‌ପିଣ୍ଡର ସ୍ପନ୍ଦନ ଅଲ୍‌ଟ୍ରାସାଉଣ୍ଡର ଡପ୍‌ଲର୍ ସିଷ୍ଟମ୍‌ ଦ୍ଵାରା ଜଣା ପଡ଼ିଯାଏ।

– ଷଷ୍ଠ ସପ୍ତାହରେ – ନିଉରାଲ୍‌ ଟ୍ୟୁବ୍‌ ବନ୍ଦ ହୋଇଯାଏ। ମୁହଁର ଆକୃତି, ପାଟି, କାନ, ପାକ ପ୍ରଣାଳୀ ଓ ଶ୍ଵାସନଳୀ ତିଆରି ହୁଏ।

– ସପ୍ତମ ସପ୍ତାହରେ – ନାଭିନାଡ଼ ଓ ମୁହଁର ଆକୃତି ସମ୍ପୂର୍ଣ୍ଣ ହୁଏ।

– ଅଷ୍ଟମ ସପ୍ତାହରେ – ଗୋଡ଼ ଆଙ୍ଗୁଠି, ହାତ ଆଙ୍ଗୁଠି ଏବଂ ଅନ୍ୟସବୁ ଅଙ୍ଗପ୍ରତ୍ୟେଙ୍ଗ ତିଆରି ହୁଏ। ଏହି ସମୟରେ ଶିଶୁ ଏକ କ୍ଷୁଦ୍ର ମଣିଷ ଭଳି ଦିଶିଥାଏ।

– ଦଶମ ସପ୍ତାହ – ଏହି ସମୟରେ ପ୍ରତି ମିନିଟ୍‌କୁ ପ୍ରାୟ ଅଢ଼େଇଲକ୍ଷ ନିଉରୋନ୍‌ ବା ସ୍ନାୟୁ ତିଆରି ହୋଇଥାଏ। ଗୋଟିଏ ପୁତ୍ର ଭ୍ରୁଣର ଟେଷ୍ଟିସରୁ ପୁରୁଷ ହର୍‌ମୋନ ଟେଷ୍ଟୋଷ୍ଟେରୋନ୍ ଝରିବା ଆରମ୍ଭ ହୋଇଥାଏ।

– ଏକାଦଶ ସପ୍ତାହରେ ସମ୍ପୂର୍ଣ୍ଣ ଲିଙ୍ଗର ପରିପ୍ରକାଶ ଘଟିଥାଏ।

– ଦ୍ଵାଦଶ ସପ୍ତାହରେ ଗୋଡ଼ ଓ ହାତ ଆଙ୍ଗୁଠିରେ ନଖ ତିଆରି ହୋଇଥାଏ।

ଗର୍ଭବସ୍ଥାର ଦ୍ୱିତୀୟ ପର୍ଯ୍ୟାୟରେ ଶିଶୁର ବିକାଶ

– ୧୩ ସପ୍ତାହରେ ଶିଶୁର ଲମ୍ବ ସାଢ଼େ ସାତ ଇଞ୍ଚ ହୋଇଥାଏ ଏବଂ ଓଜନ ୩୦ ଗ୍ରାମ୍ ହୋଇଥାଏ।

– ଶିଶୁ ଭ୍ରୁଣ ନିଃଶ୍ଵାସ ଓ ପ୍ରଶ୍ଵାସ ନେବା ଅଭ୍ୟାସ କରିଥାଏ।

– ଆଖିଡୋଳା ଓ କାନ ବେଶୀ ବିକଶିତ ହୁଏ।

– ହୃଦ୍‌ସ୍ପନ୍ଦନ ବେଶୀ ଦ୍ରୁତ ଗତିରେ ଚାଲେ।

୧୪ ସପ୍ତାହରେ

ଅନ୍ତଃସ୍ରାବୀ ରସର ବିକାଶ ହୋଇଥାଏ।

– ଥାଇରଏଡ୍ ବା ଗଳଗ୍ରନ୍ଥିରୁ ଥାଇରକ୍ସିନ୍ ହର୍ମୋନ୍‌ ଝରିଥାଏ।

– ପୁଅମାନଙ୍କର ପ୍ରୋଷ୍ଟେଟ୍ ଗ୍ରନ୍ଥିର ବିକାଶ ହୋଇଥାଏ।

– ଝିଅମାନଙ୍କର ଡିମ୍ବକୋଷ ଉପରପେଟରୁ ତଳିପେଟକୁ ଖସି ଆସିଥାଏ।

– ପେଟ ଭିତରେ ଶିଶୁ ନିଜର ବୁଢ଼ା ଆଙ୍ଗୁଠି ଚୁଚୁମିବା ଆରମ୍ଭ କରିଥାଏ।

– ଶିଶୁ ଶରୀର ଏକ କୋମଳ ଲୋମରେ ଆଚ୍ଛାଦିତ ହୋଇଥାଏ (ଲାନୁଗୋ)। ଏହା ପ୍ରାୟ ୨୬ ସପ୍ତାହ ପର୍ଯ୍ୟନ୍ତ ବଢ଼ିଥାଏ।

୧୫ ସପ୍ତାହରେ

– ଶିଶୁ ଓଲଟ ପାଲଟ ହେବା ଆରମ୍ଭ କରିଥାଏ।

– ହାତ ଅପେକ୍ଷା ଗୋଡ଼ ଲମ୍ବା ହୋଇଯାଇଥାଏ।

– ହାତ ଆଙ୍ଗୁଠି ଓ ଗୋଡ଼ ଆଙ୍ଗୁଠିର ନଖ ବଢ଼ିଯାଇଥାଏ।

– ଆଖିର ଭ୍ରୁଲତା ବଢ଼ିଯାଇଥାଏ।

୧୬ ସପ୍ତାହରେ

– ଶିଶୁର ଚମତଳେ ଚର୍ବି ଜମିବା ଆରମ୍ଭ କରିଥାଏ।

– ଏହି ସମୟରେ ଶିଶୁ ଓ ଗର୍ଭଫୁଲ ଏକା ଆକୃତିର ହୋଇଥାଆନ୍ତି।

– ହୃତ୍‌ପିଣ୍ଡ ୬ ଗ୍ୟାଲେନ୍ ରକ୍ତ ପମ୍ପ କରି ଶରୀରକୁ ଦେଇଥାଏ।

– ଶିଶୁ ନିଃଶ୍ଵାସ ନେବା ଆରମ୍ଭ କରିଥାଏ।

– ଶିଶୁର ଅନ୍ତଃନାଳୀରେ ଶାଗୁଆରଙ୍ଗର ମଳ ଉତ୍ପନ ହୋଇଥାଏ।

– କଙ୍କାଳ କାର୍ଟିଲେଜ୍‌ରୁ ହାଡ଼ରେ ପରଣିତ ହୋଇଥାଏ।

୧୯ରୁ ୨୦ ସପ୍ତାହରେ ସ୍ଵତନ୍ତ୍ର ଶକ୍ତି ବିକାଶ

– ସ୍ଵାଦ, ପ୍ରାଣ, ଶ୍ରବଣ, ଦର୍ଶନ ଏବଂ ସ୍ପର୍ଶ ଶକ୍ତିର ବିକାଶ।

– ପୁରୁଷ ଜନନେନ୍ଦ୍ରିୟ ସମ୍ପୂର୍ଣ୍ଣଭାବେ ବିକଶିତ ହୋଇଥାଏ।

– ଝିଅମାନଙ୍କର ଜରାୟୁ ମଧ୍ୟ ବୃଦ୍ଧି ପାଇଥାଏ।

– ଶିଶୁ ଲାଇକର୍ ବା ଆମ୍ନିଓଟିକ୍ ଫ୍ଲୁଇଡ୍ ପିଇବା ଆରମ୍ଭ କରିଥାଏ ଓ ବୃକକ୍‌ରେ ପରିଶ୍ରା ତିଆରି ହୁଏ।

୨୧ରୁ ୨୪ ସପ୍ତାହ ମଧ୍ୟରେ ସୁରକ୍ଷା ଅବସ୍ଥାର ବିକାଶ

– ଶ୍ୱେତ ରକ୍ତକଣିକା ତିଆରି ହୁଏ।

– ଶିଶୁର ଶୋଇବା ସମୟ ଓ ଚାହିଁବା ସମୟ ନିର୍ଦ୍ଦିଷ୍ଟ ହୋଇଥାଏ।

– ଜିଭ ସମ୍ପୂର୍ଣ୍ଣ ରୂପେ ତିଆରି କରାଯାଏ।

– ଲିଭର୍ ବା ଯକୃତରେ ବିଲିରୁବିନ୍ ତିଆରି ହୁଏ।

– ଶିଶୁର ଓଜନ ୫୦୦ ଗ୍ରାମ୍ ଓ ଲମ୍ବ ୩୦ ସେ.ମି. ହୋଇଥାଏ।

୨୫୨୮ ସପ୍ତାହ ମଧ୍ୟରେ ଶିଶୁର ଶାରୀରିକ ବିକାଶ

– ୨୮ ସପ୍ତାହରେ ଶିଶୁ “ଭାୟାବଲ୍’ ହୁଏ ବା ବଞ୍ଚିପାରେ।

– ମେରୁଦଣ୍ଡ ହାଡ଼ ତିଆରି ହୁଏ।

– ଫୁସଫୁସ୍‌ରେ ସର୍‌ଫାକ୍ଟାଣ୍ଟ ନାମକ ପଦାର୍ଥ ତିଆରି ହୁଏ ଯାହାଦ୍ଵାରା ପରେ ତାକୁ ନିଃଶ୍ଵାସ ନେବାରେ ସୁବିଧା ହୋଇଥାଏ।

– ଆଖିରେ ରେଟିନା ତିଆରି ହୁଏ।

– ମସ୍ତିଷ୍କରେ ଶ୍ରବଣ ଓ ଦର୍ଶନ ପାଇଁ ପ୍ରସ୍ତୁତି ଆରମ୍ଭ ହୋଇଯାଏ।

– ଫୁସ୍‌ଫୁସ୍‌ ନିଃଶ୍ଵାସ ନେବା ପାଇଁ ସକ୍ଷମ ହୋଇଯାଏ।

ତୃତୀୟ ପର୍ଯ୍ୟାୟରେ ଶିଶୁର ବିକାଶ

୨୯୩୧ ସପ୍ତାହ

– ଶିଶୁ ଆଲୋକ, ଶବ୍ଦ, ସ୍ଵାଦ ଓ ଆଘ୍ରାଣ ପାଇଁ ସ୍ପର୍ଶକାତର ହୋଇପଡ଼େ।

– ହାଡସନ୍ଧିରେ ଲୋହିତ ରକ୍ତକଣିକା ତିଆରି ହୁଏ।

– ଶିଶୁର ଲୁହ ତିଆରି ହୁଏ।

୩୩୩୬ ସପ୍ତାହ

– ଗର୍ଭର ପାଣିଥଳୀରେ ପାଣିର ପରିମାଣ ବୃଦ୍ଧି।

– ଅତ୍ୟଧିକ ପରିମାଣରେ ସ୍ନାୟୁ ଓ ନିଉରୋନ୍ ବୃଦ୍ଧି।

– ପୁରୁଷ ଗ୍ରନ୍ଥି ବା ଟେଷ୍ଟିସ୍‌ର ଜନନେନ୍ଦ୍ରିୟକୁ ସମ୍ପୂର୍ଣ୍ଣ ଭାବରେ ଅବରୋହଣ

– ୩୬ ସପ୍ତାହ ବେଳକୁ ଶ୍ରବଣ ଶକ୍ତିର ପୂର୍ଣ୍ଣ ବିକାଶ।

– ବୃକକ୍‌ର ସମ୍ପୂର୍ଣ୍ଣ ବିକାଶ।

୩୭୪୦ ସପ୍ତାହ

– ୩୭ ସପ୍ତାହରେ ଶିଶୁ ପରିପକ୍ୱତା ଲାଭ କରିଥାଏ।

– ସାରା ମୁଣ୍ଡ କେଶ ଦ୍ଵାରା ଆଚ୍ଛାଦିତ ହୋଇଥାଏ।

– ଶିଶୁର ଓଜନ ୩ କେଜିରୁ ଅଧିକ ଓ ଲମ୍ବ ୫୦ ସେ.ମି.ରୁ ଅଧିକ ହୋଇଥାଏ।

ଭାରତରେ ଗୋଟିଏ ପୂର୍ଣ୍ଣ ବିକଶିତ ଶିଶୁର ଓଜନ ୨.୫ କେ.ଜି.ରୁ ୩.୫ କେ.ଜି. ମଧ୍ୟରେ ହୋଇଥାଏ ପୁଣି ଝିଅ ଅପେକ୍ଷା ବେଶୀ ଓଜନ ହୋଇଥାଏ। ମା’ ମଧୁମେହ ରୋଗୀ ହୋଇଥିଲେ ଶିଶୁର ଓଜନ ବେଶୀ ଥାଏ।

ବିଭିନ୍ନ ସପ୍ତାହରେ ଶିଶୁର ଲମ୍ବ ଓଜନ

ସପ୍ତାହ                     ଲମ୍ବ (ସେ.ମି.)           ଓଜନ (ଗ୍ରାମ୍)

୧୨ ସପ୍ତାହ               ୯ ସେ.ମି.                ୨୦ ଗ୍ରାମ୍

୧୬ ସପ୍ତାହ               ୧୬ ସେ.ମି.              ୧୦୦ ଗ୍ରାମ୍

୨୦ ସପ୍ତାହନ            ୨୫ ସେ.ମି.              ୩୦୦ ଗ୍ରାମ୍

୨୪ ସପ୍ତାହ               ୩୦ ସେ.ମି.              ୫୦୦ ଗ୍ରାମ୍

୨୮ ସପ୍ତାହ               ୩୦ ସେ.ମି.              ୧୦୦୦ ଗ୍ରାମ୍

୩୨ ସପ୍ତାହ               ୪୦ ସେ.ମି.              ୧୮୦୦ ଗ୍ରାମ୍

୩୬ ସପ୍ତାହ               ୪୫ ସେ.ମି.              ୨୦୦ ଗ୍ରାମ୍

୪୦ ସପ୍ତାହ               ୫୦ ସେ.ମି.              ୩୫୦୦ ଗ୍ରାମ୍

(ସୌଜନ୍ୟ – ଗର୍ଭବତୀ ନାରୀର ଯତ୍ନ)

Comment