ଓଡ଼ିଶାଲାଇଭ୍ ବ୍ୟୁରୋ
ଏଚ୍ ଡି କୁମାରସ୍ୱାମୀ କର୍ଣ୍ଣାଟକର ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇଛନ୍ତି। ରାଜ୍ୟପାଳ ବାଜୁଭାଇ ବାଲା ପଦ ଓ ଗୋପନୀୟତାର କୁମାରସ୍ୱାମୀଙ୍କୁ ଶପଥପାଠ କରାଇଛନ୍ତି। ଏହାସହ ଉପ-ମୁଖ୍ୟମନ୍ତ୍ରୀ ଭାବେ କଂଗ୍ରେସର ଜି ପରମେଶ୍ୱର ଶପଥ ନେଇଛନ୍ତି। କୁମାରସ୍ୱାମୀ କର୍ଣ୍ଣାଟକର ଦ୍ୱିତୀୟ ଥର ପାଇଁ ମୁଖ୍ୟମନ୍ତ୍ରୀ ହୋଇଛନ୍ତି।
୨୦୦୬ରେ କୁମାରସ୍ୱାମୀ କର୍ଣ୍ଣାଟକର ମୁଖ୍ୟମନ୍ତ୍ରୀ ହୋଇଥିଲେ। ମେ ୨୪ରେ କର୍ଣ୍ଣାଟକ ବିଧାନସଭାରେ କୁମାରସ୍ୱାମୀ ସଂଖ୍ୟାଗରିଷ୍ଠତାର ପ୍ରମାଣ ଦେଖାଇବେ।
ଶପଥ ଗ୍ରହଣ ଉତ୍ସବରେ ସମାଜବାଦୀ ପାର୍ଟି ନେତା ଅଖିଳେଶ ଯାଦବ, ବହୁଜନ ସମାଜବାଦୀ ପାର୍ଟି ନେତ୍ରୀ ମାୟାବତୀ, ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ, ଆନ୍ଧ୍ରପଦେଶ ମୁଖ୍ୟମନ୍ତ୍ରୀ ଚନ୍ଦ୍ରବାବୁ ନାଇଡୁ, ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲ, ସିପିଆଇଏମ୍ ନେତା ସୀତାରାମ ୟେଚୁରୀ, କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧି ଏବଂ ସୋନିଆ ଗାନ୍ଧି ପ୍ରମୁଖ ଯୋଗ ଦେଇଛନ୍ତି।
ଏଚ୍ ଡି କୁମାରସ୍ୱାମୀଙ୍କ ମନ୍ତ୍ରିମଣ୍ଡଳରେ ୩୪ ଜଣ ମନ୍ତ୍ରୀ ରହିବେ। କଂଗ୍ରେସର ୨୨ ଜଣ ଏବଂ ଜେଡିଏସ୍ର ୧୨ ଜଣ ମନ୍ତ୍ରୀ ହେବେ। ଫ୍ଲୋରଟେଷ୍ଟ ପରେ ମନ୍ତ୍ରୀମାନଙ୍କର ବିଭାଗ ଆବଣ୍ଟନ କରାଯିବ।
୨୦୦୬ରେ କୁମାରସ୍ୱାମୀ ପ୍ରଥମ ଥର ପାଇଁ ମୁଖ୍ୟମନ୍ତ୍ରୀ ହୋଇଥିଲେ। ବିଜେପି ସମର୍ଥନରେ ୨୦ ମାସ ପାଇଁ ମୁଖ୍ୟମନ୍ତ୍ରୀ ହୋଇଥିଲେ। ୨୨୪ ଆସନ ବିଶିଷ୍ଟ ବିଧାନସଭା ଆସନରୁ ୨୨୨ଟି ଆସନ ପାଇଁ ଭୋଟ ହୋଇଥିଲା। ବିଜେପି ୧୦୪ଟି ଆସନରେ ବିଜୟୀ ହୋଇଥିବା ବେଳେ କଂଗ୍ରେସ ୭୮ ଏବଂ ଜେଡିଏସ୍ ୩୭ ଆସନରେ ବିଜୟୀ ହୋଇଥିଲା। କଂଗ୍ରେସ-ଜେଡିଏସ୍ ସହ ମେଣ୍ଟ କରିଥିଲା।